• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ISRO ପକ୍ଷରୁ ନିଯୁକ୍ତି ପ୍ରକାଶ ପାଇଛି । ଅହମ୍ମଦାବାଦର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (SAC)ରେ ପଦବୀ ଖାଲି ରହିଥିବା ସୂଚନା ଦିଆଯାଇଛି । ସୂଚନା ମୁତାବକ Technician ‘B’ ଓ Draughtsman ‘B’ରେ ନିଯୁକ୍ତି ଦିଆଯିବ । ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ଆଶାୟୀ ପ୍ରାର୍ଥୀମାନେ ୨୦୨୩ ଅଗଷ୍ଟ ୧ ତାରିଖରୁ ୨୦୨୩ ଅଗଷ୍ଟ ୨୧ ତାରିଖ ଯାଏଁ ଆବେଦନ କରିପାରିବେ ବୋଲି କୁହାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଯୋଗେ ଅଫିସିଆଲ୍ ୱେବସାଇଟ୍‌ www.isro.gov.inରେ ଆବେଦନ କରିପାରିବେ ।

କେତେ ରହିଛି ପଦବୀ ?

ISRO ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମୋଟ୍‌ ୩୫ଟି ପଦବୀ ପୂରଣ କରାଯିବ । ସେଥିମଧ୍ୟରୁ Technician ‘B’ ପାଇଁ ୩୪ଟି ପଦବୀ ରହିଥିବାବେଳେ ଗୋଟିଏ ପଦବୀ Draughtsman ‘B’ପାଇଁ ରହିଛି ।

କେତେ ଦେବେ ଆବେଦନ ଫି’ ?

ଏହି ପଦବୀ ପାଇଁ ଆପଣ ଆବେଦନ କଲେ, ଆପଣଙ୍କୁ ୫୦୦ ଟଙ୍କା ଦେବାକୁ ହେବ । ପରବର୍ତ୍ତୀ ସମୟରେ ସମସ୍ତ ଟଙ୍କା ଆପଣ ଫେରିପାଇବେ ବୋଲି କୁହାଯାଇଛି । କେବଳ ଆପ୍ଲିକେସନ୍‌ ଫି’ ବାବଦକୁ ୧୦୦ ଟଙ୍କା ଦେବାକୁ ପଡ଼ିପାରେ । ଅର୍ଥାତ୍‌ ଆପଣ ୫୦୦ ଟଙ୍କାରୁ ୪ଶହ ଟଙ୍କା ଫେରିପାଇପାରନ୍ତି ।

କେଉଁ ସ୍ଥାନରେ ହେବ ପରୀକ୍ଷା କେନ୍ଦ୍ର ?

ଦେଶର ୧୮ ଟି ସ୍ଥାନରେ ପରୀକ୍ଷା କରାଯିବ ବୋଲି କୁହାଯାଇଛି । ଏଥି ମଧ୍ୟରେ ଓଡ଼ିଶାର ଭୁବନେଶ୍ୱରରେ ପରୀକ୍ଷା ହେବା ନେଇ ସୂଚନା ଦିଆଯାଇଛି । ତେବେ ଜାଣିନିଅନ୍ତୁ କେଉଁଠି କେଉଁଠି ହେବ ପରୀକ୍ଷା କେନ୍ଦ୍ର ?

• ନୂଆଦିଲ୍ଲୀ

• ନାଗପୁର

• ରାୟପୁର

• ରାଞ୍ଚି

• ଅହମ୍ମଦାବାଦ

• ବେଙ୍ଗାଲୁରୁ

• ଭୋପାଳ

• ଭୁବନେଶ୍ୱର

• ଚଣ୍ଡିଗଡ଼

• ଚେନ୍ନାଇ

• ଡେରାଡୁନ୍

• ଗୁଆହାଟି

• ହାଇଦ୍ରାବାଦ

• ଜୟପୁର

• କୋଲକାତା

• ଲକ୍ଷ୍ନୌ

• ମୁମ୍ବାଇ

• ଥିରୁବନନ୍ତପୁରମ୍

କିପରି ହେବ ଚୟନ ପ୍ରକ୍ରିୟା ?

ଏହି ପଦବୀ ଗୁଡ଼ିକ ପାଇଁ ଆଶାୟୀମାନଙ୍କୁ ଲିଖିତ ପରୀକ୍ଷା ଦେବାକୁ ହେବ । ୯୦ ମିନିଟ୍‌ ସମୟସୀମା ମଧ୍ୟରେ ୮୦ଟି ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଦେବେ ପ୍ରାର୍ଥୀ । ପ୍ରଶ୍ନ ଗୁଡ଼ିକ ପାଇଁ ୧ ମାର୍କ ମିଳିବ । ଭୁଲ ଉତ୍ତର ଦେଲେ ମାଇନସ୍‌ ମାର୍କିଂ ମଧ୍ୟ କରାଯିବ । ପରେ ପରେ ମାର୍କ ଅନୁସାରେ ପ୍ରାର୍ଥୀମାନେ ଚୟନ ହେବେ ।