• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଡ଼ିଶା ଅଙ୍ଗନବାଡ଼ି ଚାକିରିରେ ଆବେଦନ କରିବାକୁ ଥିବା ଆଶାୟୀଙ୍କ ପାଇଁ ଖୁସି ଖବର । ବଢ଼ିଲା ଆବେଦନ ପ୍ରକ୍ରିୟାର ସମୟସୀମା । ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି । ଦିଆଯାଇଥିବା ସୂଚନା ଅନୁସାରେ ଉଭୟ ଫ୍ରେସର ଏବଂ ଅଭିଜ୍ଞ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ନିଜର ଯୋଗ୍ୟତା ଅନୁଯାୟୀ ପ୍ରାର୍ଥୀମାନଙ୍କୁ ଚାକିରିର ସୁଯୋଗ ମିଳିବ ।

ଅଙ୍ଗନବାଡ଼ିରେ ଚାକିରି କରିବାକୁ ଇଚ୍ଛୁକ ଥିବା ଆଶାୟୀମାନେ ଏବେଠୁ ଆବେଦନ କରିପାରିବେ । ଏଥିପାଇଁ ଜୁଲାଇ ୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହାର ଶେଷ ତାରିଖ ଅଗଷ୍ଟ ୧୪, ୨୦୨୩ ପର୍ଯ୍ୟନ୍ତ ରଖାଯାଇଛି । ପୂର୍ବରୁ ଆବେଦନର ଶେଷ ତାରିଖ ଅଗଷ୍ଟ ୦୭, ୨୦୨୩ ଯାଏଁ ରଖାଯାଇଥିଲା ।

କେଉଁ ବିଭାଗରେ କେତେ ରହିଛି ପଦବୀ ?

ଅଙ୍ଗନବାଡ଼ି ଟିଚର, AWW, AWH ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥି ପାଇଁ ମୋଟ୍‌ ୭୨୩ଟି ପଦବୀରେ ନିଯୁକ୍ତି ଦିଆଯିବା ନେଇ ସୂଚନା ଦିଆଯାଇଛି । ଏଥିପାଇଁ ଯୋଗ୍ୟତା ଥିବା ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

କ’ଣ ରହିଛି ଶିକ୍ଷାଗତ ଯୋଗ୍ୟତା ?

ଏଥିପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଜାଣିନେବା ଜରୁରୀ । ଅଙ୍ଗନବାଡ଼ିରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ହେଲେ ଆଶାୟୀ ପ୍ରାର୍ଥୀଙ୍କୁ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ୮ମ, ୧୦ମ, +୨ ପାସ୍‌ କରିଥିବା ଆବଶ୍ୟକ ।

କେତେ ରହିଛି ବୟସସୀମା଼ ?

ଅଙ୍ଗନବାଡ଼ିରେ ଅବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କ ପାଇଁ ବୟସସୀମା ନିର୍ଦ୍ଧାରିତ କରାଯାଇଛି । ଅବେଦନ କରିବାକୁ ଥିବା ଇଚ୍ଛୁକ ପ୍ରାର୍ଥୀମାନଙ୍କ ବୟସ ସର୍ବନିମ୍ନ ୧୮ ବର୍ଷରୁ ସର୍ବାଧିକ ୪୫ ବର୍ଷ ହୋଇଥିବା ଆବଶ୍ୟକ ବୋଲି ସୂଚନା ଦିଆଯାଇଛି ।

କେମିତି କରିବେ ଆବେଦନ ?

୧. ଅଙ୍ଗନବାଡ଼ିରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ । ଏଥିପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଅଙ୍ଗନବାଡ଼ି ଅଫିସିଆଲ୍‌ ୱେବ୍‌ ସାଇଟ୍‌ wcdodisha.gov.inରେ ଆବେଦନ କରିବାକୁ ହେବ ।

୨. ୱେବ୍‌ ସାଇଟ୍‌କୁ ଯିବା ପରେ ପ୍ରାର୍ଥୀମାନେ ନିଜର ଡକ୍ୟୁମେଣ୍ଟ ଅପ୍‌ଲୋଡ୍‌ କରିବା ସହ ଫଟୋ ଓ ମଗାଯାଇଥିବା ସମସ୍ତ ତଥ୍ୟ ପ୍ରଦାନ କରିବେ ।

୩. ପ୍ରାର୍ଥୀମାନଙ୍କୁ ନିଜର ମୋବାଇଲ୍‌ ନମ୍ବର ସହ ଇ-ମେଲ୍‌ ଆଇଡି ମଧ୍ୟ ଦେବାକୁ ପଡ଼ିବ ।

୪. ସେହିପରି ପ୍ରାର୍ଥୀଙ୍କ ଜନ୍ମତାରିଖ, ଠିକଣା ଏବଂ ଆଶାୟୀ ରହିଥିବା ପୋଷ୍ଟ ସମ୍ପର୍କରେ ସୂଚନା ଦେବେ ।

କେତେ ରହିଛି ଦରମା ?

ଏହି ସମସ୍ତ ପଦବୀ ପାଇଁ ଭଲ ଦରମା ରହିଛି । ଆଶାୟୀ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହେବା ପରେ ସେମାନଙ୍କୁ ମାସିକ ୮,୦୦୦ରୁ ୩୦,୦୦୦ ଟଙ୍କା ଯାଏଁ ଦରମା ମିଳିବ ।