Advertisment

ମେଟା ପୁଣି କରିବ ବଡ଼ ଛଟେଇ: ବାହାରିବେ ୬ ହଜାର କର୍ମଚାରୀ

କମ୍ପାନୀ ଗତ ନଭେମ୍ବରରେ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ଓ ୧୦ ହଜାର କର୍ମଚାରୀଙ୍କୁ ଗତ ମାର୍ଚ୍ଚରେ ବାହାର କରିଦେଇଥିଲା।

ଅଦ୍ୟତନ ହୋଇଛି
Meta Layoffs 2023

Meta to fire 6,000 more employees next week.

Advertisment

ବଡ଼ ଧରଣର ଛଟେଇ କରିବାକୁ ଯାଉଛି ବିଶ୍ୱର ପ୍ରମୁଖ କମ୍ପାନି ମେଟା। ଆସନ୍ତା ସପ୍ତାହରେ ୬ ହଜାର କର୍ମଚାରୀଙ୍କୁ ଛଟେଇ କରିବ ମେଟା। ଚଳିତ ମେ ରେ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ମେଟା ସିଇଓ ମାର୍କ ଜୁକରବର୍ଗ କିଛି ଦିନ ତଳେ ଘୋଷଣା କରିଥିଲେ। ତେବେ କମ୍ପାନି ପକ୍ଷରୁ ବସିଥିବା ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ତେବେ ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ବି ଏହି ନିଷ୍ପତ୍ତି ନିଆଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି। 

Advertisment

ସୂଚନା ଅନୁସାରେ ଆସନ୍ତା ସପ୍ତାହରୁ ପାଖାପାଖି ୬ ହଜାର କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ ହୋଇଯିବ। କମ୍ପାନୀ ଗତ ନଭେମ୍ବରରେ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ଓ ୧୦ ହଜାର କର୍ମଚାରୀଙ୍କୁ ଗତ ମାର୍ଚ୍ଚରେ ବାହାର କରିଦେଇଥିଲା। ମେଟା ହେଉଛି ଫେସବୁକ୍‌ର ପ୍ୟାରେଣ୍ଟ କମ୍ପାନି ଯିଏକି ପ୍ରାରମ୍ଭିକ ପର୍ଯ୍ୟାୟରେ ୪ ହଜାର କର୍ମଚାରୀଙ୍କୁ ବାହାର କରିଥିବା ବେଳେ ତାଲିକାରେ ଆଉ ୬ ହଜାର ଅଛନ୍ତି, ଯିଏ ମେ ସୁଦ୍ଧା ବିଦା ହେବେ।

ଅଧିକ ପଢ଼ନ୍ତୁ: ୧୧ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ ଭୋଡାଫୋନ୍‌

ଏନେଇ କମ୍ପାନିର ଗ୍ଲୋବାଲ୍ ଆଫାୟାର୍ସ ସଭାପତି ନିକ୍‌ କ୍ଲେଗ୍‌, କହିଛନ୍ତି ଯେ ଆସନ୍ତା ସପ୍ତାହରେ ଛଟେଇର ଥାର୍ଡ ୱେଭ୍‌ ଆସିବାକୁ ଯାଉଛି। ଏହା କମ୍ପାନି ସମେତ ପ୍ରତ୍ୟେକଙ୍କୁ ପ୍ରଭାବିତ କରିବ। ଏହା ଆମ ପାଇଁ ଚିନ୍ତା ଓ ଅନିଶ୍ଚିତତାର ସମୟ।

Advertisment

ବିଶେଷ ସୂତ୍ରରୁ ଜଣାପଡିଛି ଯେ, ମେଟା ପକ୍ଷରୁ ତାଲିକାଭୁକ୍ତ କର୍ମଚାରୀଙ୍କୁ ନୋଟିସ୍‌ ପଠାଯିବ। ଏହାପରେ ଛଟେଇ କରିବା ପ୍ରକ୍ରିୟା ଆରମ୍ଭ ହୋଇଯିବ। ଇମେଲ୍‌ ମାଧ୍ୟମରେ ଚିଠି ପାଇବା ପରେ କର୍ମଚାରୀଙ୍କୁ ନିଶ୍ଚିତ ପ୍ରଭାବିତ କରିବ। 

ତେବେ କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ମେଟା CTO କହିଛନ୍ତି ଯେ ଆମର ସେମିତି କିଛି ଯୋଜନା ନାହିଁ। କେବଳ କମ୍ପାନୀକୁ ଦୀର୍ଘଜୀବୀ ଓ ଆଗକୁ ବଢାଇବା ଆମର ଲକ୍ଷ୍ୟ, ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଅପରପଟେ ଏତେ ବଡ଼ଧରଣର ଛଟେଇ କରାଯିବାକୁ ନେଇ ଉତ୍ତରରେ କମ୍ପାନିର ସିଇଓ ଜୁକରବର୍ଗ କହିଛନ୍ତି ଯେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ମେଟାର ବ୍ୟବସାୟରେ ଅଗ୍ରଗତି କମିଛି।

Advertisment
Mark Zukerberg Mass Layoffs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ