Advertisment

ସରକାରୀ ଚାକିରି: ୮ମ, ଦଶମ, ଦ୍ୱାଦଶ ପାସ୍‌ କରିଥିବା ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ; ଦରମା ୮୦,୦୦୦ ଟଙ୍କା

ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ପାଇଁ ଜବଲପୁର କ୍ୟାଣ୍ଟନମେଣ୍ଟ ବୋର୍ଡ ବିଜ୍ଞପ୍ତି ଜାରି କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Jabalpur Cantonment Board Recruitment 2023

Jabalpur Cantonment Board Recruitment

ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ପାଇଁ ଜବଲପୁର କ୍ୟାଣ୍ଟନମେଣ୍ଟ ବୋର୍ଡ(Jabalpur Cantonment Board Recruitment) ବିଜ୍ଞପ୍ତି ଜାରି କରିଛି। ସବୁଠାରୁ ଖାସ୍‌ କଥା ହେଲା, ଏହି ଚାକରି ପାଇଁ ୮ମ, ୧୦ମ, ଦ୍ୱାଦଶ ପାସ୍‌ କରିଥିବା ପ୍ରାର୍ଥୀଙ୍କଠୁ ଆରମ୍ଭ କରି ଡିପ୍ଲୋମା, BSc କରୁଥିବା ଆଶାୟୀ ଆବେଦନ କରିପାରିବେ। ଇଚ୍ଛୁକ/ଆଶାୟୀ ପ୍ରାର୍ଥୀ ଡିସେମ୍ବର ୧୯ରୁ ଆବେଦନ କରିପାରିବେ।

Advertisment

ଏହିସବୁ ପଦବୀ ପୂରଣ ହେବ...

ସାନିଟାରୀ ଇନ୍ସପେକ୍ଟର, ଜୁନିୟର କ୍ଲର୍କ, ଆସିଷ୍ଟାଣ୍ଟ ଶିକ୍ଷକ, ଇଲେକ୍ଟ୍ରିସିଆନ୍‌, ପାଇପ୍‌ ଫିଟର, ମୋଟର ପମ୍ପ ଆଟେଣ୍ଡାଣ୍ଟ୍‌, ଚୌକିଦାର, ପ୍ୟୁନ୍‌, ମାଳି, ଆୟା ଓ ସଫେଇ ପାଇଁ ପ୍ରାର୍ଥୀ ନିଯୁକ୍ତ ହେବ। ଏଥିପାଇଁ ଜବଲପୁର କ୍ୟାଣ୍ଟନମେଣ୍ଟ ବୋର୍ଡରେ ନିଯୁକ୍ତି ବିଜ୍ଞାପନ ବାହାରିଛି। 

ଅଧିକ ପଢ଼ନ୍ତୁ: ଭାରତୀୟ ରେଳବାଇରେ ଚାକିରି; ୧୨ଶ, ସ୍ନାତକ କରିଥିଲେ ଆବେଦନ କରିପାରିବେ

Advertisment

ଶିକ୍ଷାଗତ ଯୋଗ୍ୟତା ଓ କେମିତି କରିବେ ଆବେଦନ...

ଇଚ୍ଛୁକ/ଆଶାୟୀ ପ୍ରାର୍ଥୀ ମଧ୍ୟପ୍ରଦେଶର ଅନ୍‌ଲାଇନ୍‌ ଅଫିସିଆଲ୍‌ ୱେବ୍‌ସାଇଟ୍‌ mponline.gov.in କୁ ଯାଇ ଆବେଦନ କରିପାରିବେ। ଡିସେମ୍ବର ୧୯ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଜାନୁଆରୀ ୮ ଆବେଦନର ଶେଷ ତାରିଖ। 

  • ସାନିଟାରୀ ଇନ୍ସପେକ୍ଟର- BSc ଓ ଡିପ୍ଲୋମା ପାସ୍‌ କରିଥିବା ଜରୁରୀ
  • ଜୁନିୟର କ୍ଲର୍କ- ଦ୍ୱାଦଶ ପାସ୍‌ ସହ ହିନ୍ଦୀ ଓ ଇଂରାଜୀ ଟାଇପିଂ ପାସ୍‌ କରିଥିବା ଜରୁରୀ
  • ଆସିଷ୍ଟାଣ୍ଟ ଶିକ୍ଷକ- ଗ୍ରାଜୁଏସନ୍‌ ସହ ବିଇଡି କରିଥିବା ଜରୁରୀ
  • ଇଲେକ୍ଟ୍ରିସିଆନ୍‌- ITI ସହ ଦ୍ୱାଦଶ ପାସ୍‌ କରିଥିବା ଜରୁରୀ
  • ପାଇପ୍‌ ଫିଟର-  ଦ୍ୱାଦଶ ପାସ୍‌ ସହ  ITI କରିଥିବା ଜରୁରୀ
  • ମୋଟର ପମ୍ପ ଆଟେଣ୍ଡାଣ୍ଟ୍‌- ଦ୍ୱାଦଶ ପାସ୍‌ ସହ  ITI କରିଥିବା ଜରୁରୀ
  • ଚୌକିଦାର, ପ୍ୟୁନ୍‌, ମାଳି, ଆୟା ଓ ସଫେଇ କର୍ମଚାରୀ- ୮ମ ପାସ୍‌ କରିଥିବା ଜରୁରୀ

ବୟସ ସୀମା...

ଆଶାୟୀ ପ୍ରାର୍ଥୀଙ୍କ ବୟସ ସୀମା ୨୧ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ତେବେ OBC ପ୍ରାର୍ଥୀଙ୍କ ପାଇଁ ଏହି ବୟସ ସୀମା ୩୩ ବର୍ଷ ମଧ୍ୟରେ ଜରୁରୀ ଥିବାବେଳେ SC, ST ପ୍ରାର୍ଥୀଙ୍କ ବୟସ ୩୫ ବର୍ଷ ହୋଇଥିବା ଜରୁରୀ। 

ଦରମା...

  • ସାନିଟାରୀ ଇନ୍ସପେକ୍ଟର- ୨୮,୭୦୦ ଟଙ୍କାରୁ ୯୧,୩୦୦ ଟଙ୍କା
  • ଜୁନିୟର କ୍ଲର୍କ- ୨୫,୩୦୦ ଟଙ୍କାରୁ ୮୦,୫୦୦ ଟଙ୍କା
  • ଆସିଷ୍ଟାଣ୍ଟ ଶିକ୍ଷକ- ୨୫,୩୦୦ ଟଙ୍କାରୁ ୮୦,୫୦୦ ଟଙ୍କା
  • ଇଲେକ୍ଟ୍ରିସିଆନ୍‌- ୨୫,୩୦୦ ଟଙ୍କାରୁ ୮୦,୫୦୦ ଟଙ୍କା
  • ପାଇପ୍‌ ପମ୍ପ ଆଟେଣ୍ଡାଣ୍ଟ୍‌- ୧୯,୫୦୦ ଟଙ୍କାରୁ ୬୨,୦୦୦ ଟଙ୍କା
  • ଚୌକିଦାର, ପ୍ୟୁନ୍‌, ମାଳି, ଆୟା ଓ ସଫେଇ କର୍ମଚାରୀ- ୧୫,୫୦୦ ଟଙ୍କାରୁ ୪୯,୦୦୦ ଟଙ୍କା
Jabalpur Cantonment Board Recruitment(Jabalpur Cantonment Board Recruitment)
Jabalpur Cantonment Board Recruitment(Jabalpur Cantonment Board Recruitment)
Govt Jobs
Advertisment
Advertisment