Advertisment

NCERT Recruitment 2024: NCERT ରେ ପୂରଣ ହେବ ବିଭିନ୍ନ ପଦବୀ; ଆପଣ ବି ନେଇ ପାରିବେ ସୁଯୋଗ

NCERTରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ଏକ ଖୁସି ଖବର। NCERT ଏନେଇ ଏକ ବିଜ୍ଞାପନ ପ୍ରକାଶ କରିଛି। ଆପଣ ଯଦି NCERTରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଏହି ବିଜ୍ଞପ୍ତିକୁ ତୁରନ୍ତ ଯାଞ୍ଚ କରନ୍ତୁ।

ଅଦ୍ୟତନ ହୋଇଛି
NCERT Recruitment 2024

NCERT Recruitment 2024

Advertisment

ନ୍ୟାସ୍‌ନାଲ୍‌ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ଏକ ଖୁସି ଖବର। NCERT ଏନେଇ ଏକ ବିଜ୍ଞାପନ ପ୍ରକାଶ କରିଛି। ଆପଣ ଯଦି NCERTରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଏହି ବିଜ୍ଞପ୍ତିକୁ ତୁରନ୍ତ ଯାଞ୍ଚ କରନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ NCERTରେ ପରାମର୍ଶଦାତା, ଏଡିଟର୍, ମ୍ୟାନେଜର ସମେତ ଅନେକ ପଦବୀ ପୂରଣ ହେବ। ୱାକ୍-ଇନ୍-ଇଣ୍ଟରଭିୟୁ ମାଧ୍ୟମରେ ପ୍ରାର୍ଥୀ ଚୟନ ହେବ। ଏନେଇ ଉଭୟ ପୁରୁଷ ଓ ମହିଳା ସାକ୍ଷାତକାର ଦେଇପାରିବେ। ପିଜି ସମେତ ବିଭିନ୍ନ କ୍ଷେତ୍ରରେ ଟେକ୍ନିକାଲ କୋର୍ସ କରିଥିବା ପ୍ରାର୍ଥୀମାନେ ମଧ୍ୟ ଏହି ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୬୫ଟି ଅଧିକ ପୂରଣ ହେବ।

ଅଧିକ ପଢ଼ନ୍ତୁ: Railway Jobs: ରେଳବାଇରେ ପୂରଣ ହେବ ୧୦୦୦ରୁ ଅଧିକ ପଦବୀ; ଦଶମ ପିଲା ନେବେ ସୁଯୋଗ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NCERT ର ଅଫିସିଆଲ୍ ୱେବ୍‌ସାଇଟ୍‌ ncert.nic.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ NCERT Recruitment 2024 Apply for 65 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୮ ଜୁନ୍ ୨୦୨୪

ଖାଲି ପଦବୀ:

  • ବରିଷ୍ଠ ବୈଷୟିକ ପରାମର୍ଶଦାତା – ୦୬ଟି ପୋଷ୍ଟ୍‌
  • ବୈଷୟିକ ପରାମର୍ଶଦାତା – ୦୩ଟି ପୋଷ୍ଟ
  • ବରିଷ୍ଠ ପରାମର୍ଶଦାତା (ଏକାଡେମିକ୍) – ୦୬ଟି ପୋଷ୍ଟ୍‌|
  • ଏକାଡେମିକ୍ ପରାମର୍ଶଦାତା – ୧୫ ଟି ପୋଷ୍ଟ୍‌
  • ସୋସିଆଲ୍ ମିଡିଆ ମ୍ୟାନେଜର୍ – ୦୨ଟି ପୋଷ୍ଟ୍‌
  • ସୋସିଆଲ ମିଡିଆ ସଂଯୋଜକ – ୦୧ଟି ପୋଷ୍ଟ୍‌
  • AI ବିଶେଷଜ୍ଞ / ବରିଷ୍ଠ ପରାମର୍ଶଦାତା – ୦୨ଟି ପୋଷ୍ଟ୍‌
  • ସିନିୟର ପ୍ରୋଗ୍ରାମର / ସିନିୟର ପରାମର୍ଶଦାତା – ୦୧ଟି ପୋଷ୍ଟ୍‌
  • ଡାଟାବେସ୍ ଆଡ୍‌ମିନିଷ୍ଟ୍ରେଟର୍ / ପରାମର୍ଶଦାତା – ୦୨ଟି ପୋଷ୍ଟ୍‌
  • ମୋବାଇଲ୍ ଆପ୍ ଡେଭେଲପ୍‌ମେଣ୍ଟ୍ ଆଣ୍ଡ୍ରଏଡ୍ / ଆଇଓଏସ୍ – ୦୨ଟି ପୋଷ୍ଟ୍‌
  • ଜୁନିଅର ପ୍ରୋଗ୍ରାମର୍ – ୦୨ଟି ପୋଷ୍ଟ୍‌
  • ସିଷ୍ଟମ୍ ଆନାଲିଷ୍ଟ / ଡାଟା ଆନାଲିଷ୍ଟ – ୦୧ଟି ପୋଷ୍ଟ୍‌
  • କଣ୍ଟେଣ୍ଟ୍ ଡେଭେଲପର୍ (EPUB) – ୦୨ଟି ପୋଷ୍ଟ୍‌
  • 3D ଗ୍ରାଫିକ୍ ଆନିମେଟର୍ – ୦୮ଟି ପୋଷ୍ଟ୍‌
  • ସିନିୟର ରିସର୍ଚ୍ଚ ଆସୋସିଏଟ୍ – ୦୨ଟି ପୋଷ୍ଟ୍‌
  • ସିନିୟର ପ୍ରୋଜେକ୍ଟ ଆସୋସିଏଟ୍ (ବୈଷୟିକ) – ୦୧ଟି ପୋଷ୍ଟ୍‌
  • ଜୁନିଅର ପ୍ରୋଜେକ୍ଟ ଫେଲୋ – ୦୮ଟି ପୋଷ୍ଟ୍‌
  • କପି ଏଡିଟର୍ – ୦୧ଟି ପୋଷ୍ଟ୍‌
Advertisment

ଅଧିକ ପଢ଼ନ୍ତୁ: UPSC Recruitment: UPSCରେ ପୂରଣ ହେବେ ଅନେକ ପ୍ରାର୍ଥୀ; ବିଭିନ୍ନ କ୍ଷେତ୍ରରେ ପିଜି-ଡିଗ୍ରୀ ଥିଲେ ନେବେ ସୁଯୋଗ

ଶିକ୍ଷାଗତ ଯୋଗ୍ୟତା:

  • ବିଭିନ୍ନ ପଦବୀ ପାଇଁ ଯୋଗ୍ୟତା ମଧ୍ୟ ଭିନ୍ନ
  • ତେବେ କମ୍ପ୍ୟୁଟର ସା‍ଇନ୍ସରେ ମାଷ୍ଟର୍, ମଲ୍ଟିମିଡିଆ, ଫାଇନ୍ ଆର୍ଟ, ଜର୍ନାଲିଜିମ୍ ଭଳି ଯୋଗ୍ୟତା ଆବଶ୍ୟକ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବାଧିକ ବୟସ – ୪୫ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ୱାକ୍-ଇନ୍-ଇଣ୍ଟର୍‌ଭିୟୁ ଆଧାରରେ ମନୋନୀତ
  • ପ୍ରାର୍ଥୀଙ୍କୁ ସମସ୍ତ ମୂଳ ଦଲିଲ ଆଣିବାକୁ ପଡିବ
  • ସାକ୍ଷାତକାର ପାଇଁ ଅନ୍ୟ କୌଣସି ପୃଥକ ସୂଚନା ପଠାଯିବ ନାହିଁ
  • ସାକ୍ଷାତକାରରେ ଯୋଗଦେବା ପାଇଁ କୌଣସି TA / DA ଦିଆଯିବ ନାହିଁ

ୱାକ୍-ଇନ୍-ଇଣ୍ଟର୍‌ଭିୟୁ:

ପ୍ରାର୍ଥୀଙ୍କୁ ନିର୍ଦ୍ଦିଷ୍ଟ ତାରିଖରେ ସାକ୍ଷାତକାର ପାଇଁ ରିପୋର୍ଟ କରିବାକୁ ପଡିବ ଏବଂ ସକାଳ ୯ଟା ସୁଦ୍ଧା ସର୍ବଶେଷ ରିପୋର୍ଟ କରିବାକୁ ପଡିବ। ମୂଳ ପ୍ରମାଣପତ୍ରର କପି ସହିତ Section Officer (SO), Planning & Research Division (P&RD), Room No.242, CIET 2nd floor, Chacha Nehru Bhawan, CIET, NCERT, New Delhi-110 016 ରେ ସମୟ ପୂର୍ବରୁ ପହଞ୍ଚିବାକୁ ପଡିବ।

ଅଧିକ ପଢ଼ନ୍ତୁ: IB Recruitment 2024: ଇଣ୍ଟେଲିଜେନ୍ସ ବ୍ୟୁରୋରେ ପୂରଣ ହେବ ୬୦୦ରୁ ଅଧିକ ପଦବୀ; ଦରମା ୧.୫ଲ‍କ୍ଷ

NCERT Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ