Advertisment

ଓସେପାର ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ

ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ କଲେ ହାଇକୋର୍ଟ । ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
High Court Rejected OSEPA Merit List

OSEPA

ଓସେପାର ମେରିଟ୍ ଲିଷ୍ଟ ଖାରଜ । ହାଇକୋର୍ଟରେ କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ଓସେପାର ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ । ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ ହୋଇଛି । ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜାନୁଆରୀ ୩୧ରେ ମାମଲାର ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ଥିଲା ।

Advertisment

୨୦୨୩ ଅକ୍ଟୋବର ୨୩ରେ ୨୦ ହଜାର କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରେ କିଛି ପରୀକ୍ଷାର୍ଥୀ ଶିକ୍ଷକ ଚୟନରେ ଅନିୟମିତତା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ତେବେ କିଛି ଦିନ ପୂର୍ବରୁ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଷଥିଲେ ଆଶାୟୀ । ବହୁ ସଂଖ୍ୟାରେ ଅଶାୟୀ ଭୁବନେଶ୍ୱର ଓସେପା କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମେରିଟ୍ ଲିଷ୍ଟ ପ୍ରକାଶ ପୂର୍ବରୁ କଟ୍ ଅଫ୍ ତାଲିକା ପ୍ରକାଶ କରାଯାଇନଥିବା ସେମାନେ ଅଭିଯୋଗ କରିଥିଲେ । ତା’ସହ ଚୂଡ଼ାନ୍ତ ଉତ୍ତର ଖାତା ନମିଳିବା, ଅଧିକ ନମ୍ବର ରଖିଥିବା ଅନେକ ପିଲା ମେରିଟ୍ ଲିଷ୍ଟରେ ନଥିବା ଅଭିଯୋଗ କରି ଅସନ୍ତୋଷ ଝାଡ଼ିଥିଲେ ଆଶାୟୀ । ବହୁ ସଂଖ୍ୟାରେ ଅଶାୟୀ କଟଅଫ ଜାଣିବାକୁ RTI ଆବେଦନ କରିବାକୁ ମୁଖ୍ୟ କାର୍ଯ୍ୟାଳୟ ଆସିଥିଲେ ।

Advertisment

କେବଳ ଏତିକି ନୁହେଁ, ୟୁଟ୍ୟୁବରେ ଭାଇରାଲ୍ ଭିଡିଓ ମାହାଲ ମାଣ୍ଡା ଏଠି ଜଣେ ପରୀକ୍ଷାର୍ଥୀଙ୍କ ନାଁ ଥିବା ଏବଂ ପକ୍ଷୀର ଫଟୋ ଥିବା ଆଡମିଟ କାର୍ଡ ଦେଖାଇ ସେମାନେ ଅଭିଯୋଗ କରିଥିଲେ ଯେ, ଏଭଳି ବହୁ ଫେକ୍ ପରୀକ୍ଷାର୍ଥୀଙ୍କ ନାଁ ମେରିଟ ଲିଷ୍ଟରେ ପ୍ରକାଶ ପାଇଛି । ଏଥିସହ ସେମାନେ କହିଥିଲେ ଯେ, ସରକାର ୨୦ ହଜାର ଶିକ୍ଷକ ନିଯୁକ୍ତି ଘୋଷଣା କରି ୧୮ ହଜାର ୭ଶହ ଆଶାୟୀଙ୍କ ନାଁ ପ୍ରକାଶ କରିଛନ୍ତି ।

OSEPA High Court
Advertisment
Advertisment