Advertisment

ITBP Recruitment: ୧୦ମ ପାସ୍‌ଙ୍କ ପାଇଁ ବଡ଼ ସୁଯୋଗ, ଦରମା ୮୧ ହଜାର ଟଙ୍କା

କନଷ୍ଟେବଲ୍‌ ଓ ହେଡ୍‌ କନଷ୍ଟେବଲ୍‌ ପଦବୀ ପାଇଁ ଭାରତ-ତିବ୍ଦତ ବର୍ଡର ପୋଲିସ୍‌(ITBP) ବିଜ୍ଞପ୍ତି ଜାରି କରିଛି। ଖାଲି ପଡ଼ିଥିବା ୨୯୩ ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି ହୋଇଛି।

author-image
Rajalaxmi Sahoo
ITBP Recruitment: Job Vacancy For 10th Pass

ITBP Recruitment: Job Vacancy For 10th Pass

କନଷ୍ଟେବଲ୍‌ ଓ ହେଡ୍‌ କନଷ୍ଟେବଲ୍‌ ପଦବୀ ପାଇଁ ଭାରତ-ତିବ୍ଦତ ବର୍ଡର ପୋଲିସ୍‌(ITBP) ବିଜ୍ଞପ୍ତି ଜାରି କରିଛି। ଖାଲି ପଡ଼ିଥିବା ୨୯୩ ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି ହୋଇଛି। ହେଡ୍‌ କନଷ୍ଟେବଲ୍‌ ପାଇଁ ୧୨୬ ଓ କନଷ୍ଟେବଲ୍‌ ପାଇଁ ୧୬୭ ପଦବୀ ପୂରଣ ହେବ। ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ recruitment.itbpolice.nic.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ନଭେମ୍ବର ୧ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। 

Advertisment

ITBP Recruitment: ଆବଶ୍ୟକୀୟ ଯୋଗ୍ୟତା...

କନଷ୍ଟେବଲ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ଆଶାୟୀ ୧୦ମ ପାସ୍‌ କରିଥିବା ଜରୁରୀ। ସେହିପରି ହେଡ୍‌ କନଷ୍ଟେବଲ୍‌ ପଦବୀ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୫ ବର୍ଷ ହୋଇଥିବା ଜରୁରୀ। ସେହିପରି କନଷ୍ଟେବଲ୍‌ ପଦବୀ ପାଇଁ ଆବେଦନ କରିବା ଲାଗି ବୟସ ସୀମା ୧୮ ବର୍ଷରୁ ୨୩ ବର୍ଷ ହୋଇଥିବା ଜରୁରୀ। ସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ସରକାରୀ ମାନଦଣ୍ଡ ଅନୁସାରେ, ବୟସ ସୀମାରେ କୋହଳ କରାଯିବ। 

ଦରମା: ହେଡ୍‌ କନଷ୍ଟେବଲ୍‌- ଲେବଲ୍‌ ୪ ଅଧୀନରେ ପେ’ ମ୍ୟାଟ୍ରିକ୍ସ ୨୫,୫୦୦ ଟଙ୍କା- ୮୧,୧୦୦ ଟଙ୍କା। କନଷ୍ଟେବଲ୍‌- ଲେବଲ୍‌ ୩ ଅଧୀନରେ ପେ’ ମ୍ୟାଟ୍ରିକ୍ସ ୨୧,୭୦୦ ଟଙ୍କା-୬୯,୧୦୦ ଟଙ୍କା

Advertisment

ଆବେଦନ ଫି’...

ITBPରେ କନଷ୍ଟେବଲ୍‌ ଓ ହେଡ୍‌ କନଷ୍ଟେବଲ୍‌ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି/ ମହିଳା ଓ ପୂର୍ବତନ ସୈନିକଙ୍କୁ ଆବେଦନ ଫି’ ବାବଦରେ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ଅଧିକ ସୂଚନା ପାଇଁ ଅଫିସିଆଲ୍‌ ନୋଟିଫିକେସନ୍‌ ଉପରେ କ୍ଲିକ୍‌ କରନ୍ତୁ। 

ITBP Recruitment 2022
Advertisment
Advertisment