Advertisment

ପରମାଣୁ ଉର୍ଜା ବିଭାଗରେ ଚାକିରି: ଦରମା ୬୭ ହଜାର ଉପରେ

ଭାରତ ସରକାରଙ୍କ ପରମାଣୁ ଉର୍ଜା ବିଭାଗ ଅଧୀନରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି କରାଯାଉଛି। ଦ୍ୱାଦଶ ପାସ୍ ଠାରୁ ଇଞ୍ଜିନିୟରିଂ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଅନ୍ୟାନ୍ୟ ସୂଚନା ପାଇଁ ପଢନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
DAE Recruitment 2023

Notification for various posts in DAE

ସରକାରୀ ଚାକିରି ପାଇଁ ଏକ ବଡ଼ ସୁଯୋଗ। ଭାରତ ସରକାରଙ୍କ ପରମାଣୁ ଉର୍ଜା ବିଭାଗ ଅଧୀନରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି କରାଯାଉଛି। ଦ୍ୱାଦଶ ପାସ୍ ଠାରୁ ଇଞ୍ଜିନିୟରିଂ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ ଏବଂ ସରକାରୀ ଚାକିରିର ସ୍ୱପ୍ନକୁ ପୂରଣ କରିପାରିବେ। ତେଣୁ ଆଜି ଏହାର ସମସ୍ତ ନିଯୁକ୍ତି ସୂଚନା ଯାଞ୍ଚ କରନ୍ତୁ ଏବଂ ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ଆବେଦନ ଦାଖଲ କରନ୍ତୁ।

Advertisment

ଯେଉଁ ପ୍ରାର୍ଥୀମାନେ ଆବେଦନ କରିବାକୁ ଚାହୁଛନ୍ତି ସେମାନେ ଏହାର ଅଫିସିଆଲ୍ ୱେବସାଇଟ୍ nfc.gov.in କୁ ଯାଇ ଆବେଦନ କରି ପାରିବେ। ଆବେଦନ କରିବାର ଶେଷ ତାରିଖ ୧୦ ଏପ୍ରିଲ୍ ରଖାଯାଇଛି।

ଅଧିକ ପଢ଼ନ୍ତୁ: BECIL ରେ ନିଯୁକ୍ତି ସୁଯୋଗ: ଦରମା ୪୬ ହଜାର; ଏମିତି କରନ୍ତୁ ଆବେଦନ

ଖାଲି ପଦବୀ:

  • ମୁଖ୍ୟ ଅଗ୍ନିଶମ ଅଧିକାରୀ – ୧ଟି ପୋଷ୍ଟ୍‌
  • ଟେକ୍ନିକାଲ୍ ଅଧିକାରୀ / ସି (କମ୍ପ୍ୟୁଟର) - ୩ଟି ପୋଷ୍ଟ୍‌
  • ଡେପୁଟି ଚିଫ୍ ଅଗ୍ନିଶମ ଅଧିକାରୀ / ଏ – ୨ଟି ପୋଷ୍ଟ୍‌
  • ଷ୍ଟେସନ୍‌ ଅଫିସର୍‌ / ଏ – ୭ଟି ପୋଷ୍ଟ୍‌
  • ସବ୍ ଅଫିସର୍‌ / ଏ – ୨୮ଟି ପୋଷ୍ଟ୍‌
  • ଡ୍ରାଇଭର-କମ୍‌-ପମ୍ପ୍‌ ଅପରେଟର୍ କମ୍‌-ଫାୟାରମ୍ୟାନ୍ - ୮୩ଟି ପୋଷ୍ଟ୍‌
Advertisment

ଶିକ୍ଷାଗତ ଯୋଗ୍ୟତା:

  • ଦ୍ୱାଦଶ ଠାରୁ ଆରମ୍ଭ କରି ଇଂଜିନିୟରିଂ କରିଥିବା ପ୍ରାର୍ଥୀ ଏନେଇ ଆବେଦନ କରି ପାରିବେ।
  • ଅଧିକ ଜାଣିବାକୁ ବିଜ୍ଞପ୍ତି ଦେଖନ୍ତୁ।

ବୟସ ସୀମା

  • ମୁଖ୍ୟ ଅଗ୍ନିଶମ ଅଧିକାରୀ – ୪୦ ବର୍ଷ
  • ଟେକ୍ନିକାଲ୍ ଅଧିକାରୀ – ୩୫ ବର୍ଷ
  • ଡେପୁଟି ଚିଫ୍ ଅଗ୍ନିଶମ ଅଧିକାରୀ – ୪୦ ବର୍ଷ
  • ଷ୍ଟେସନ୍‌ ଅଧିକାରୀ – ୪୦ ବର୍ଷ
  • ସବ୍ ଅଫିସର – ୪୦ ବର୍ଷ
  • ଡ୍ରାଇଭର୍‌ – ୨୭ ବର୍ଷ

ପ୍ରତି ମାସରେ ଦରମା:

  • ମୁଖ୍ୟ ଅଗ୍ନିଶମ ଅଧିକାରୀ - ୬୭,୭୫୫ ଟଙ୍କା
  • ଟେକ୍ନିକାଲ୍ ଅଧିକାରୀ - ୫୬,୧୦୦ ଟଙ୍କା
  • ଡେପୁଟି ମୁଖ୍ୟ ଅଗ୍ନିଶମ ଅଧିକାରୀ - ୫୬,୧୦୦ ଟଙ୍କା
  • ଷ୍ଟେସନ ଅଧିକାରୀ – ୪୭,୬୦୦ ଟଙ୍କା
  • ସବ୍ ଅଫିସର - ୩୫,୪୦୦ ଟଙ୍କା
  • ଡ୍ରାଇଭର - ୨୧,୭୦୦ ଟଙ୍କା

ଆବେଦନ ଶୁଳ୍କ:

  • ଜେନେରାଲ୍, ଓବିସି ଏବଂ ଇଡବ୍ଲୁଏସ୍ - ୫୦୦ ଟଙ୍କା
  • ଏସ୍‌ସି, ଏସ୍‌ଟି, ପିଡବ୍ଲ୍ୟୁଡି, ଇଏସ୍ଏମ୍ ଏବଂ ମହିଳା ପ୍ରାର୍ଥୀ – ଦେୟମୁକ୍ତ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସ୍କିଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ ଯାଞ୍ଚ
  • ଡାକ୍ତରୀ ପରୀକ୍ଷା

ସରକାରୀ ବିଜ୍ଞପ୍ତି ଦେଖିବାକୁ ଏଠାରେ କ୍ଲିକ୍ କରନ୍ତୁ:

Central Government Jobs Govt Jobs
Advertisment
Advertisment