Advertisment

NIT ରେ ରହିଛି ଭିଜିଟିଂ ଫ୍ୟାକଲ୍ଟି ପଦବୀ; ଦରମା ୨ ଲକ୍ଷ

NITରେ ନିଯୁକ୍ତି। ଭିଜିଟିଂ ଫାକଲ୍ଟିଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଅନ୍ୟାନ୍ୟ ସୁବିଧାଗୁଡ଼ିକର ଲାଭ ମଧ୍ୟ ମିଳିବ।

author-image
Pramod Behera
ଅଦ୍ୟତନ ହୋଇଛି
NIT to recruit visiting faculty salary upto 2 lakhs

NIT to recruit visiting faculty salary upto 2 lakhs

ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ (NIT) ରାଉରକେଲା ଭିଜିଟିଂ ଫ୍ୟାକଲ୍ଟି ପଦ ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ NIT ରାଉରକେଲାର ଅଫିସିଆଲ୍ ୱେବସାଇଟ୍ Nitrkl.ac.in କୁ ଦେଖି ଆବେଦନ କରିପାରିବେ। ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ରହିଛି।

Advertisment

ଦରମା ଓ ଅନ୍ୟାନ୍ୟ ସୁବିଧା: ମନୋନୀତ ପ୍ରାର୍ଥୀଙ୍କୁ ମାସିକ ୧.୫ ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯିବ। ଏହା ସହିତ ମନୋନୀତ ପ୍ରାର୍ଥୀଙ୍କୁ ଅନ୍ୟାନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯିବ, ଯେଉଁଥିରେ ଇକୋନମୀ କ୍ଲାସରେ ଭ୍ରମଣ, ମାଗଣାରେ ଘର ଭଡା ଓ ଅଫିସ୍ ସ୍ଥାନ, ଚିକିତ୍ସା ସୁବିଧା ଓ ବହି ଏବଂ ଅନ୍ୟାନ୍ୟ ଜିନିଷ ପାଇଁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଭତ୍ତା ରହିଛି।

ଯୋଗ୍ୟତା:

ଭିଜିଟିଂ ଫାକଲ୍ଟି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ପାଖରେ ପିଏଚ୍‌ଡି ଡିଗ୍ରୀରେ ପ୍ରଥମ ଶ୍ରେଣୀ ବା ସମକକ୍ଷ ସହ ଭଲ ଏକାଡେମିକ୍ ରେକର୍ଡ ସହିତ IIT, IISc ବାଙ୍ଗାଲୋର ଏବଂ IISER ରେ କିମ୍ବା ପ୍ରତିଷ୍ଠିତ ଭାରତୀୟ କିମ୍ବା ବିଦେଶୀ ଅନୁଷ୍ଠାନରେ ସର୍ବନିମ୍ନ ୧୦ ବର୍ଷର ଶିକ୍ଷାଦାନ / ରିସର୍ଚ୍ଚ / ଶିଳ୍ପ ଅଭିଜ୍ଞତା ଥିବା ଜରୁରୀ।

Advertisment

ଏହା ବ୍ୟତୀତ, ପ୍ରାର୍ଥୀଙ୍କ ପାଖରେ ସର୍ବନିମ୍ନ ୧୫ ବର୍ଷର ଶିଳ୍ପ ଅଭିଜ୍ଞତା ସହିତ ଇଞ୍ଜିନିୟରିଂ ଡିସିପ୍ଲିନରେ ଏକ ଭଲ ଏକାଡେମିକ୍ ପୃଷ୍ଠଭୂମି ସହିତ ମାଷ୍ଟର୍‌ ଡିଗ୍ରୀ ଥିବା ଜରୁରୀ। ଏହା ସହିତ ପ୍ରାର୍ଥୀଙ୍କ ପାଖରେ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ୍ କ୍ଷେତ୍ରରେ ଗବେଷକ ହେବାର ଏକ ଟ୍ରାକ୍‌ ରେକର୍ଡ ଥିବା ଜରୁରୀ।

କେଉଁଠାରେ କରିବେ ଆବେଦନ:

ପ୍ରାର୍ଥୀମାନେ ଆବେଦନ ଫର୍ମ ଭରି ଶେଷ ତାରିଖ ପୂର୍ବରୁ ପ୍ରଫେସର ସୁସ୍ମିତା ଦାସ, ଡିନ୍ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ ରାଉରକେଲା ୭୬୯୦୦୮, ଓଡ଼ିଶା, ଭାରତକୁ ପଠେଇ ଭିଜିଟିଂ ଫାକଲ୍ଟି ପୋଷ୍ଟ୍ ପାଇଁ ଆବେଦନ କରିପାରିବେ। ଅଧିକ ସୂଚନା ପାଇଁ, ପ୍ରାର୍ଥୀମାନେ ଆୟୋଗ ଦ୍ୱାରା ଜାରି କରାଯାଇଥିବା ନିଯୁକ୍ତି ବିଜ୍ଞପ୍ତିକୁ ଦେଖିପାରିବେ

ଏହି ବିବରଣୀ ସହିତ ପ୍ରାର୍ଥୀମାନେ ଆବେଦନ କରିପାରିବେ:

୧- ଆବେଦନ ସମୟରେ ପ୍ରାର୍ଥୀଙ୍କ ପାଖରେ ନିଜର ବାୟୋଡାତା ଥିବା ଆବଶ୍ୟକ

୨- ଏହା ସହିତ, ପେଟେଣ୍ଟ୍‌ ଏବଂ କପିରାଇଟ୍ ତାଲିକା ମଧ୍ୟ ପ୍ରାର୍ଥୀଙ୍କ ପାଖରେ ରହିବା ଉଚିତ

୩- ପ୍ରାର୍ଥୀମାନେ ସେମାନଙ୍କ ପାଖରେ ୧୦ଟି ସର୍ବୋତ୍ତମ ପ୍ରକାଶନର ଏକ ତାଲିକା ମଧ୍ୟ ରଖିବା ଉଚିତ

୪- ପ୍ରାର୍ଥୀଙ୍କ ପାଖରେ ଆବେଦନ ସହିତ ଜଡିତ ଅନ୍ୟ ବିବରଣୀ ମଧ୍ୟ ରହିବା ଦରକାର

Govt Jobs NIT Recruitment
Advertisment
Advertisment