Advertisment

IBPS Recruitment 2023: ଘୁଞ୍ଚିଲା ଆବେଦନ ତାରିଖ; ଜାଣନ୍ତୁ କେବେ ଶେଷ ଦିନ

IBPS ପ୍ରୋବେସନାରୀ ଅଫିସର(PO) / ମ୍ୟାନେଜମେଣ୍ଟ ଟ୍ରେନିଂ(MT) ଏବଂ ସ୍ପେଶାଲିଷ୍ଟ ଅଫିସର(SO) ପଦବୀରେ ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ବଢେଇଛି। ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଆବେଦନ କରି ନାହାଁନ୍ତି ସେମାନେ ଏହାର ସୁବର୍ଣ୍ଣ ସୁଯୋଗ ନେଇପାରିବେ।

author-image
Pramod Behera
ଅଦ୍ୟତନ ହୋଇଛି
IBPS Recruitment 2023

IBPS Recruitment 2023

ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (IBPS) ପ୍ରୋବେସନାରୀ ଅଫିସର(PO) / ମ୍ୟାନେଜମେଣ୍ଟ ଟ୍ରେନିଂ(MT) ଏବଂ ସ୍ପେଶାଲିଷ୍ଟ ଅଫିସର(SO) ପଦବୀରେ ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ବଢେଇଛି। ପ୍ରାର୍ଥୀମାନେ ବର୍ତ୍ତମାନ ୨୮ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହାପୂର୍ବରୁ, ଆବେଦନ କରିବାର ଶେଷ ତାରିଖ ୨୧ ଅଗଷ୍ଟ ଥିଲା।

Advertisment

IBPS ଏହାର ୱେବସାଇଟରେ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। IBPS PO ଏବଂ SO ପଞ୍ଜୀକରଣ ସମୟସୀମା ବୃଦ୍ଧି ବିଜ୍ଞପ୍ତିରେ କହିଛି ଯେ ଉଭୟ ନିଯୁକ୍ତି ପରୀକ୍ଷାର ଅନ୍ୟ ସମସ୍ତ ନିୟମ ଓ ସର୍ତ୍ତ ଅପରିବର୍ତ୍ତିତ ରହିବ।

ଏହି ନିଯୁକ୍ତି ପ୍ରକ୍ରିୟାରେ IBPS PO / MT ର ୪୬୨ ଟି ପୋଷ୍ଟ ଏବଂ IBPS SO ର ମୋଟ ୧୪୦୨ ଟି ପୋଷ୍ଟ ପୂରଣ ହେବ। ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଏହି ବମ୍ପର ନିଯୁକ୍ତି ପାଇଁ ଆବେଦନ କରି ନାହାଁନ୍ତି ସେମାନେ ଏହାର ସୁବର୍ଣ୍ଣ ସୁଯୋଗ ନେଇପାରିବେ। ଏହାର ଅଫିସିଆଲ୍ ୱେବସାଇଟ୍ ibps.in କୁ ଯାଇ ଆବେଦନ କରିପାରିବେ। ଯେକୌଣସି ଷ୍ଟ୍ରିମ୍‌ରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ।

Advertisment

ଅଧିକ ପଢ଼ନ୍ତୁ: ଭାରତୀୟ ନୌସେନାରେ ଚାକିରି ସୁଯୋଗ; ୧୦ମ ପିଲା କରିପାରିବେ ଆବେଦନ

IBPS PO ଏବଂ SO ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କୁ ପ୍ରଥମେ ପ୍ରିଲିମ୍ ପରୀକ୍ଷାରେ ହାଜର ହେବାକୁ ପଡିବ। ଯେଉଁ ପ୍ରାର୍ଥୀମାନେ ପ୍ରି ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିବେ ସେମାନଙ୍କୁ ମୁଖ୍ୟ ପରୀକ୍ଷାରେ ହାଜର ହେବାକୁ ପଡ଼ିବ। ଯେଉଁ ପ୍ରାର୍ଥୀମାନେ ମୁଖ୍ୟ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିବେ ସେମାନଙ୍କୁ ସାକ୍ଷାତକାର ପାଇଁ ଡକାଯିବ। ମେନ୍ସ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

IBPS PO ପ୍ରିଲିମସ୍ ପରୀକ୍ଷା ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ହେବାର ସମ୍ଭାବନା ଅଛି, ତଥାପି ଏଥିପାଇଁ IBPS PO ପ୍ରିଲିମସ୍ କଲ୍ ଚିଠି ସେପ୍ଟେମ୍ବରରେ ପ୍ରକାଶ ପାଇପାରେ।

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗର ପ୍ରାର୍ଥୀ - ୮୫୦ ଟଙ୍କା
  • ଏସ୍‌ସି, ଏସ୍‌ଟି ଏବଂ ଦିବ୍ୟାଙ୍ଗ ବର୍ଗ ପ୍ରାର୍ଥୀ - ୧୭୫ ଟଙ୍କା
Govt Jobs IBPS Jobs IBPS Recruitment
Advertisment
Advertisment