Advertisment

SSC Recruitment 2024: SSC ରେ ପୂରଣ ହେବ ୯୫୦ରୁ ଅଧିକ ପୋଷ୍ଟ୍; ମାସକୁ ଦରମା ଏକ ଲକ୍ଷ ଟଙ୍କାରୁ ଅଧିକ

ଭାରତ ସରକାରଙ୍କ କର୍ମଚାରୀ ଚୟନ ଆୟୋଗ (SSC)ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ସୁବର୍ଣ୍ଣ ସୁଯୋଗ। SSC ଚାକିରି ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଚୟନ ହେଲେ ମାସକୁ ଏକ ଲକ୍ଷ ଟଙ୍କାରୁ ଅଧିକ ଦରମା ମିଳିବ।

ଅଦ୍ୟତନ ହୋଇଛି
SSC JE Recruitment 2024

junior engineer job in government of india apply for 968 post

Advertisment

ଭାରତ ସରକାରଙ୍କ କର୍ମଚାରୀ ଚୟନ ଆୟୋଗ (SSC)ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। SSC ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଚୟନ ହେଲେ ମାସକୁ ଏକ ଲକ୍ଷ ଟଙ୍କାରୁ ଅଧିକ ଦରମା ମିଳିବ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଜୁନିୟର ଇଞ୍ଜିନିୟର ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୯୫୦ରୁ ଆଧିକ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSC ର ଅଫିସିଆଲ୍ ୱେବସାଇଟ୍ ssc.gov.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ junior engineer job in government of india apply for 968 post Notification ଉପରେ କ୍ଲିକ୍ କରନ୍ତୁ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୮ ମାର୍ଚ୍ଚ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୮ ଏପ୍ରିଲ୍ ୨୦୨୪

ଅଧିକ ପଢ଼ନ୍ତୁ: ଭାରତୀୟ ରେଳବାଇରେ ପୂରଣ ହେବ ୫୦୦ରୁ ଅଧିକ ପଦବୀ

ଖାଲି ପଦବୀ:

  • ସୀମା ସଡକ ସଂଗଠନ (BRO), ଜଳ ଶକ୍ତି ମନ୍ତ୍ରାଳୟର ବ୍ରହ୍ମପୁତ୍ର ବୋର୍ଡ, କେନ୍ଦ୍ରୀୟ ଜଳ ଆୟୋଗ (CWC), କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ (CPWD) ସହିତ ଅନ୍ୟାନ୍ୟ ବିଭାଗରେ ଜୁନିଅର ଇଂଜିନିୟର ପଦବୀ ଖାଲି ପଡ଼ିଛି
  • ଏହି ସବୁ ବିଭାଗରେ ମୋଟ୍ ୯୬୮ଟି ପଦବୀ ପୂରଣ ହେବ
Advertisment

ଶିକ୍ଷାଗତ ଯୋଗ୍ୟତା:

  • ସମ୍ବନ୍ଧିତ ଇଂହିନିୟରିଂ ବ୍ରାଞ୍ଚ୍‌ରେ ଡିପ୍ଲୋମା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • CPWD ଓ CWC ପଦ ପାଇଁ ସର୍ବାଧିକ ବୟସ – ୩୨ ବର୍ଷ
  • ଅନ୍ୟାନ୍ୟ ପଦ ପାଇଁ ସର୍ବାଧିକ ବୟସ – ୩୦ ବର୍ଷ
  • ବୟସ ଗଣନା ୦୧।୦୮।୨୦୨୪ ଅନୁସାରେ ହେବ

ଆବେଦନ ଶୁଳ୍କ:

  • ମହିଳା/SC/ST/PwD – ଦେୟମୁକ୍ତ
  • ଅନ୍ୟମାନେ – ୧୦୦ ଟଙ୍କା

ଦରମା:

  • ସର୍ବନିମ୍ନ ମାସିକ ଦରମା – ୩୫,୪୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୧,୧୨,୪୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ୍

ଅଧିକ ପଢ଼ନ୍ତୁ: ୟୁନିୟନ ପବ୍ଲିକ୍ ସର୍ଭିସ୍ କମିସନ୍(UPSC)ରେ ପୂରଣ ହେବ ଅନେକ ପଦବୀ

କିପରି କରିବେ ଆବେଦନ:

  • SSC ର ଅଫିସିଆଲ୍ ୱେବସାଇଟ୍ ssc.gov.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ଥିବା Apply ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ନିଜକୁ ପଞ୍ଜୀକୃତ କରି ଲଗ୍ ଇନ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ଶୁଳ୍କ ଦିଅନ୍ତୁ
  • Submit ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ପେଜ୍ ଡାଉନଲୋଡ୍ କରନ୍ତୁ
  • ପରବର୍ତ୍ତୀ ଆବଶ୍ୟକତା ପାଇଁ ଏହାର ଏକ ହାର୍ଡ କପି ରଖନ୍ତୁ
SSC Govt Jobs SSC Jobs SSC JE Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ