• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ । ଚୁକ୍ତିଭିତ୍ତିକ ଗ୍ରୁପ ବି, ସି, ଡି ନିଯୁକ୍ତି ଉଚ୍ଛେଦ ନେଇ ଆଜି ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଫଳରେ ଚୁକ୍ତିଭିତ୍ତିକ ନିଯୁକ୍ତି ଦିନ ଠାରୁ ହିଁ କର୍ମଚାରୀଙ୍କର ଇନକ୍ରିମେଣ୍ଟ ଲାଗୁ ହେବ । ଯେଉଁମାନଙ୍କର ୬ ବର୍ଷ ପୂରଣ ହୋଇସାରିଛି, ତାକୁ ବି ଏଥିରେ ଗଣନା କରାଯିବ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଦିଆଯାଇଛି । 

 ରାଜ୍ୟ କ୍ୟାବିନେଟ୍ ବୈଠକରେ ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବ ପାରିତ ହେବା ପରେ ଗତକାଲି ଏପରି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳରେ ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହୋଇଛନ୍ତି । ଏହା ଦ୍ୱାରା ୫୭ ହଜାରରୁ ଅଧିକ ଚୁକ୍ତି ଭିତ୍ତିକ କର୍ମଚାରୀ ଉପକୃତ ହେବେ । ଏହାକୁ ଦୀପାବଳି ଭେଟି କହିବା ସହ ଚୁକ୍ତି ଭିତ୍ତିକ ନିଯୁକ୍ତି ଯୁଗ ଶେଷ ହେଲା ବୋଲି କହିଛନ୍ତି ନବୀନ । ସମାନ କାମକୁ ସମାନ ଦରମା ଦାବି କରି ଚୁକ୍ତି ଭିତ୍ତିକ କର୍ମଚାରୀମାନେ ଚାକିରି ନିୟମିତ କରିବାକୁ ଦୀର୍ଘଦିନ ହେଲା ଆନ୍ଦୋଳନ ଚଳାଇ ଆସିଥିଲେ ।

ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେଲେ ରାଜ୍ୟର ରାଜକୋଷ ଉପରେ ବର୍ଷକୁ ହାରାହାରି ୧୩ ଶହ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ । ତେବେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଏହି ବଡ଼ ଘୋଷଣା ପରେ ଏହାକୁ ସ୍ୱାଗତ କରିଛନ୍ତି ରାଜ୍ୟ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ । ଭୁବନେଶ୍ୱରସ୍ଥିତ ବିଭାଗୀୟ ମୁଖ୍ୟ ଦପ୍ତର ଆଗରେ ବାଣ ଫୁଟାଇ ଉତ୍ସବ ମନାଇଥିଲେ ଶହ ଶହ ଚୁକ୍ତି ଭିତ୍ତିକ କର୍ମଚାରୀ । ସରକାର ଏତେ ଦିନ ପରେ ସେମାନଙ୍କ ଦୁଃଖ ଶୁଣିଥିବାରୁ ସେମାନଙ୍କ ଆନ୍ଦୋଳନ ସଫଳ ହୋଇଥିବା କହିଥିଲେ ।