Advertisment

NHPC Recruitment 2024: ପୂରଣ ହେବ ଟ୍ରେନୀ ଅଫିସର୍ ପଦବୀ; ଦରମା ପାଖାପାଖି ୨ ଲକ୍ଷ

NHPC ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ପୂରଣ ହେବ ଟ୍ରେନୀ ଅଫିସର୍ ପଦବୀ। ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
NHPC Recruitment 2024 apply for 118 post

NHPC Recruitment 2024 apply for 118 post

Advertisment

ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଯେଉଁମାନେ ସରକାରୀ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଏହି ଖବର। ନେସ୍‌ନାଲ୍ ହାଇଡ୍ରୋ ପାୱାର୍ କର୍ପୋରେସନ୍‌(NHPC) ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି।ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ NHPCରେ ଟ୍ରେନୀ ଅଫିସର୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ୧୧୮ ପଦବୀ ପୂରଣ ହେବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। UGC NET ଡିସେମ୍ବର-୨୦୨୩/ ଜୁନ୍-୨୦୨୪/ CLAT (PG) - ୨୦୨୪ / MBBS ସ୍କୋର କାର୍ଡ ମାଧ୍ୟମରେ ଏହି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: ଏହି Degrees କରିବାକୁ ଚିନ୍ତା କରୁଛନ୍ତି କି… ବେକାର ହୋଇପାରେ କ୍ୟାରିୟର୍

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NHPCର ଅଫିସିଆଲ୍ ୱେବ୍‌ସାଇଟ୍‌ nhpcindia.com କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ NHPC Recruitment 2024 apply for 118 post Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୯ ଡିସେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୦ ଡିସେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଖାଲି ପଦବୀ:

  • ଟ୍ରେନୀ ଅଫିସର୍‌ (HR) – ୭୧ଟି ପୋଷ୍ଟ୍‌
  • ଟ୍ରେନୀ ଅଫିସର୍‌ (PR) – ୧୦ଟି ପୋଷ୍ଟ୍‌
  • ଟ୍ରେନୀ ଅଫିସର୍‌ (ଆଇନ) – ୧୨ଟି ପୋଷ୍ଟ୍‌
  • ବରିଷ୍ଠ ଚିକିତ୍ସା ଅଧିକାରୀ – ୨୫ଟି ପୋଷ୍ଟ୍‌
  • ମୋଟ୍ – ୧୧୮ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଟ୍ରେନୀ ଅଫିସର୍‌ (HR) – ପୋଷ୍ଟ ଗ୍ରାଜୁଏସନ୍ ଡିଗ୍ରୀ / ଡିପ୍ଲୋମା, ମାଷ୍ଟର୍ ଡିଗ୍ରୀ, MSW, MBA
  • ଟ୍ରେନୀ ଅଫିସର୍‌ (PR) – ପୋଷ୍ଟ ଗ୍ରାଜୁଏସନ୍ ଡିଗ୍ରୀ / ଡିପ୍ଲୋମା, ମାଷ୍ଟର୍ ଡିଗ୍ରୀ
  • ଟ୍ରେନୀ ଅଫିସର୍‌ (ଆଇନ) – ସ୍ନାତକ / ଆଇନରେ ଡିଗ୍ରୀ, L.L.B. ଡିଗ୍ରୀ
  • ବରିଷ୍ଠ ଚିକିତ୍ସା ଅଧିକାରୀ – MBBS
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ପ୍ରଥମ ଚେଷ୍ଟାରେ ସାକ୍ଷାତକାରରେ ପାସ୍ ହେବାକୁ ଚାହୁଁଛନ୍ତି କି… ଆପଣଙ୍କ ପାଇଁ ୫ଟି ଟିପ୍ସ

ବୟସ ସୀମା:

  • ସର୍ବନିମ୍ନ ବୟସ – ୩୦ ବର୍ଷ
  • ସର୍ବାଧିକ ବୟସ – ୩୫ ବର୍ଷ
  • ବୟସ ଗଣନା ୩୦ ଡିସେମ୍ବର ୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୫୦,୦୦୦ ଟଙ୍କା
  • ସର୍ବାଧିକ ଦରମା – ୧,୮୦,୦୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/EWS/OBC – ୭୦୮ ଟଙ୍କା
  • SC/ST/PWBD/ESM/ମହିଳା – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଶିକ୍ଷାଗତ ଯୋଗ୍ୟତା
  • ଗ୍ରୁପ୍ ଡିସ୍‌କସନ୍
  • ବ୍ୟକ୍ତିଗତ ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ nhpcindia.com କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Career ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • ନୂଆ ପ୍ରାର୍ଥୀ ହୋଇଥିଲେ ପ୍ରଥମେ ନିଜକୁ ପଞ୍ଜିକରଣ କରାନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: ଦ୍ୱାଦଶ ପରେ କ’ଣ କରିବେ ଚିନ୍ତାରେ ଅଛନ୍ତି କି… କରନ୍ତୁ ଏହି କୋର୍ସ, ସାଙ୍ଗେ ସାଙ୍ଗେ ମିଳିବ ଚାକିରି

Govt Jobs Job Seekers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ