/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646816025.jpg)
Ministry Jobs: Vacancies Announced For Consultants
ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ପ୍ରଶାସନ ବିଭାଗରେ କନ୍ସଲ୍ଟାଣ୍ଟସ୍ (ଲିଗାଲ୍) ପାଇଁ ପଦବୀ ଖାଲି ରହିଛି।
ବିଜ୍ଞାପନ ଅନୁଯାୟୀ, କନ୍ସଲ୍ଟାଣ୍ଟସ୍ (ଲିଗାଲ୍) ଭାବେ ନିଯୁକ୍ତି ପାଇବା ବ୍ୟକ୍ତି ମାସକୁ ୬୦,୦୦୦ ଦରମା ପାଇବେ। ଆବେଦନର ଶେଷ ତାରିଖ ୨୦୨୨ ମାର୍ଚ୍ଚ।
କନ୍ସଲ୍ଟାଣ୍ଟସ୍ (ଲିଗାଲ୍) ଏକ ଅସ୍ଥାୟୀ (ଅଣ-ସରକାରୀ) ନିଯୁକ୍ତି ହୋଇଥିବା ବେଳେ ବିନା କାରଣରେ ମନ୍ତ୍ରଣାଳୟ ଯେକୌଣସି ସମୟରେ ବାତିଲ କରିପାରେ। ବିଜ୍ଞାପନରେ କୁହାଯାଇଛି ଯେ MoEF & CC ର କ୍ଷମତା ରହିଛି ଯେକୌଣସି ସମୟରେ ବିନା କାରଣରେ ଜଣକୁ ବା ସମସ୍ତ କନ୍ସଲ୍ଟାଣ୍ଟସ୍ (ଲିଗାଲ୍)ଙ୍କୁ ଚାକିରିରୁ ବାହାର କରିଦେବା।
ଖାଲି ଥିବା ପଦବୀ:
କନ୍ସଲ୍ଟାଣ୍ଟସ୍ (ଲିଗାଲ୍) : ୨ ଟି ପୋଷ୍ଟ୍
ଦରମା: ମାସକୁ ୬୦,୦୦୦ ଟଙ୍କା
ଯୋଗ୍ୟତା:
- ଆଇନ୍ (LL.B) ରେ ସ୍ନାତକୋତ୍ତର ଡିଗ୍ରୀ (କେବଳ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ଇନଷ୍ଟିଚ୍ୟୁଟ୍) ସହିତ ତିନି ବର୍ଷରୁ ଅଧିକ ଅଭିଜ୍ଞତା।
- ଆଡଭୋକେଟ୍ସ ଆକ୍ଟ, ୧୯୬୧ର ଧାରା ଅନୁଯାୟୀ, ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ କିମ୍ବା କୌଣସି ଷ୍ଟେଟ୍ ବାର୍ କାଉନ୍ସିଲ୍ରେ ଆଡଭୋକେଟ୍ ଥିବେ।
- ଲିଗାଲ୍ ଡ୍ରାଫ୍ଟିଂରେ ଅଭିଜ୍ଞତା ଥିବା ଆବଶ୍ୟକ।
ବୟସ ସୀମା:
କନ୍ସଲ୍ଟାଣ୍ଟସ୍ (ଲିଗାଲ୍) ର ନିଯୁକ୍ତି ପାଇଁ ସର୍ବାଧିକ ବୟସ ସୀମା ୬୫ ବର୍ଷ ହୋଇଥିବ।
ବାର୍ଷିକ ବୃଦ୍ଧି:
ପାର୍ଥୀଙ୍କ କାର୍ଯ୍ୟ ଦକ୍ଷତା ଅନୁଯାୟୀ ବାର୍ଷିକ ପାରିଶ୍ରମିକ ବୃଦ୍ଧି ୦% ରୁ ୮% ମଧ୍ୟରେ ରହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)