• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • UPPSCରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ ତଥା UPPSC ରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । UPPSC ପକ୍ଷରୁ ବିଭିନ୍ନ ପଦବୀ ତଥା ପ୍ରୋଗ୍ରାମର ଗ୍ରେଡ, କମ୍ପ୍ୟୁଟର ଅପରେଟର ଗ୍ରେଡ ଏବଂ ମ୍ୟାନେଜର ପଦବୀରେ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ। ଆଶାୟୀ ଏବଂ ଯୋଗ୍ୟ ପ୍ରାର୍ଥୀ UPPSCର ଅଫିସିଆସ ୱେବସାଇଟ୍‌ uppsc.up.nic.in କୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ପଦବୀ ବିବରଣୀ ସଂଖ୍ୟା: ସମୁଦାୟ ୫

ପ୍ରୋଗ୍ରାମର ଗ୍ରେଡ ପଦବୀ ପାଇଁ -୧,କମ୍ପ୍ୟୁଟର ଅପରେଟର ପଦବୀ ପାଇଁ -୩,ମ୍ୟାନେଜର ପଦବୀ ପାଇଁ -୧ଟି ରହିଛି । ଆବେଦନ କରିବାର ପ୍ରକ୍ରିୟା ନଭେମ୍ବର ୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୨୯ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ଏହାଛଡ଼ା ଅନଲାଇନ ଆବେଦନ ଫର୍ମ ଜମା କରିବାର ଶେଷ ତାରିଖ ୩ ଡିସେମ୍ବର ୨୦୨୧ ରହିଛି ।

ଦରମା ଓ ବୟସ ସୀମା:

ଆବେଦନକାରୀଙ୍କ ବୟସ ସୀମା ସର୍ବନିମ୍ନ ୨୧ ବର୍ଷ ରହିବା ଦରକାର ଓ ଏବଂ ସର୍ବାଧିକ ୪୦ ବର୍ଷ ହୋଇଥିବା ଜରୁରୀ ଅଟେ । ପ୍ରୋଗ୍ରାମର ଗ୍ରେଡ ପଦବୀ ପାଇଁ ମାସିକ ୯,୩୦୦ରୁ ୩୪,୮୦୦ ଟଙ୍କା ରହିଛି ଓ କମ୍ପ୍ୟୁଟର ଅପରେଟର ୫,୨୦୦ ରୁ ୨୦,୨୦୦ ଟଙ୍କା ରହିଛି , ମ୍ୟାନେଜର ପଦବୀ ପାଇଁ ମାସିକ ୧୫,୬୦୦ ରୁ ୩୯,୧୦୦ ଟଙ୍କା ରହିଛି ।

ଶିକ୍ଷାଗତ ଯୋଗ୍ୟତା:

  • ପ୍ରୋଗ୍ରାମର ଗ୍ରେଡ ୨ ପଦବୀ ପାଇଁ ସ୍ନାତକ ଡିଗ୍ରୀ ସହିତ କମ୍ପ୍ୟୁଟର ସାଇନ୍ସରେ ପିଜି ଡିପ୍ଲୋମା କରିଥିବା ଜରୁରୀ ।
  • କମ୍ପ୍ୟୁଟର ଅପରେଟର ଗ୍ରେଡ ବି ପାଇଁ DOE ରେ ସାର୍ଟିଫିକେଟ ଜରୁରୀ । ଏହା ସହିତ ଡାଟା ଏଣ୍ଟ୍ରିରେ ଜ୍ଞାନ ଏବଂ ହିନ୍ଦୀ ଇଂଲିଶରେ ୨୫ରୁ ୪୦ ପ୍ରତି ମିନିଟକୁ ଶବ୍ଦ ଟାଇପିଂ ସ୍ପିଡ ରହିବା ଜରୁରୀ ।
  • ମ୍ୟାନେଜର ସିଷ୍ଟମ ପଦବୀ ପାଇଁ କୈଣସୀ ୟୁନିଭରସିଟି କିମ୍ବା ସଂସ୍ଥାରୁ କମ୍ପ୍ୟୁଟର ଆପ୍ଲିକେସନ ଡିଗ୍ରୀ ରହିବା ଜରୁରୀ ।

ପଦବୀ ଆବେଦନ ପାଇଁ ଶୁଳ୍କ:

ସାଧାରଣ ଏବଂ ଓବିସି/EWS ପ୍ରାର୍ଥୀଙ୍କୁ ୨୨୫ ଟଙ୍କା ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କୁ ୧୦୫ ଟଙ୍କା ଶୁଳ୍କ ଦେବାକୁପ ଡିବ। ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଆବେଦନ ଶୁଳ୍କ ୨୫ ଟଙ୍କା ରହିଛି।