Advertisment

BSFରେ ଚାକିରି ପାଇଁ ଚାଲିଛି ଆବେଦନ: ୧୦ମ ପିଲା ବି ସୁଯୋଗ ନେବେ

BSF କନଷ୍ଟେବଳ ଏବଂ ହେଡ୍ କନଷ୍ଟେବଳ (ପ୍ରାଣୀ ଚିକିତ୍ସା) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ମାସିକ ଦରମା ୯୨ ହଜାର ରହିଛି।

author-image
Pramod Behera
Job opportunity in constable head constable in bsf

Job opportunity in constable head constable in bsf

ସୀମା ସୁରକ୍ଷା ବଳ (BSF) କନଷ୍ଟେବଳ ଏବଂ ହେଡ୍‌ କନଷ୍ଟେବଳ (ପ୍ରାଣୀ ଚିକିତ୍ସା) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ BSFର ଅଫିସିଆଲ୍ ୱେବ୍‌ସାଇଟ୍‌ rectt.bsf.gov.inକୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ୧୩ ଫେବୃଆରୀ ୨୦୨୩ରୁ ଆରମ୍ଭ ହୋଇଯାଇଛି ଏବଂ ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ ହେଉଛି ୬ ମାର୍ଚ୍ଚ ୨୦୨୩। ବିଏସ୍‌ଏଫ୍‌ କନଷ୍ଟେବଳ ଏବଂ ହେଡ୍‌ କନଷ୍ଟେବଳ ପଦ ପାଇଁ ୨୬ଟି ପଦବୀ ଘୋଷଣା କରାଯାଇଛି।

Advertisment

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ବ୍ୟକ୍ତିତ୍ୱ ପରୀକ୍ଷା
  • ଡାକ୍ତରୀ ପରୀକ୍ଷା

ବୟସ ସୀମା:

  • ସର୍ବନିମ୍ନ ବୟସ: ୧୮ ବର୍ଷ
  • ସର୍ବାଧିକ ବୟସ: ୨୫ ବର୍ଷ
  • ବିଭିନ୍ନ ପଦବୀ ପାଇଁ ବୟସ ସୀମା ଭିନ୍ନ ଏବଂ ସରକାରୀ ନିୟମ ଅନୁଯାୟୀ ବୟସରେ କୋହଳ ମଧ୍ୟ ରହିଛି।

ଶିକ୍ଷାଗତ ଯୋଗ୍ୟତା:

  • ହେଡ୍ କନଷ୍ଟେବଳ (ପ୍ରାଣୀ ଚିକିତ୍ସା) - ଦ୍ୱାଦଶ ଶ୍ରେଣୀ ପାସ୍ ସହିତ ଭେଟରନରୀ ଷ୍ଟକ୍ ଆସିଷ୍ଟାଣ୍ଟ୍‌ରେ ବର୍ଷିକିଆ ପାଠ୍ୟକ୍ରମ କରିବା ଜରୁରୀ। ୧ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ
  • କନଷ୍ଟେବଳ - ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ୍‌ ସହିତ ସରକାରୀ ପ୍ରାଣୀ ଚିକିତ୍ସାଳୟ / ଡିସ୍‌ପେନ୍‌ସାରୀ / ପ୍ରାଣୀ ଚିକିତ୍ସା କଲେଜ / ସରକାରୀ ଫାର୍ମରୁ ଅତି କମରେ ୨ ବର୍ଷର ପଶୁ ପରିଚାଳନା ଅଭିଜ୍ଞତା ଥିବା ଆବଶ୍ୟକ।
Advertisment

ଦରମା:

  • ସର୍ବନିମ୍ନ ମାସିକ ଦରମା – ୨୧,୭୦୦
  • ସର୍ବାଧିକ ମାସିକ ଦରମା – ୯୨,୩୦୦

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୧୦୦ ଟଙ୍କା
  • ଏସ୍‌ସି / ଏସ୍‌ଟି / ପୂର୍ବତନ ସୈନିକ / ମହିଳା ପ୍ରାର୍ଥୀ – ଦେୟ ମୁକ୍ତ

ଏଠାରେ କ୍ଲିକ୍ କରି ବିଜ୍ଞପ୍ତି ଦେଖନ୍ତୁ

ଏଠାରେ କ୍ଲିକ୍ କରି ଆବେଦନ କରନ୍ତୁ

Govt Jobs BSF Recruitment
Advertisment
Advertisment