Advertisment

KVS ର ୧୩,୦୦୦ ପଦବୀ ପାଇଁ ବାହାରିଲା ପରୀକ୍ଷା ତାରିଖ

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍) ପରୀକ୍ଷା ତାରିଖ ପ୍ରକାଶ କରିଛି। ସିଧାସଳଖ ନିଯୁକ୍ତି ମାଧ୍ୟମରେ ପ୍ରାୟ ୧୩,୦୦୦ ପଦବୀ ପାଇଁ ପରୀକ୍ଷାର କାର୍ଯ୍ୟସୂଚୀ KVS ଏହାର ଅଫିସିଆଲ୍ ୱେବସାଇଟରେ kvsangathan.nic.in ରେ ଉପଲବ୍ଧ କରିଛି।

author-image
Pramod Behera
kvs recruitment 2023 exam date released for 13000 posts

kvs recruitment 2023 exam date released for 13000 posts

ବିଭିନ୍ନ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍) ପରୀକ୍ଷା ତାରିଖ ପ୍ରକାଶ କରିଛି। ସିଧାସଳଖ ନିଯୁକ୍ତି ମାଧ୍ୟମରେ ପ୍ରାୟ ୧୩,୦୦୦ ପଦବୀ ପାଇଁ ପରୀକ୍ଷାର କାର୍ଯ୍ୟସୂଚୀ KVS ଏହାର ଅଫିସିଆଲ୍ ୱେବସାଇଟରେ kvsangathan.nic.in ରେ ଉପଲବ୍ଧ କରିଛି।

Advertisment

ପରୀକ୍ଷା ୭ ଫେବୃଆରୀ ୨୦୨୩ରେ ଆରମ୍ଭ ହୋଇ ୬ ମାର୍ଚ୍ଚ ୨୦୨୩ରେ ଶେଷ ହେବ। ପରୀକ୍ଷାର ୧୦ ରୁ ୧୨ ଦିନ ପୂର୍ବରୁ ଆଡମିଟ୍ କାର୍ଡ ଦିଆଯିବ। ଏଥର ପରୀକ୍ଷା ଢାଞ୍ଚାକୁ ପରିବର୍ତ୍ତନ କରାଯାଇଛି ଏବଂ ଏହା କମ୍ପ୍ୟୁଟର ଆଧାରିତ ଟେଷ୍ଟ୍ (ସିବିଟି) ମୋଡ୍‌ରେ ହେବ।

କେଭିଏସ୍‌ର ଅଫିସିଆଲ୍ ନୋଟିସ୍‌ରେ ଉଲ୍ଲେଖ ଅଛି ଯେ “ବିଜ୍ଞାପନ ସ‍ଂଖ୍ୟା ୧୫ ଏବଂ ୧୬ ଆଧାରରେ ସିଧାସଳଖ ନିଯୁକ୍ତି ମାଧ୍ୟମରେ ସବୁ ପୋଷ୍ଟ ପାଇଁ କମ୍ପ୍ୟୁଟର ଆଧାରିତ ଟେଷ୍ଟ୍‌ର ଟେଣ୍ଟାଟିଭ୍ ସିଡ୍ୟୁଲ୍ ନିମ୍ନରେ ଦିଆଯାଇଛି”।

Advertisment

ସିବିଟି ପରୀକ୍ଷା ପରେ ପ୍ରାର୍ଥୀମାନଙ୍କୁ ଦକ୍ଷତା ପରୀକ୍ଷା, ସାକ୍ଷାତକାର ରାଉଣ୍ଡ, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଡାକ୍ତରୀ ପରୀକ୍ଷା ପାଇଁ ହାଜର ହେବାକୁ ପଡିବ। ଯେଉଁମାନେ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (CTET) ପରୀକ୍ଷା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ସେମାନେ KVS ପରୀକ୍ଷାରେ ହାଜର ହେବାକୁ ଯୋଗ୍ୟ ଅଟନ୍ତି। KVS ନିଯୁକ୍ତି ଆବେଦନ ପ୍ରକ୍ରିୟା ୫ ଡିସେମ୍ବର ୨୦୨୨ରୁ ୨ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ କରାଯାଇଥିଲା।

ପରୀକ୍ଷା ତାରିଖ ଓ ପୋଷ୍ଟ୍‌:

  • ୭ ଫେବୃଆରୀ ୨୦୨୩ – ଆସିଷ୍ଟାଣ୍ଟ୍ କମିଶନର
  • ୮ ଫେବୃଆରୀ ୨୦୨୩ – ପ୍ରିନ୍ସିପାଲ୍
  • ୯ ଫେବୃଆରୀ ୨୦୨୩ – ଭାଇସ୍-ପ୍ରିନ୍ସିପାଲ୍ ଓ PRT (ସଙ୍ଗୀତ)
  • ୧୨-୧୪ ଫେବୃଆରୀ ୨୦୨୩ – TGT
  • ୧୬ - ୨୦ ଫେବୃଆରୀ ୨୦୨୩ – PGT
  • ୨୦ ଫେବୃଆରୀ ୨୦୨୩ – ଫାଇନାନ୍ସ ଅଫିସର୍, AE (ସିଭିଲ୍) ଏବଂ ହିନ୍ଦୀ ଅନୁବାଦକ
  • ୨୧ - ୨୮ ଫେବୃଆରୀ ୨୦୨୩ – PRT
  • ୧-୫ ମାର୍ଚ୍ଚ ୨୦୨୩ – ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ
  • ୫ ମାର୍ଚ୍ଚ ୨୦୨୩ – ଷ୍ଟେନୋଗ୍ରାଫର୍ Gr- II
  • ୬ ମାର୍ଚ୍ଚ ୨୦୨୩ – ଲାଇବ୍ରେରିଆନ୍, ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ ଏବଂ ସିନିୟର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ୍‌
Kendriya Vidyalaya Sangathan Govt Jobs
Advertisment
Advertisment