Advertisment

Indian Overseas Bank Jobs: ଇଣ୍ଡିଆନ୍ ଓଭର୍‌ସିଜ୍ ବ୍ୟାଙ୍କ୍‌ରେ ପୂରଣ ହେବ ୫୦୦ରୁ ଅଧିକ ପଦବୀ; ଜାଣନ୍ତୁ ଓଡ଼ିଶାରେ କେତେ ପାଇବେ ସୁଯୋଗ

ଆପଣ ଯଦି ବ୍ୟାଙ୍କରେ ଚାକିରି କରିବା ନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି ତେବେ ଏହି ସୁଯୋଗ ଆପଣଙ୍କ ପାଇଁ। ଏହି ସୁଯୋଗ ନେଇଆସିଛି ଇଣ୍ଡିଆନ୍ ଓଭର୍‌ସିଜ୍ ବ୍ୟାଙ୍କ୍‌ (IOB)। IOB ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
Indian Overseas Bank Recruitment 2024

Indian Overseas Bank Jobs

Advertisment

ଆଜିକାଲିର ପ୍ରାୟ ଯୁବପିଢି ବ୍ୟାଙ୍କ୍ ଚାକିରି ପାଇଁ ସ୍ୱପ୍ନ ଦେଖୁଥାନ୍ତି। ଆପଣ ଯଦି ବ୍ୟାଙ୍କରେ ଚାକିରି କରିବା ନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି ତେବେ ଏହି ସୁଯୋଗ ଆପଣଙ୍କ ପାଇଁ।ଏହି ସୁଯୋଗ ନେଇଆସିଛି ଇଣ୍ଡିଆନ୍ ଓଭର୍‌ସିଜ୍ ବ୍ୟାଙ୍କ୍‌ (IOB)। ଏନେଇ IOB ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି କ୍ଷେତ୍ରରେ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ IOBରେ ଆପ୍ରେଣ୍ଟିସ୍‌ଶିପ୍ ପଦବୀ ପୂରଣ ହେବ। ଭାରତରେ ଅନେକ ରାଜ୍ୟରେ ଏହି ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଗ୍ରାଜୁଏସନ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୫୦୦ରୁ ଅଧିକ ପଦବୀ ପୂରଣ ହେବ। ଓଡ଼ିଶାରେ ୧୯ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: Union Bank Jobs: ୟୁନିଅନ୍ ବ୍ୟାଙ୍କ୍‌ରେ ପୂରଣ ହେବ ୫୦୦ ପଦବୀ; ଓଡ଼ିଶାରେ ସୁଯୋଗ ପାଇବେ ଏତେ ପିଲା

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ IOB ର ଅଫିସିଆଲ୍ ୱେବ୍‌ସାଇଟ୍‌ https://www.iob.in/Careers କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Indian Overseas Bank Jobs 2024 Apply for 550 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୮ ଅଗଷ୍ଟ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୦ ସେପ୍ଟେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଖାଲି ପଦବୀ:

  • ସାଧାରଣ ବର୍ଗ – ୨୮୪ଟି ପୋଷ୍ଟ୍
  • SC – ୭୮ଟି ପୋଷ୍ଟ୍
  • ST – ୨୬ଟି ପୋଷ୍ଟ୍
  • OBC – ୧୧୮ଟି ପୋଷ୍ଟ୍
  • EWS – ୪୪ଟି ପୋଷ୍ଟ୍
  • ମୋଟ୍ ପଦବୀ – ୫୫୦ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ/ଅନୁଷ୍ଠାନରୁ ସ୍ନାତକ
  • ଯେକୌଣସି ବିଷୟ ହେଲେ ଚଳିବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ଖୁସି ଖବର: ମୋହନ ସରକାର କରିବେ ନିଯୁକ୍ତି ମେଳା; ମିଳିବ ୩୫ ହଜାର ଚାକିରି...

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୨୮ ବର୍ଷ
  • ବୟସ ଗଣନା ୦୧ । ଅଗଷ୍ଟ । ୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ଆପ୍ରେଣ୍ଟିସିପ୍ ସମୟରେ ଏକ ବର୍ଷ ପାଇଁ ପ୍ରତି ମାସରେ ୧୫,୦୦୦ଟଙ୍କା ଭତ୍ତା ମିଳିବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/ EWS – ୯୪୪ ଟଙ୍କା
  • SC/ST/ମହିଳା – ୭୦୮ ଟଙ୍କା
  • ଦିବ୍ୟାଙ୍ଗ – ୪୭୨ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: Railway Recruitment 2024: ଆପଣ ଯଦି ଦଶମ ପାଶ୍, ରେଳବାଇରେ ଚାକିରି କରିବାକୁ ଚାହାନ୍ତି… ପଢନ୍ତୁ ଏହି ଖବର

Govt Jobs Bank Jobs Bank Job Indian Overseas Bank Bank Job Vacancy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ