• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଖେଲୋ ଇଣ୍ଡିଆରେ ଭାଗ ନେଇ ମେଡାଲ ଜିତିଥିବା କ୍ରୀଡ଼ାବିତଙ୍କୁ ମିଳିବ ସରକାରୀ ନିଯୁକ୍ତି । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏହି ଘୋଷଣା କରିଛନ୍ତି । ଆଜିଠାରୁ ବିଦ୍ଧିବଦ୍ଧ ଭାବେ ଖେଲୋ ଇଣ୍ଡିଆ କ୍ରୀଡ଼ାବିତ୍ ସରକାରୀ ନିଯୁକ୍ତି ଲାଗି ଆଦେବନ କରିପାରିବେ
। 

 

ପୂର୍ବରୁ କେବଳ ଦେଶ ଲାଗି ପ୍ରତିନିଧିତ୍ବ କରି ମେଡାଲ ଆଣିଥିବା କ୍ରୀଡବିତ୍ ସରକାରୀ ନିଯୁକ୍ତି ପାଉଥିଲେ । ତେବେ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନଦେବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେବା ପରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏହି ଘୋଷଣା କରିଛି । 

ଖେଲୋ ଇଣ୍ଡିଆ କ୍ରୀଡ଼ାବିତଙ୍କ ସମେତ ବିଶ୍ବବିଦ୍ୟାଳୟ ସ୍ତରରେ ବି କ୍ରୀଡାବିତ୍‌ ସରକରୀ ଚାକିରି ଲାଗି ଯୋଗ୍ୟ ହେବେ। ସେହପରି ପାରା ଆଥଲେଟ୍‌ ମାନଙ୍କୁ ବି ସରକାରୀ ନିଯୁକ୍ତି ମିଳିବ। 

OTV is now on Whatsapp

Join and get latest news update delivered to you via whatsapp

Join Now