Advertisment

ଭାରତୀୟ ସେନାରେ ଚାକିରି, ମାସିକ ଦରମା ୬୦ ହଜାରରୁ ଉର୍ଦ୍ଧ୍ୱ, ତୁରନ୍ତ କରନ୍ତୁ ଆବେଦନ

ଆପଣ ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଭାରତୀୟ ସେନା ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ସେନାରେ ରିମାଉଣ୍ଟ ଭେଟନାରୀ କୋର୍ପ୍ସରେ ସର୍ଟ ସର୍ଭିସ କମିଶନ ଅଧିନରେ ଭେଟେନାରୀ ଗ୍ରାଜୁଏଟ୍ସ ଭର୍ତ୍ତି ପାଇଁ ଆବେଦନ କରିପାରିବେ ।

author-image
Pallipuspa Samal
ଅଦ୍ୟତନ ହୋଇଛି
indian army recruitment

indian army recruitment

ନୂଆଦିଲ୍ଲୀ: ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ସେନାରେ ରିମାଉଣ୍ଟ ଭେଟନାରୀ କୋର୍ପ୍ସରେ ସର୍ଟ ସର୍ଭିସ କମିଶନ ଅଧିନରେ ଭେଟେନାରୀ ଗ୍ରାଜୁଏଟ୍ସ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏହି ପଦ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଭାରତୀୟ ସେନାରେ ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ପୂର୍ବରୁ ଆବେଦନ କରିନିଅନ୍ତୁ।

Advertisment

ଇଣ୍ଡିଆନ୍‌ ଆର୍ମିର ଅଫିସିଆଲ ୱେବ୍‌ସାଇଟ୍ କୁ ଯାଇ ଆପ୍ଲାଏ କରିପାରିବେ। ୧୮ ନଭେମ୍ବର ୨୦୨୧ସୁଦ୍ଧା ଏହି ପଦବୀରେ ଆବେଦନ କରି ପାରିବେ । ପ୍ରାର୍ଥୀଙ୍କ ବୟସ ସୀମା ୨୧ ରୁ ୩୨ ବର୍ଷ ହୋଇଥିବା ଜରୁରୀ ଅଟେ ।

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀଙ୍କ ମାନ୍ୟତାପ୍ରାପ୍ତ ଭାରତୀୟ ବିଶ୍ୱବିଦ୍ୟାଳୟରୁBVSc(ପ୍ରାଣୀ ଚିକିତ୍ସା ବିଜ୍ଞାନରେ ସ୍ନାତକ) କରିଥିବା ଦରକାର ଏବଂ AH ଡିଗ୍ରୀ କିମ୍ବା ଭେଟେଟାରୀ ଯୋଗ୍ୟତା ଥିବା ଜରୁରୀ । ତେବେ ଚୟନ ହେବା ପ୍ରାର୍ଥୀଙ୍କୁ କ୍ୟାପଟେନ ର‍୍ୟାଙ୍କରେ ନିଯୁକ୍ତି ମିଳିବ। ଏହି ପଦବୀ ପାଇଁ ଟ୍ରେନିଂ ସେଣ୍ଟର ଆଣ୍ଡ କଲେଜ, ମେରଠ କ୍ୟାଣ୍ଟରେ ପୋଷ୍ଟ କମିଶନ ଟ୍ରେନିଂ ମଧ୍ୟ କରିବାକୁ ହେବ। ତେବେ ମାସିକ ଦରମା ୬୧,୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

Advertisment
Indian Army Recruitment
Advertisment
Advertisment