Advertisment

କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲି ପଡ଼ିଛି ୪୦୧୪ ପଦବୀ, ତୁରନ୍ତ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବଗୋଷ୍ଠୀଙ୍କ ପାଇଁ ବଡ଼ ଖବର ।

author-image
Prangyan Parimita
ଅଦ୍ୟତନ ହୋଇଛି
KVS Teacher Recruitment 2022

KVS Teacher Recruitment 2022

କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । PGT, TGT ଇତ୍ୟାଦି ପଦବୀ ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଆସିଛି ବଡ଼ ଖବର । ବର୍ତ୍ତମାନ ମୋଟ୍‌ ୪୦୧୪ ପଦବୀ ଖାଲିପଡ଼ିଛି । ଆଉ ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରିନ୍ସିପାଲ୍, ଭାଇସ୍‌-ପ୍ରିନ୍ସିପାଲ୍, ସେକ୍ସନ୍ ଅଫିସର, ଫାଇନାନ୍ସ ଅଫିସର, ଟିଜିଟି ଆଣ୍ଡ ପିଜିଟି ଏବଂ ହେଡମାଷ୍ଟର ଆଦି ପଦବୀ ଖାଲିଥିବା ସୂଚନା ମିଳିଛି ।

Advertisment

ନଭେମ୍ବର ୨, ୨୦୨୨ରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମୋଟ ୪୦୧୪ଟି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ସୀମିତ ବିଭାଗୀୟ ପ୍ରତିଯୋଗୀତା ପରୀକ୍ଷା (LDCE) ୨୦୨୨ ଦେବାକୁ ପଡ଼ିବ ।  ପ୍ରାର୍ଥୀମାନେ ଅନଲାଇନ୍‌ ଲିଙ୍କ୍‌ ମାଧ୍ୟମରେ ଆବେଦନ କରିପାରିବେ । kvsangathan.nic.inର ସମସ୍ତ ସୂଚନା ଉପଲବ୍ଧ ରହିଛି । ପ୍ରାର୍ଥୀମାନେ ଏହି ୱେବସାଇଟ୍‌ ମାଧ୍ୟମରେ ଆବେଦନ ବିବରଣୀ ଯାଞ୍ଚ କରିପାରିବେ ।

କେନ୍ଦ୍ରୀୟ ବିଦ୍ୟାଳୟ ଦ୍ୱାରା ଜାରି ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ପ୍ରଥମ ସପ୍ତାହରେ ଅନଲାଇନ୍ ଆବେଦନ ଲିଙ୍କ୍ ସକ୍ରିୟ ହୋଇଯିବ । ଏହି ଲିଙ୍କ୍ ମାଧ୍ୟମରେ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଆଉ ତାପରେ ନଭେମ୍ବର ୨୩ ସୁଦ୍ଧା କଣ୍ଟ୍ରୋଲିଂ ଅଫିସର ଦ୍ୱାରା ଆବେଦନ ପତ୍ର ଯାଂଚ କରାଯିବ । ଏହା ପରେ ପରୀକ୍ଷା ତାରିଖ ଘୋଷଣା କରାଯିବ ।

Advertisment

ପରୀକ୍ଷା ସମ୍ପର୍କୀତ ଗୁରୁତ୍ୱପୂର୍ଣ୍ଣ ତାରିଖ

  • ବିଜ୍ଞପ୍ତି : ନଭେମ୍ବର ୨, ୨୦୨୨
  • ଆବେଦନ କରିବାର ତାରିଖ : ନଭେମ୍ବରର ପ୍ରଥମ ସପ୍ତାହ
  • ଆବେଦନ କରିବାର ଶେଷ ତାରିଖ: ନଭେମ୍ବର ୯, ୨୦୨୨
  • ଅନଲାଇନ୍ ଆବେଦନ ପାଇଁ ଆବେଦନକାରୀଙ୍କ ପାଇଁ ଶେଷ ତାରିଖ: ନଭେମ୍ବର ୧୬, ୨୦୨୨
  • କଣ୍ଟ୍ରୋଲର୍‌ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ଏବଂ CBSE ରେ ଦାଖଲ ପାଇଁ ଶେଷ ତାରିଖ: ନଭେମ୍ବର ୨୩, ୨୦୨୨
  • LDCE ପରୀକ୍ଷା ତାରିଖ: ତାରିଖ ଭିନ୍ନ ଭାବରେ ସୂଚିତ କରାଯିବ
Mega Recruitment Drive
Advertisment
Advertisment