Advertisment

IOCLରେ ଚାକିରି ସୁଯୋଗ; ୧୦ମ ପିଲା ବି ଆବେଦନ କରିପାରିବେ

IOCLରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଇଞ୍ଜିନିୟର୍ ପଦବୀରେ ନିଯୁକ୍ତି ପାଇଁ IOCL ଆବେଦନ ମାଗିଛି। ୫୧୩ଟି ପ୍ରାର୍ଥୀ ପାଇବେ ନିଯୁକ୍ତି। ଦରମା ୧ ଲକ୍ଷ ଉପରେ।

author-image
Pramod Behera
ଅଦ୍ୟତନ ହୋଇଛି
IOCL Recruitment 2023

Job opportunity for 513 posts in IOCL

ଭାରତୀୟ ତୈଳ ନିଗମ ଲିମିଟେଡ୍ (ଆଇଓସିଏଲ୍- IOCL) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଇଞ୍ଜିନିୟର୍ ପଦବୀରେ ନିଯୁକ୍ତି ପାଇଁ IOCL ଆବେଦନ ମାଗିଛି। ଏଥିପାଇଁ IOCL ଏକ ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ IOCLର ଅଫିସିଆଲ୍ ୱେବସାଇଟ୍ iocl.com କୁ ଯାଇ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ।

Advertisment

ପ୍ରାର୍ଥୀମାନେ ଏହି ଲିଙ୍କ୍ https://iocl.com/ ମାଧ୍ୟମରେ ସିଧାସଳଖ ଆବେଦନ କରିପାରିବେ। ଆହୁରି ମଧ୍ୟ, ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଲିଙ୍କ୍ IOCL Recruitment ରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୫୧୩ଟି ପଦବୀ ପୂରଣ ହେବ। ପ୍ରାର୍ଥୀମାନେ ବୟସ ସୀମା, ଆବେଦନ ଶୁଳ୍କ, ଯୋଗ୍ୟତା ଏବଂ ଦରମା ଇତ୍ୟାଦି ସମ୍ବନ୍ଧୀୟ ବିସ୍ତୃତ ସୂଚନା ଜାଣିବା ପାଇଁ ଦେଖନ୍ତୁ।

ଅଧିକ ପଢ଼ନ୍ତୁ: IDBI ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ହେବାର ସୁବର୍ଣ୍ଣ ସୁଯୋଗ; ଦରମା ୬୩ ହଜାର ଉପରେ

Advertisment

ଯେଗ୍ୟତା:

  • ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ୧୦ମ ପାଶ କରିଥିବେ
  • ଏହା ସହିତ ବି.ଏସ୍.ସି, ଡିପ୍ଲୋମା, ଇଞ୍ଜିନିୟରିଂ, ସ୍ନାତକ, ITI ସାର୍ଟିଫିକେଟ୍ / ଡିଗ୍ରୀ ରହିବା ଉଚିତ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୬ ବର୍ଷ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • IOCL ଆବେଦନ ଦାଖଲ ପାଇଁ ଆରମ୍ଭ ତାରିଖ: ୦୧ ମାର୍ଚ୍ଚ ୨୦୨୩
  • IOCL ଆବେଦନ ଦାଖଲ କରିବାର ଶେଷ ତାରିଖ: ୨୦ ମାର୍ଚ୍ଚ ୨୦୨୩

ଦରମା:

  • IOCL ଇଞ୍ଜିନିୟର ପୋଷ୍ଟ୍‌ ପାଇଁ ଦରମା : ୨୫,୦୦୦-୧,୦୫,୦୦୦ ଟଙ୍କା

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ, ଓବିସି, ଇଡବ୍ଲୁଏସ୍ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ - ୧୫୦ ଟଙ୍କା
Govt Jobs IOCL Jobs IOCL Recruitment
Advertisment
Advertisment