Advertisment

Railway Recruitment 2023: ଭାରତୀୟ ରେଳବାଇରେ ପୂରଣ ହେବ ୩ ହଜାରରୁ ଅଧିକ ପଦବୀ

ଭାରତୀୟ ରେଳବାଇ ବମ୍ପର ନିଯୁକ୍ତି ଘୋଷଣା କରିଛି। ରେଳବାଇ ନିଯୁକ୍ତି ସେଲ୍ (ପୂର୍ବାଞ୍ଚଳ ରେଳବାଇ) ୩ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ୧୦ମ ପାଶ ପ୍ରାର୍ଥୀ ଆବେଦନ କରିପାରିବେ।

author-image
Pramod Behera
more than 3000 posts vacancy in indian railway

more than 3000 posts vacancy in indian railway

ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ଭାରତୀୟ ରେଳବାଇ ବମ୍ପର ନିଯୁକ୍ତି ଘୋଷଣା କରିଛି। ରେଳବାଇ ନିଯୁକ୍ତି ସେଲ୍ (ପୂର୍ବାଞ୍ଚଳ ରେଳବାଇ) ୩ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଭାରତୀୟ ରେଳବାଇ ଆପ୍ରେଣ୍ଟିସ୍ ପଦବୀ ପାଇଁ ଏହି ନିଯୁକ୍ତି ବାହାର କରିଛି। ଏନେଇ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।

Advertisment

ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ er.indianrailways.gov.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Railway Recruitment 2023Notificationରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ: ୨୭ ସେପ୍ଟେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ: ୨୭ ଅକ୍ଟୋବର ୨୦୨୩
Advertisment

କେଉଁ ଡିଭିଜନରେ କେତେ:

  • ହାଓ୍ୱଡା ଡିଭିଜନରେ - ୬୫୯ଟି ପୋଷ୍ଟ
  • ଲିଲୁଆ ଡିଭିଜନରେ - ୬୧୨ଟି ପୋଷ୍ଟ
  • ସିଲ୍‌ଡା ଡିଭିଜନରେ - ୪୪୦ଟି ପୋଷ୍ଟ
  • କାଞ୍ଚରାପଡା ଡିଭିଜନରେ - ୧୮୭ଟି ପୋଷ୍ଟ
  • ମାଲଦା ଡିଭିଜନରେ - ୧୩୮ଟି ପୋଷ୍ଟ
  • ଆସନସୋଲ ଡିଭିଜନରେ - ୪୧୨ଟି ପୋଷ୍ଟ
  • ଜମାଲପୁର ଡିଭିଜନରେ - ୬୬୭ଟି
  • ମୋଟ୍ ପଦବୀ - ୩୧୧୫ଟି ପୋଷ୍ଟ୍

ବୟସ ସୀମା:

  • ସର୍ବନିମ୍ନ ବୟସ - ୧୫ ବର୍ଷ
  • ସର୍ବାଧିକ ବୟସ - ୨୪ ବର୍ଷ
  • ସଂରକ୍ଷିତ ବର୍ଗ ପ୍ରାର୍ଥୀମାଙ୍କ ପାଇଁ ବୟସ କୋହଳ ହେବ

ଶିକ୍ଷାଗତ ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଦ୍ୟାଳୟ ଶିକ୍ଷା ବୋର୍ଡରୁ ଦଶମ ପାଶ୍
  • ଏହା ସହିତ ପ୍ରାର୍ଥୀଙ୍କ ପାଖରେ ସମ୍ପୃକ୍ତ ଟ୍ରେଡ୍‌ରେ ଆଇଆଇଟି ସାର୍ଟିଫିକେଟ୍ ରହିବା ଉଚିତ୍

ଚୟନ ପ୍ରକ୍ରିୟା:

  • ମେରିଟ୍ ଲିଷ୍ଟ୍ ଆଧାରରେ ପ୍ରାର୍ଥୀ ଚୟନ କରାଯିବ
  • ପ୍ରାର୍ଥୀମାନଙ୍କଠାରୁ ପ୍ରାପ୍ତ ଆବେଦନ ଆଧାରରେ ମେରିଟ୍ ଲିଷ୍ଟ୍ ପ୍ରସ୍ତୁତ ହେବ
Govt Jobs Railway Recruitment
Advertisment
Advertisment