Advertisment

ISROରେ ଚାକିରି; ୫୫ଟି ପଦବୀ ପୂରଣ ହେବ

ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ଖୁସି ଖବର। ISRO ଅଧୀନରେ ଥିବା ନ୍ୟାସ୍‌ନାଲ୍‌ ରିମୋଟ୍‌ ସେନ୍ସିଂ ସେଣ୍ଟର JRF, RA ଏବଂ ରିସର୍ଚ୍ଚ ସାଇଣ୍ଟିଷ୍ଟ ପଦବୀରେ ନିଯୁକ୍ତି ସୁଯୋଗ। ଏହି ନିଯୁକ୍ତି ମାଧ୍ୟମରେ ସଂଗଠନରେ ମୋଟ ୫୫ଟି ପଦବୀ ପୂରଣ ହେବ।

author-image
Pramod Behera
ISRO Recruitment 2022

ISRO Recruitment 2022

ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ଅଧୀନରେ ଥିବା ନ୍ୟାସ୍‌ନାଲ୍‌ ରିମୋଟ୍‌ ସେନ୍ସିଂ ସେଣ୍ଟର JRF, RA ଏବଂ ରିସର୍ଚ୍ଚ ସାଇଣ୍ଟିଷ୍ଟ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ଏହି ନିଯୁକ୍ତି ମାଧ୍ୟମରେ ସଂଗଠନରେ ମୋଟ ୫୫ଟି ପଦବୀ ପୂରଣ ହେବ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ମେ ୮, ୨୦୨୨ ଭିତରେ ଅଫିସିଆଲ୍ ୱେବ୍‌ସାଇଟ୍ nrsc.gov.in ପରିଦର୍ଶନ କରି ଏହି ପଦ ପାଇଁ ଆବେଦନ କରିପାରିବେ।

Advertisment

ଶିକ୍ଷାଗତ ଯୋଗ୍ୟତା:

ଜୁନିଅର ରିସର୍ଚ୍ଚ ଫେଲୋ (JRF)

ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାଙ୍କ ପାଖରେ ରିମୋଟ୍‌ ସେନ୍ସିଂ / ଜିଆଇଏସ୍ / ରିମୋଟ୍‌ ସେନ୍ସିଂ ଓ ଜିଆଇଏସ୍ / ଜିଇନ୍‌ଫର୍ମମେଟିକ୍ସ / ଜିଓମାଟିକ୍ସ / ଜିଓସ୍ପେସିଆଲ୍ ଟେକ୍ନୋଲୋଜି / ସ୍ଥାନିକ ସୂଚନା ପ୍ରଯୁକ୍ତିବିଦ୍ୟାରେ ଏମ୍‌ଇ / ଏମ୍‌ଟେକ୍, ସିଭିଲ୍ ଇଞ୍ଜିନିୟରିଂରେ ବିଇ/ବିଟେକ୍ ବା କୃଷିରେ ଏମ୍‌ଏସ୍‌ପି ଥିବା ଥିବା ଦରକାର।

ରିସର୍ଚ୍ଚ ସାଇଣ୍ଟିଷ୍ଟ୍:

ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ପାଖରେ ରିମୋଟ୍‌ ସେନ୍ସିଂ / ଜିଆଇଏସ୍ / ରିମୋଟ୍‌ ସେନ୍ସିଂ ଏବଂ ଜିଆଇଏସ୍ / ଜିଓ ଇନ୍‌ଫର୍ଅ୍‌ମେଟିକ୍ସ / ଜିଓମାଟିକ୍ସ / ଜିଓସସ୍ପେସିଆଲ୍ ଟେକ୍ନୋଲୋଜି / ସ୍ଥାନିକ ସୂଚନା ପ୍ରଯୁକ୍ତିବିଦ୍ୟାରେ ଏମ୍‌ଇ / ଏମ୍‌ଟେକ୍ ରହିବା ଉଚିତ।

Advertisment

ରିସର୍ଚ୍ଚ ଆସୋସିଏଟ୍ (RA)

ଏହି ପଦବୀ ପାଇଁ ଆବେଦନ କରିବାକୁ, ବଟାନି, ଇକୋଲୋଜି, ବନବିଭାଗ, ପରିବେଶ ବିଜ୍ଞାନ କିମ୍ବା ବନ୍ୟଜନ୍ତୁ ଜୀବ ବିଜ୍ଞାନରେ PhD ସହିତ ପ୍ରାସଙ୍ଗିକ ବିଭାଗରେ MSc ଏବଂ B.Sc ରହିବା ଆବଶ୍ୟକ।

ବୟସ ସୀମା:

ରିସର୍ଚ୍ଚ ସାଇଣ୍ଟିଷ୍ଟ୍ / ରିସର୍ଚ୍ଚ ଆସୋସିଏଟ୍

  • ସାଧାରଣ, EWS- ୩୫ ବର୍ଷ
  • OBC- ୩୮ ବର୍ଷ
  • SC, ST: ୪୦ ବର୍ଷ

ଜୁନିଅର ରିସର୍ଚ୍ଚ ଫେଲୋ

  • ସାଧାରଣ, EWS- ୨୮ ବର୍ଷ
  • OBC- ୩୧ ବର୍ଷ
  • SC, ST: ୩୩ ବର୍ଷ

ଚୟନ ପ୍ରକ୍ରିୟା:

ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରିବା ପାଇଁ NRSC କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT) ହେବ। ଏହା କେବଳ ପ୍ରାର୍ଥୀଙ୍କ ସ୍କ୍ରିନିଂ ଏବଂ ସର୍ଟଲିଷ୍ଟିଂ ଉଦ୍ଦେଶ୍ୟରେ ହେବ। ତେବେ CBTରେ ପ୍ରାପ୍ତ ମାର୍କଗୁଡିକ ଚୂଡ଼ାନ୍ତ ଚୟନ ପ୍ରକ୍ରିୟାରେ ଗଣାଯିବ ନାହିଁ। ସାକ୍ଷାତକାର ଆଧାରରେ ପ୍ରାର୍ଥୀମାନଙ୍କର ଅନ୍ତିମ ଚୟନ କରାଯିବ। ମନୋନୀତ ପ୍ରାର୍ଥୀମାନେ NRSC- ଭୁ କେନ୍ଦ୍ର, ଶାଦନଗର କ୍ୟାମ୍ପସ୍, ରଙ୍ଗାରେଡ୍ଡୀ, ତେଲେଙ୍ଗାନା କିମ୍ବା, ବାଲାନଗର ହାଇଦ୍ରାବାଦରେ ନିଯୁକ୍ତି ହେବେ।

ଆବେଦନ ପ୍ରକ୍ରିୟା:

  • ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ ପ୍ରଥମେ ISRO ର ଅଫିସିଆଲ୍ ୱେବସାଇଟ୍, nrsc.gov.in ପରିଦର୍ଶନ କରନ୍ତୁ।
  • ହୋମ୍‌ପେଜରେ ସଂପୃକ୍ତ ପୋଷ୍ଟ୍‌ ସହିତ ଜଡିତ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ।
  • ବର୍ତ୍ତମାନ ପଞ୍ଜୀକରଣ ପ୍ରକ୍ରିୟା ପୂରଣ କରିବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଭବିଷ୍ୟତରେ ଦରକାର ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟଆଉଟ୍ ନିଅନ୍ତୁ
Govt Jobs ISRO Recruitment 2022 Job In ISRO
Advertisment
Advertisment