ନ୍ୟାସ୍ନାଲ୍ ଥର୍ମାଲ୍ ପାୱାର୍ କର୍ପୋରେସନ୍ (NTPC) ମାଇନିଂ ଲିମିଟେଡ୍ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମାଇନିଂ ଓଭର୍ମ୍ୟାନ୍, ମାଗାଜିନ୍ ଇନ୍-ଚାର୍ଜ, ମେକାନିକାଲ୍ ସୁପରଭାଇଜର ସହିତ ଅନ୍ୟାନ୍ୟ ପଦବୀ ପୂରଣ ହେବ। ନିଯୁକ୍ତି ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NTPC ର ଅଫିସିଆଲ୍ ୱେବ୍ସାଇଟ୍ Careers.ntpc.co.in କୁ ଯାଇ ଅନ୍ଲାଇନ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ NTPC Mining Recruitment Notification ରେ କ୍ଲିକ୍ କରି ଦେଖିପାରିବେ।
Also Read
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୧୨ ଡିସେମ୍ବର ୨୦୨୩
- ଅନ୍ଲାଇନ୍ ଆବେଦନ ଶେଷ – ୩୧ ଡିସେମ୍ବର ୨୦୨୩
ଖାଲି ପଦବୀ:
- ମାଇନିଂ ଓଭରମ୍ୟାନ୍ – ୫୨ଟି ପୋଷ୍ଟ୍
- ମେକାନିକାଲ୍ ସୁପରଭାଇଜର – ୨୧ଟି ପୋଷ୍ଟ୍
- ଇଲେକ୍ଟ୍ରିକାଲ୍ ସୁପରଭାଇଜର – ୧୩ଟି ପୋଷ୍ଟ୍
- ଜୁନିଅର ମାଇନିଂ ସୁପରଭାଇଜର – ୧୧ଟି ପୋଷ୍ଟ୍
- ମାଗାଜିନ୍ ଇନ୍ଚାର୍ଜ – ୦୭ଟି ପୋଷ୍ଟ୍
- ମାଇନିଂ ସର୍ଦ୍ଦାର – ୦୭ଟି ପୋଷ୍ଟ୍
- ଧନ୍ଦାମୂଳକ ତାଲିମ ନିର୍ଦେଶକ – ୦୩ଟି ପୋଷ୍ଟ୍
- ମୋଟ୍ ପଦବୀ – ୧୧୪ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା:
ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ମାଇନିଂ / ଇଲେକ୍ଟ୍ରିକାଲ୍ / ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ / ଡିପ୍ଲୋମା ଇନ୍ ମାଇନିଂ ଇଞ୍ଜିନିୟରିଂ ଏବଂ ମାଇନ୍ ସର୍ଭେ / ଡିପ୍ଲୋମା ଇନ୍ ମେକାନିକାଲ୍ / ପ୍ରଡକ୍ସନ୍ ଇଞ୍ଜିନିୟରିଂ / ଡିପ୍ଲୋମା ଇନ୍ ମାଇନିଂ / ଇଲେକ୍ଟ୍ରିକାଲ୍ / ମେକାନିକାଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ଉଚିତ।
ବୟସ ସୀମା:
- ସର୍ବାଧିକ ବୟସ – ୩୦ ବର୍ଷ
- ବୟସ ଗଣନା ୩୧ ଡିସେମ୍ବର ୨୦୨୩ ଅନୁସାରେ ହେବ
ବୟସ କୋହଳ:
- OBC/SC/ST/LO(Land Oustee) – ୦୫ ବର୍ଷ
- ESM – ଭାରତ ସରକାରଙ୍କ ପ୍ରଚଳିତ ନିୟମାନୁସାରେ
ଚୟନ ପ୍ରକ୍ରିୟା:
- ଲିଖିତ ପରୀକ୍ଷା
- ଦକ୍ଷତା ପରୀକ୍ଷା
ଆବେଦନ ଶୁଳ୍କ:
- ସାଧାରଣ ବର୍ଗ/ EWS/ OBC – ୩୦୦ଟଙ୍କା
- SC/ST/ESM/LO/ ମହିଳା - ଦେୟମୁକ୍ତ