Advertisment

ITBPରେ ପୂରଣ ହେବ କନଷ୍ଟେବଲ୍ ପୋଷ୍ଟ୍; ଦରମା ୬୯ ହଜାର ଟଙ୍କା

ITBPରେ ସ୍ପୋର୍ଟସ୍ କୋଟା ଅଧୀନରେ କନଷ୍ଟେବଲ୍ ଜେନେରାଲ୍ ଡ୍ୟୁଟି ପାଇଁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ପଦବୀ ପାଇଁ ଉଭୟ ପୁରୁଷ ଏବଂ ମହିଳା ପ୍ରାର୍ଥୀ ଆବେଦନ କରିପାରିବେ। ଏହି ପଦବୀଗୁଡିକ ସ୍ପୋର୍ଟସ୍ କୋଟା-୨୦୨୩ ଅଧୀନରେ ରହିଛି।

author-image
Pramod Behera
ITBP recruitment 2023 Apply for Constable post

ITBP recruitment 2023 Apply for Constable post

ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ ଫୋର୍ସ (ITBP) ରେ ସ୍ପୋର୍ଟସ୍ କୋଟା ଅଧୀନରେ କନଷ୍ଟେବଲ୍ ଜେନେରାଲ୍ ଡ୍ୟୁଟି (Constable GD) ପାଇଁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ପଦବୀ ପାଇଁ ଉଭୟ ପୁରୁଷ ଏବଂ ମହିଳା ପ୍ରାର୍ଥୀ ଆବେଦନ କରିପାରିବେ। ଏହି ପଦବୀଗୁଡିକ ସ୍ପୋର୍ଟସ୍ କୋଟା-୨୦୨୩ ଅଧୀନରେ ରହିଛି।

Advertisment

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ITBP ର ଅଫିସିଆଲ୍ ୱେବସାଇଟ୍ recruitment.itbpolice.nic.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। 

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୩ ନଭେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୮ ନଭେମ୍ବର ୨୦୨୩
Advertisment

ଖାଲି ପଦବୀ:

  • ଆଥ୍‌ଲେଟିକ୍ସ (ବିଭିନ୍ନ ଇଭେଣ୍ଟ) – ପୁରୁଷ ୨୭ଟି ପୋଷ୍ଟ, ମହିଳା ୧୫ଟି ପୋଷ୍ଟ
  • ଆକ୍ୱାଟିକ୍(ବିଭିନ୍ନ ଇଭେଣ୍ଟ) – ପୁରୁଷ ୩୯ଟି ପୋଷ୍ଟ, ମହିଳାମାନଙ୍କ ପାଇଁ କୌଣସି ପଦବୀ ନାହିଁ
  • ଅଶ୍ୱାରୋହୀ – ପୁରୁଷ ୮ଟି ପୋଷ୍ଟ, ମହିଳାମାନଙ୍କ ପାଇଁ କୌଣସି ପଦବୀ ନାହିଁ
  • ସ୍ପୋର୍ଟ୍ସ ଶୁଟିଂ (ବିଭିନ୍ନ ଇଭେଣ୍ଟ) – ପୁରୁଷ ୨୦ଟି ପୋଷ୍ଟ, ମହିଳା ୧୫ଟି ପୋଷ୍ଟ
  • ବକ୍ସିଂ (ବିଭିନ୍ନ ଇଭେଣ୍ଟ) – ପୁରୁଷ ୧୩ଟି ପୋଷ୍ଟ, ମହିଳା ୮ଟି ପୋଷ୍ଟ
  • ଫୁଟବଲ୍ – ପୁରୁଷ ୧୯ଟି ପୋଷ୍ଟ, ମହିଳାମାନଙ୍କ ପାଇଁ ଖାଲି ନାହିଁ
  • ଜିମ୍ନାଷ୍ଟିକ୍ – ପୁରୁଷ ୧୨ଟି ପୋଷ୍ଟ, ମହିଳାମାନଙ୍କ ପାଇଁ କୌଣସି ପଦବୀ ନାହିଁ
  • ହକି – ପୁରୁଷ ୭ଟି ପୋଷ୍ଟ, ମହିଳାମାନଙ୍କ ପାଇଁ କୌଣସି ପଦବୀ ନାହିଁ
  • ଭାରୋତ୍ତୋଳନ (ବିଭିନ୍ନ ଇଭେଣ୍ଟ) – ପୁରୁଷ ୧୪ଟି ପୋଷ୍ଟ, ମହିଳା ୭ଟି ପୋଷ୍ଟ
  • ଉଷୁ (ବିଭିନ୍ନ ଇଭେଣ୍ଟ) – ପୁରୁଷ ୨ଟି ପୋଷ୍ଟ, ମହିଳାମାନଙ୍କ ପାଇଁ କୌଣସି ପଦବୀ ନାହିଁ
  • କବାଡି - ପୁରୁଷଙ୍କ ପାଇଁ କୌଣସି ପଦବୀ ନାହିଁ, ମହିଳା ୫ଟି ପଦବୀ
  • କୁସ୍ତି (ବିଭିନ୍ନ ଇଭେଣ୍ଟ) – ପୁରୁଷ ୬ଟି ପୋଷ୍ଟ, ମହିଳାମାନଙ୍କ ପାଇଁ କୌଣସି ପଦବୀ ଖାଲି ନାହିଁ
  • ତୀରନ୍ଦାଜ (ବିଭିନ୍ନ ଇଭେଣ୍ଟ) – ପୁରୁଷ ୪ଟି ପୋଷ୍ଟ, ମହିଳା ୭ଟି ପୋଷ୍ଟ୍‌
  • କାୟାକିଂ – ପୁରୁଷଙ୍କ ପାଇଁ କୌଣସି ପଦବୀ ନାହିଁ, ମହିଳା ୪ଟି ପଦବୀ
  • କାନୋଇଙ୍ଗ – ପୁରୁଷଙ୍କ ପାଇଁ କୌଣସି ପଦବୀ ନାହିଁ, ମହିଳା ୬ଟି ପଦବୀ
  • ରୋଇଂ – ପୁରୁଷ ୨ଟି ପୋଷ୍ଟ, ମହିଳା ୮ଟି ପୋଷ୍ଟ
  • ମୋଟ୍ ପଦବୀ – ୨୪୮ଟି ପୋଷ୍ଟ

ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପାପ୍ତ ଅନୁଷ୍ଠାନରୁ ୧୦ମ ପାଶ୍
  • ସମ୍ବନ୍ଧିତ ପୋଷ୍ଟ ପାଇଁ ଖେଳ କୋଟା

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୩ ବର୍ଷ

ଆବେଦନ ଶୁଳ୍କ:

  • UR / OBC / EWS ବର୍ଗ ପ୍ରାର୍ଥୀ – ୧୦୦ଟଙ୍କା
  • SC/ST – ଦେୟ ମୁକ୍ତ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୨୧,୭୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୬୯,୧୦୦ ଟଙ୍କା

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ recrutement.itbpolice.nic.in କୁ ଯାଆନ୍ତୁ
  • ନିଯୁକ୍ତି ବିଭାଗକୁ ନେଭିଗେଟ୍ କରନ୍ତୁ ଏବଂ ଇଚ୍ଛିତ ପୋଷ୍ଟ ପାଇଁ ଆବେଦନ କରିବାକୁ ଲିଙ୍କ୍ ଚୟନ କରନ୍ତୁ
  • ସମସ୍ତ ଆବଶ୍ୟକୀୟ ବିବରଣୀ ଏବଂ ପରିଚୟପତ୍ର ପ୍ରଦାନ କରି ଆବେଦନ ଫର୍ମ ପୂରଣ କରନ୍ତୁ
  • ଆକଶ୍ୟକୀୟ ସମସ୍ତ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ, ଏବଂ submit କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ
Govt Jobs ITBP ITBP Jawans
Advertisment
Advertisment