Advertisment

IOCL Recruitment 2024: IOCLରେ ୪୭୩ ପଦବୀ ପାଇଁ ଚାଲିଛି ଆବେଦନ; ଜାଣନ୍ତୁ ଓଡ଼ିଶାରେ କେତେ...

IOCL ବିଭିନ୍ନ ଟ୍ରେଡ୍‌ରେ ଆପ୍ରେଣ୍ଟିସ୍ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏଥିରେ ଟେକ୍ନିସିଆନ୍ ସମେତ ଅନ୍ୟାନ୍ୟ ପଦବୀ ମଧ୍ୟ ପୂରଣ ହେବ। ଆବେଦନ ପ୍ରକ୍ରିୟା ଚାଲିଛି। ଦ୍ୱାଦଶ ପାଶ କରିଥିଲେ ବି ନେଇପାରିବେ ସୁଯୋଗ।

author-image
Pramod Behera
ଅଦ୍ୟତନ ହୋଇଛି
IOCL Recruitment 2024 for 473 Apprentice

IOCL Recruitment 2024 Apply for 473 Apprentice

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ବିଭିନ୍ନ ଟ୍ରେଡ୍‌ରେ ଆପ୍ରେଣ୍ଟିସ୍ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏଥିରେ ଟେକ୍ନିସିଆନ୍ ସମେତ ଅନ୍ୟାନ୍ୟ ପଦବୀ ମଧ୍ୟ ପୂରଣ ହେବ। ଆବେଦନ ପ୍ରକ୍ରିୟା ଚାଲିଛି। ଦ୍ୱାଦଶ ପାଶ କରିଥିଲେ ବି ନେଇପାରିବେ ସୁଯୋଗ।

Advertisment

ଏହି ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍ ମାଧ୍ୟମରେ ଚାଲିଛି। ଏହି ନିଯୁକ୍ତି ମାଧ୍ୟମରେ ସମୁଦାୟ ୪୭୩ ପଦବୀ ପୂରଣ ହେବ। ଏହି ନିଯୁକ୍ତି ମାଧ୍ୟମରେ ଭାରତର ବିଭିନ୍ନ ରାଜ୍ୟରେ ପଦବୀ ପୂରଣ ହେବ। ଓଡ଼ିଶାରେ ୩୮ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ IOCL ର ଅଫିସିଆଲ୍ ୱେବସାଇଟ୍ iocl.comକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ IOCL Recruitment 2024 Apply for 473 Apprentice Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: ଗ୍ରାଜୁଏସନ୍ କରିଥିଲେ ଓଡ଼ିଶାରେ ସରକାରୀ ଚାକିରି; ହେବେ ଅଫିସର୍

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୨।୦୧।୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୧।୦୨।୨୦୨୪

ଶିକ୍ଷାଗତ ଯୋଗ୍ୟତା:

  • ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ – ମେକାନିକାଲ୍ / ଇଲେକ୍ଟ୍ରିକାଲ୍ / ଟେଲିକମ୍ୟୁନିକେଶନ ଏବଂ ଯନ୍ତ୍ରପାତି ପ୍ରାସଙ୍ଗିକ ବିଷୟରେ ତିନି ବର୍ଷର ଡିପ୍ଲୋମା
  • ବାଣିଜ୍ୟ ଆପ୍ରେଣ୍ଟିସ୍ (ଆସିଷ୍ଟାଣ୍ଟ HR / ଆକାଉଣ୍ଟାଣ୍ଟ) – ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ / ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ
  • ଡାଟା ଏଣ୍ଟ୍ରି ଅପରେଟର୍ (ଫ୍ରେଶର୍ ଆପ୍ରେଣ୍ଟିସ୍) – ଦ୍ୱାଦଶ ପାସ୍ ସହ ସ୍କିଲ୍ ସାର୍ଟିଫିକେଟ୍

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୪ ବର୍ଷ
  • ବୟସ ଗଣନା ୧୨।୦୧।୨୦୨୪ ଅନୁସାରେ ହେବ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା(୨ ଘଣ୍ଟା)
  • ମେରିଟ୍ ତାଲିକା ପ୍ରସ୍ତୁତ
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • IOCL ର ଅଫିସିଆଲ୍ ୱେବସାଇଟ୍‌ Iocl.com କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ଥିବା Careers ଲିଙ୍କ ଉପରେ କ୍ଲିକ୍ କରନ୍ତୁ
  • ଏକ ନୂତନ ପୃଷ୍ଠା ଖୋଲିବ ଯେଉଁଠାରେ ପ୍ରାର୍ଥୀଙ୍କୁ Apprentice ଲିଙ୍କରେ କ୍ଲିକ୍ କରିବାକୁ ହେବ
  • ପୁଣି ଏକ ନୂତନ ପୃଷ୍ଠା ଖୋଲିବ ଯେଉଁଠାରେ ଏକ ପଞ୍ଜୀକରଣ ଲିଙ୍କ ଉପଲବ୍ଧ ହେବ
  • ଲିଙ୍କ୍‌ରେ କ୍ଲିକ୍ କରନ୍ତୁ ଏବଂ ନିଜକୁ ପଞ୍ଜିକରଣ କରନ୍ତୁ
  • ହୋଇଗଲା ପରେ ଆକାଉଣ୍ଟରେ ଲଗ୍ କରନ୍ତୁ ଏବଂ ଆବେଦନ ଫର୍ମ ପୂରଣ କରନ୍ତୁ
  • Submit ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ
  • ପରବର୍ତ୍ତୀ ଆବଶ୍ୟକତା ଏହାର ଏକ ହାର୍ଡ କପି ରଖନ୍ତୁ

ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାର ଅଧିନରେ ଥିବା କମ୍ପାନୀରେ ଚାକିରି; ତୁରନ୍ତ କରନ୍ତୁ ଆବେଦନ

Govt Jobs IOCL Jobs IOCL Recruitment
Advertisment
Advertisment