/odishatv-khabar/media/post_attachments/uploadimage/library/16_9/16_9_0/Jobs__1724738429.jpg)
Jobs
ଆସନ୍ତା ମାସରେ ମୋହନ ସରକାର କରିବେ ନିଯୁକ୍ତି ମେଳା। ରାଜ୍ୟ ସରକାର ଖୁବ୍ ଶୀଘ୍ର ପ୍ରାୟ ୩୫ ହଜାର ନିଯୁକ୍ତି ଦେବେ । ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଅଣ୍ଟା ଭିଡିଛି ମୋହନ ସରକାର । ଏଥିପାଇଁ ପ୍ଲାନ ଅଫ୍ ଆକ୍ସନ ପ୍ରସ୍ତୁତ କରିଛନ୍ତି ସରକାର ।
ଆସନ୍ତା ମାସରେ ନିଯୁକ୍ତି ମେଳା କରି ନିଯୁକ୍ତି ପତ୍ର ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀକୁ ଦେଖି ବିଜ୍ଞାପନ ମଧ୍ୟ ପ୍ରକାଶ କରାଯିବ । ଆସନ୍ତା ମାସରେ ବିଭିନ୍ନ ବର୍ଗର ପ୍ରାୟ ୨୨ ହଜାର ପଦବୀର ନିଯୁକ୍ତିପତ୍ର ସରକାର ବାଣ୍ଟିବେ ।
ରାଜ୍ୟରେ ୩ ଲକ୍ଷ ୯୯ ହଜାର ୬୬୬ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ଖାଲିପଡିଥିବା ୧ ଲକ୍ଷ ୩୨ ହଜାର ୪୫୯ ଟି ପଦବୀ ସରକାର ପୂରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । କ୍ଷମତାପ୍ରାପ୍ତ କମିଟି ୯୨ ହଜାର ୨୦୩ ଟି ପଦବୀକୁ ମଞ୍ଜୁର କରିଛନ୍ତି । ୭୮ ହଜାର ୯୧୯ଟି ପଦବୀ ପୂରଣ ପାଇଁ ପଦକ୍ଷେପ ନେଇ ପରୀକ୍ଷୀ କରିବାକୁ ବିଭିନ୍ନ ବିଭାଗ ଓ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ।
ଖାଲି ପଡିଥିବା ପଦବୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ନିଯୁକ୍ତି ସଂପର୍କରେ ଡିସେମ୍ବର ସୁଦ୍ଧା ବିଜ୍ଞାପନ ପ୍ରକାଶ କରିବାକୁ ମଧ୍ୟ କୁହାଯାଇଛି ।
#ମୋହନ_ସରକାର_କରିବେ_ନିଯୁକ୍ତି_ମେଳା
ପାଳନ ହେବ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି । ସେପଟେମ୍ବରରେ ମୋହନ ସରକାର କରିବେ ନିଯୁକ୍ତି ମେଳା । ରାଜ୍ୟ ସରକାର ଖୁବ୍ ଶୀଘ୍ର ପ୍ରାୟ ୩୫ ହଜାର ନିଯୁକ୍ତି ପତ୍ର ବାଣ୍ଟିବାକୁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ।..#BJP#MohanMajhi#Odisha#OTVpic.twitter.com/IlqRBajK7P— ଓଟିଭି (@otvkhabar) August 27, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)