Advertisment

ରାଜ୍ୟରେ ଖୋଲିବ RIR ପାୱର୍ ଇଲୋଟ୍ରୋନିକ୍; ମିଳିବ ୫୦୦ କର୍ମଚାରୀଙ୍କୁ ନିଯୁକ୍ତି

ଖୋର୍ଦ୍ଧା ଇନ୍ଫୋଭ୍ୟାଲିରେ ୬୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି କମ୍ପାନି ପାଇଁ ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

author-image
Sujit kumar Swain
ଅଦ୍ୟତନ ହୋଇଛି
RIR Power Electronics

RIR Power Electronics

ଓଡ଼ିଶାରେ ପ୍ରଥମ ଥର ପାଇଁ ଖୋଲିବ RIR ପାୱର୍ ଇଲୋଟ୍ରୋନିକ୍। ଖୋର୍ଦ୍ଧା ଇନ୍ଫୋଭ୍ୟାଲିରେ ୬୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି କମ୍ପାନି ପାଇଁ ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

Advertisment

ପ୍ରଥମ ପର୍ଯ୍ୟାୟରେ ୫୦୦ କର୍ମଚାରୀଙ୍କୁ ଏହି କମ୍ପାନିରେ ନିଯୁକ୍ତି ମିଳିବ। ସିଲିକନ୍ କାର୍ବାଇଡ୍ ସହିତ ସେମିକଣ୍ଡକ୍ଟର ଉତ୍ପାଦନ ଏଠି ହେବ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ବାହାର ଶିଳ୍ପଙ୍କୁ ସୁଯୋଗ ଦିଆଯାଇଛି। ଯାହା ଆଗାମୀ ଦିନରେ ଓଡ଼ିଶାକୁ ଶିଳ୍ପ ହବ୍ କରିବା ପାଇଁ ଲକ୍ଷ ରଖାଯାଇଛି।

ଏପଟେ ଭଦ୍ରକ ଟେକ୍ସଟାଇଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଂ ବ୍ୟବସ୍ଥା କରାଯାଉଥିବା ନେଇ ଶିଲ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ସୂଚନା ଦେଇଛନ୍ତି । ଆଜି ଗୃହରେ ସେ କହିଛନ୍ତି ପାରାଦୀପରେ ଏକ ମେଗା ଫିଡ଼ କ୍ରାକର ପ୍ଲାଣ୍ଟ ହେବ। ଏହି ପ୍ଲାଣ୍ଟର ବାଏ ପ୍ରଡ଼କ୍ଟ ଭଦ୍ରକ ଟେକ୍ସଟାଇଲ ପାର୍କରେ ବ୍ୟବହାର କରାଯିବ। IOCL ସହ ମିଳିତ ଭାବେ ଏହି କାମ ହେବ। ଆଜି ବିଧାନସଭାରେ ବିଧାୟକ ସଞ୍ଜୀବ ମଲ୍ଲିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହ କହିଛନ୍ତି ଶିଳ୍ପ ମନ୍ତ୍ରୀ । ଏଥି ସହିତ ରାଜ୍ୟରେ ଅଧିକ MSME ପାର୍କ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। MSME ୟୁନିଟ ବଢିଲେ ହିଁ ନିଯୁକ୍ତି ସୁଯୋଗ ବଢିବ ବୋଲି ମନ୍ତ୍ରୀ କହିଛନ୍ତି।

Advertisment

 ସେହିପରି  କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷଙ୍କ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି  ସ୍ଥାନୀୟ ଅଞ୍ଚଳର ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ପାଇଁ ବିଧାୟକମାନେ କୁହନ୍ତୁ। ଯଦି ପ୍ରଶାସନ ନ ଶୁଣେ, ତେବେ ମୋ ସହ ଆଲୋଚନା କରନ୍ତୁ ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି।

Odisha News Jobs
Advertisment
Advertisment