/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699794258.jpg)
ISRO recruitment 2023 VSSC invites applications for LVD, HVD posts
ISRO ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର (VSSC) ବାହାର କରିଛି ନିଯୁକ୍ତି ବିଜ୍ଞାପନ। ଏହି ନିଯୁକ୍ତି ପ୍ରକ୍ରିୟାରେ ହାଲୁକା ଯାନ ଏବଂ ଭାରୀ ଯାନ ଡ୍ରାଇଭର ପଦବୀ ପୂରଣ ହେବ। ଦଶମ ପାଶ୍ କରିଥିବା ପ୍ରାର୍ଥୀ ଏହାର ଫାଇଦା ନେଇପାରିବେ।
Advertisment
ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ପ୍ରାର୍ଥୀମାନେ ISRO ର ଅଫିସିଆଲ୍ ୱେବସାଇଟ୍ www.vssc.gov.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ ISRO VSSC Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ - ୧୩ ନଭେମ୍ବର ୨୦୨୩
- ଅନ୍ଲାଇନ୍ ଆବେଦନ ଶେଷ - ୨୭ ନଭେମ୍ବର ୨୦୨୩
Advertisment
ଖାଲି ପଦବୀ:
- ହାଲୁକା ଯାନ ଡ୍ରାଇଭର – ୯ଟି ପୋଷ୍ଟ୍
- ଭାରୀ ଯାନ ଡ୍ରାଇଭର – ୯ଟି ପୋଷ୍ଟ୍
- ମୋଟ ପଦବୀ – ୧୮ଟି ପୋଷ୍ଟ୍
ଯୋଗ୍ୟତା:
ହାଲୁକା ଯାନ ଡ୍ରାଇଭର –
- SSLC / SSC / ମାଟ୍ରିକ୍ / ଦଶମ ପାଶ
- ପ୍ରାର୍ଥୀମାନଙ୍କର ବୈଧ LVD ଲାଇସେନ୍ସ ଥିବା ଆବଶ୍ୟକ
- ତିନି ବର୍ଷର ଅଭିଜ୍ଞତା ରହିବା ଉଚିତ
ଭାରୀ ଯାନ ଡ୍ରାଇଭର –
- SSC / SSC / ମାଟ୍ରିକ୍ / ଦଶମ ଶ୍ରେଣୀ ପାଶ
- ପ୍ରାର୍ଥୀମାନଙ୍କର ବୈଧ LVD ଲାଇସେନ୍ସ ଥିବା ଆବଶ୍ୟକ
- ପ୍ରାର୍ଥୀମାନଙ୍କର ଏକ ବୈଧ ସାର୍ବଜନିନ ସେବା ବ୍ୟାଜ୍ ଥିବା ଆବଶ୍ୟକ
ଦରମା:
- ମାସିକ ସର୍ବନିମ୍ନ ଦରମା – ୧୯,୦୦୦ଟଙ୍କା
- ମାସିକ ସର୍ବାଧିକ ଦରମା – ୬୩,୨୦୦ଟଙ୍କା
କିପରି କରିବେ ଆବେଦନ:
- ଅଫିସିଆଲ୍ ୱେବସାଇଟ୍ www.vssc.gov.in କୁ ଯାଆନ୍ତୁ
- କ୍ୟାରିୟର ପେଜ୍କୁ ଯାଆନ୍ତୁ
- ISRO କେନ୍ଦ୍ରର ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
- ISRO ଡ୍ରାଇଭର ପୋଷ୍ଟ ପାଇଁ 'Apply' ଲିଙ୍କରେ କ୍ଲିକ୍ କରନ୍ତୁ
- 'New Registration' ଉପରେ କ୍ଲିକ୍ କରନ୍ତୁ ଏବଂ ନିଜକୁ ପଞ୍ଜିକୃତ କରନ୍ତୁ
- ପଞ୍ଜିକରଣ ଆଇଡି ବ୍ୟବହାର କରି ଲଗ୍ ଇନ୍ କରନ୍ତୁ ଏବଂ ISRO ଡ୍ରାଇଭର ଆବେଦନ ଫର୍ମ ପୂରଣ କରନ୍ତୁ
- ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
- Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
- ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟ୍ ବାହାର କରନ୍ତୁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)