Advertisment

Job in Odisha: ଓଡ଼ିଶାରେ ସରକାରୀ ଚାକିରି; ଏହି ମହାବିଦ୍ୟାଳୟରେ ବାହାରିଛି ଅଧ୍ୟାପକ ପଦବୀ

ଯଦି ଆପଣ ଓଡ଼ିଶାରେ କୌଣସି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ନୟାଗଡ ଜିଲ୍ଲା କଣ୍ଟିଲୋରେ ଥିବା ନୀଳମାଧବ ମହାବିଦ୍ୟାଳୟରେ ଅଧ୍ୟାପକ ପାଇଁ ବିଜ୍ଞପ୍ତି ବାହାରିଛି।

author-image
Pramod Behera
Lecturer Job, Neelamadhab Mahavidhyalaya, Kantilo

Lecturer Job, Neelamadhab Mahavidhyalaya, Kantilo

ଯଦି ଆପଣ ଓଡ଼ିଶାରେ କୌଣସି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ନୟାଗଡ ଜିଲ୍ଲା କଣ୍ଟିଲୋରେ ଥିବା ନୀଳମାଧବ ମହାବିଦ୍ୟାଳୟରେ ଅଧ୍ୟାପକ ପାଇଁ ବିଜ୍ଞପ୍ତି ବାହାରିଛି। ବିଭିନ୍ନ ବିଷୟରେ ମୋଟ୍ ୮ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ। ଏହି ନିଯୁକ୍ତି ସଂପୂର୍ଣ୍ଣ ଚୁକ୍ତିଭିତ୍ତିକ।

Advertisment

ଯୋଗ୍ୟ ଓ ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ୱାକ୍-ଇନ୍-ଇଣ୍ଟରଭିୟୁ ମାଧ୍ୟମରେ ପ୍ରାର୍ଥୀ ଚୟନ ହେବ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଠାରେ Neelamadhab Mahavidyalaya, Kantilo PDF କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ୱୱାକ୍-ଇନ୍-ଇଣ୍ଟରଭିୟୁ – ୨୭ ଅଗଷ୍ଟ ୨୦୨୩
  • ସମୟ – ଦିନ ୧୦ଟା ପୂର୍ବରୁ

ମୋଟ ଅଧ୍ୟାପକ ପଦବୀ:

  • ସୋସିଓଲୋଜୀ – ୧ଟି ପୋଷ୍ଟ୍
  • ଇକୋନୋମିକ୍ସ – ୧ଟି ପୋଷ୍ଟ୍
  • ଫିଜିକ୍ସ – ୨ଟି ପୋଷ୍ଟ୍
  • କେମେଷ୍ଟ୍ରୀ – ୧ଟି ପୋଷ୍ଟ୍
  • ବଟାନୀ – ୧ଟି ପୋଷ୍ଟ୍
  • ଜୁଲୋଜୀ – ୧ଟି ପୋଷ୍ଟ୍
  • ଲାଇବ୍ରେରୀ ଓ ଇନ୍‌ଫର୍‌ମେସନ ସାଇନ୍ସ – ୧ଟି ପୋଷ୍ଟ୍
Advertisment

ଯୋଗ୍ୟତା:

  • ଏହି ପଦବୀ ପାଇଁ ପ୍ରାର୍ଥୀ ସମ୍ବନ୍ଧିତ ବିଷୟରେ ସ୍ନାତକୋତ୍ତର କରିଥିବା ଉଚିତ
  • ଅତି କମ୍‌ରେ ୫୫ % ମାର୍କ ସହିତ ପାଶ୍‌ ହୋଇଥିବା ଆବଶ୍ୟକ

ଆବେଦନ ଶୁଳ୍କ:

  • ପ୍ରାର୍ଥୀଙ୍କୁ କଲେଜ୍ କ୍ୟାସ୍ କାଉଣ୍ଟର୍‌ରେ ୨୦୦ ଟଙ୍କା ଜମା କରିବାକୁ ପଡିବ

ବିଶେଷ ସୂଚନା:

  • ଇଛୁକ ପ୍ରାର୍ଥୀମାନେ ଧ୍ୟାନ ରଖିବା ଉଚିତ ଯେ ବାୟୋଡାଟା ଓ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ସହ ଦିନ ୧୦ଟା ପୂର୍ବରୁ କଲେଜ୍‌ରେ ପହଞ୍ଚିବା ଦରକାର।
Job Opportunities Govt Jobs Vacancy For Lecturer
Advertisment
Advertisment