Advertisment

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ବାହାରିଛି ଚାକିରି, ଦେଖନ୍ତୁ…

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ DRDOର ଇଲେକ୍ଟ୍ରୋନିକ୍ସ ଏବଂ ରାଡାର ଡେଭଲପ୍‌ମେଣ୍ଟ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ (LRDE) ଏବଂ ଏରୋନେଟିକାଲ୍ ଡେଭଲପ୍‌ମେଣ୍ଟ୍‌ ଏଜେନ୍ସି (ADA)ରେ ଚାକିରି ଅଛି। ଏହି ଉଭୟ ନିଯୁକ୍ତି ପାଇଁ ବିଜ୍ଞାପନ ଜୁନ୍ ୪ ରୁ ନିଯୁକ୍ତି ଖବରକାଗଜରେ ପ୍ରକାଶିତ ହୋଇଛି।

author-image
Pramod Behera
Ministry of defence recruitment 2022

Ministry of defence recruitment 2022

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଅନୁଷ୍ଠାନଗୁଡ଼ିକରେ ସରକାରୀ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ DRDOର ଇଲେକ୍ଟ୍ରୋନିକ୍ସ ଏବଂ ରାଡାର ଡେଭଲପ୍‌ମେଣ୍ଟ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ (LRDE) ଏବଂ ଏରୋନେଟିକାଲ୍ ଡେଭଲପ୍‌ମେଣ୍ଟ୍‌ ଏଜେନ୍ସି (ADA)ରେ ଚାକିରି ଅଛି। ଏହି ଉଭୟ ନିଯୁକ୍ତି ପାଇଁ ବିଜ୍ଞାପନ ଜୁନ୍ ୪ ରୁ ନିଯୁକ୍ତି ଖବରକାଗଜରେ ପ୍ରକାଶିତ ହୋଇଛି। ଏରୋନେଟିକାଲ୍ ଡେଭଲପ୍‌ମେଣ୍ଟ୍‌ ଏଜେନ୍ସିରେ ବୈଜ୍ଞାନିକ / ଇଞ୍ଜିନିୟର ହେବାର ଏକ ସୁଯୋଗ ରହିଛି।

Advertisment

ଏରୋନେଟିକାଲ୍ ଡେଭଲପମେଣ୍ଟ ଏଜେନ୍ସିକୁ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (ତେଜସ୍) ର ଏବଂ LCA ମାର୍କ -୨ର ଏୟାରଫୋର୍ସ ଏବଂ ନାଭାଲ୍ ଭର୍ସନକୁ ଡିଜାଇନ୍ ଓ ବିକାଶର ଦାୟିତ୍ୱ ଦିଆଯାଇଛି। ଏହା ସହିତ ଭାରତ ସରକାରଙ୍କ ଅନ୍ୟାନ୍ୟ ଆଧୁନିକ ଟେକ୍ନୋଲୋଜୀ ବିକାଶମୂଳକ ପ୍ରକଳ୍ପର ପରିକଳ୍ପନା ଏବଂ ବିକାଶର ଦାୟିତ୍ୱ ମଧ୍ୟ ଦିଆଯାଇଛି।

ଇଲେକ୍ଟ୍ରୋନିକ୍ସ ଏବଂ ରାଡାର ବିକାଶ ପ୍ରତିଷ୍ଠା (LRDE) ନିଯୁକ୍ତି:

ପୋଷ୍ଟ୍‌ର ନାମ- JRF

  • ଆବେଦନ କରିବାର ଆରମ୍ଭ ତାରିଖ - ୧୨ ଜୁନ୍
  • ଆବେଦନ କରିବାର ଶେଷ ତାରିଖ - ୩ ଜୁଲାଇ
  • ଅନ୍‌ଲାଇନ୍ ଆବେଦନ କରିବାର ୱେବ୍‌ସାଇଟ୍- https://rac.gov.in/ କିମ୍ବା www.drdo.gov.in
Advertisment

ଏରୋନେଟିକାଲ୍ ଡେଭଲପ୍‌ମେଣ୍ଟ୍‌ ଏଜେନ୍ସି ନିଯୁକ୍ତି:

  • ପୋଷ୍ଟ୍‌ - ବୈଜ୍ଞାନିକ / ଇଞ୍ଜିନିୟର ‘ଜି’ (୧ ପଦବୀ)

ଦରମା:

  • ଲେବଲ -୧୪, ମ୍ୟାଟ୍ରିକ୍ସ ୧୪୪୨୦୦-୨୧୮୨୦୦ଟଙ୍କା, ମୋଟ ସର୍ବନିମ୍ନ ପାରିଶ୍ରମିକ - ମାସିକ ୨୫୩୨୬୭ ଟଙ୍କା

ବୟସ ସୀମା- ସର୍ବାଧିକ ୫୦ ବର୍ଷ

ଶିକ୍ଷାଗତ ଯୋଗ୍ୟତା:

  • ଇଲେକ୍ଟ୍ରିକାଲ୍‌ / ଇଲେକ୍ଟ୍ରିକାଲ୍‌ ଏବଂ ଇଲେକ୍ଟ୍ରୋନିକ୍ସ / ଇଲେକ୍ଟ୍ରିକାଲ୍‌ ଏବଂ ଇନ୍‌ଷ୍ଟ୍ରୁମେସନ ଇଞ୍ଜିନିୟରିଂରେ ଫାଷ୍ଟ ଡିଭିଜନ୍ ସ୍ନାତକ ସହିତ ସମ୍ପୃକ୍ତ କ୍ଷେତ୍ରରେ ୧୫ ବର୍ଷର ଅଭିଜ୍ଞତା।
Govt Jobs
Advertisment
Advertisment