Advertisment

UPSCରେ ନିଯୁକ୍ତି, ଖାଲିପଡିଛି ୮୬୧ ପଦବୀ,ତୁରନ୍ତ କରନ୍ତୁ ଆବେଦନ

ସଂଘ ଲୋକ ସେବା ଆୟୋଗ(UPSC) ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ସଂଘ ଲୋକ ସେବା ଆୟୋଗ(UPSC) ସିଭିଲ ସର୍ଭିସ ସେବା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏ ନେଇ ଆବେଦନ କରିପାରିବେ ।

author-image
Pallipuspa Samal
ଅଦ୍ୟତନ ହୋଇଛି
UPSC recruitment

UPSC recruitment

ସଂଘ ଲୋକ ସେବା ଆୟୋଗ(UPSC) ରେ ଚାକିରି ସୁଯୋଗ । UPSC ପକ୍ଷରୁ ୮୬୧ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ସବୁ ପରୀକ୍ଷାର୍ଥୀ ନିଜର ଜରୁରୀ ସୂଚନା ଦେଇ ଆଦେବନ କରିପାରିବେ। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ upsc.gov.in କିମ୍ବା upsconline.nic.in ରେ ଯାଇ ଆବେଦନ କରିପାରିବେ।

Advertisment

ପଦବୀ ଆବେଦନ ପାଇଁ ଜରୁରୀ ତାରିଖ:

ଆଦେବନ ପ୍ରକ୍ରିୟା ଆସନ୍ତା ୨୨ ଫେବୃଆରୀ ସନ୍ଧ୍ୟା ୬ଟାରେ ଆରମ୍ଭ ହେବ। ୟୁପିଏସସି ସିଭିଲ ସର୍ଭିସର ପ୍ରିଲିମ୍ସ ପରୀକ୍ଷା ଆସନ୍ତା ଜୁନ ୫ ତାରିଖରେ ଆୟୋଜିତ ହେବ। ଯେଉଁମାନେ ପ୍ରିଲିମ୍ସ କ୍ୱାଲିଫାଏ କରିବେ ସେମାନେ ମେନ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ ହେବେ। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀଙ୍କ ବୟସ ସୀମା ୨୧ ରୁ ୩୨ ବର୍ଷ ହେବା ଆବଶ୍ୟକ।

କିପରି ହେବ ପରୀକ୍ଷା:

  • ପ୍ରିଲିମ୍ସ ପରୀକ୍ଷା ପାଇଁ ପେପର ୧ ଏବଂ ପେପର ୨ ସାମିଲ ରହିବ ।
  • ମଲ୍ଟିପୁଲ ଚଏସ୍‌ ପ୍ରଶ୍ନ ଆସିବ।
  • ଏହା ମୋଟ ୪୦୦ମାର୍କର ଆସିବ।
  • ପେପର ୨ରେ ପରୀକ୍ଷାର୍ଥିଙ୍କୁ ୩୩% ଅଙ୍କ ମାର୍କ ସହ କ୍ୱାଲିଫାଏ କରିବାକୁ ହେବ।
  • ପରୀକ୍ଷାରେ ମାଇନସ୍‌ ମାର୍କିଂ ମଧ୍ୟ ରହିଛି।
  • ଏଥିରେ ୧/୩ ନମ୍ବର ନେଗେଟିଭ ମାର୍କିଂରେ ଲାଗୁ ହେବ।
  • ଏଥର ମୋଟ ୮୬୧ଟି ପଦବୀ ପାଇଁ ସିଟ୍ ରହିଛି।
  • ଅଧିକ ତଥ୍ୟ ଜାଣିବାକୁ UPSCର ଅଫିସିଆଲ୍ ୱେବସାଇଟକୁ ଚେକ୍ କରନ୍ତୁ ।
Advertisment
Jobs At UPSC
Advertisment
Advertisment