/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657287374.jpg)
ITBP SI Recruitment 2022
ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ୍ରେ ସବ୍ ଇନ୍ସପେକ୍ଟର ପଦରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ସବ୍ ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ କରିବା ନେଇ ଆଇଟିବିପି ଏକ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଜୁଲାଇ ୧୬ରୁ ଆରମ୍ଭ ହେବାକୁ ଥିବା ବେଳେ ପ୍ରାର୍ଥୀମାନେ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନର ଲିଙ୍କ୍ ଅଫିସିଆଲ୍ ୱେବସାଇଟ୍ recrutement.itbpolice.nic.in ରେ ଆକ୍ଟିଭ ହେବ।
ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ITBP ରେ ସବ୍ ଇନ୍ସପେକ୍ଟର ପାଇଁ ମୋଟ ୩୫ଟି ପଦବୀ ପୂରଣ ହେବ। ଏଥିରେ ୩୨ଟି ପୋଷ୍ଟ ପୁରୁଷଙ୍କ ପାଇଁ ଥିବା ବେଳେ ୫ଟି ପୋଷ୍ଟ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।
ଦରମା:
ଏହି ପଦବୀରେ ନିଯୁକ୍ତି ପାଇବା ପରେ ପ୍ରାର୍ଥୀଙ୍କୁ ମାସିକ ୩୫୪୦୦ ରୁ ୧୧୨୪୦୦ ଟଙ୍କା ପର୍ଯ୍ୟନ୍ତ ଦରମା ଦିଆଯିବ।
ଶିକ୍ଷାଗତ ଯୋଗ୍ୟତା:
ଦଶମ ପାସ୍ ସହିତ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି।
ବୟସ ସୀମା:
ପ୍ରାର୍ଥୀଙ୍କ ବୟସ ୨୦ରୁ ୨୫ବର୍ଷ ମଧ୍ୟରେ ହେବା ଉଚିତ।
ଚୟନ ପ୍ରକ୍ରିୟା:
ଶାରୀରିକ ଦକ୍ଷତା ପରୀକ୍ଷା, ଶାରୀରିକ ମାନକ ପରୀକ୍ଷା, ଲିଖିତ ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ମେଡିକାଲ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ। ଏହା ବ୍ୟତୀତ, ନିଯୁକ୍ତି ସମ୍ବନ୍ଧୀୟ ଯେକୌଣସି ପ୍ରକାରର ସୂଚନା ଏହାର ବିଜ୍ଞପ୍ତିରୁ ଦେଖିବାକୁ ମିଳିବ। ନିମ୍ନରେ ଦିଆଯାଇଥିବା ଲିଙ୍କ୍ କରି ବିଜ୍ଞପ୍ତି ଦେଖନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)