Advertisment

ssc ଅଧିକାରୀ ପଦ ପାଇଁ ଭାରତୀୟ ନୌସେନାର ବିଜ୍ଞପ୍ତି ଜାରି

ଭାରତୀୟ ନୌସେନା ssc ଅଧିକାରୀ ପଦ ପାଇଁ ବିଜ୍ଞପ୍ତି ଜାରି କରିଛି। ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ କେବେ ଅଛି ଶେଷ ତାରିଖ ଓ କିପରି କରିବେ ଆବେଦନ?

author-image
Pramod Behera
ଅଦ୍ୟତନ ହୋଇଛି
Indian Navy Recruitment 2022

Indian navy recruitment for ssc officer posts

ସର୍ଟ ସର୍ଭିସ କମିଶନ ଅଫିସର ପଦ ପାଇଁ ଭାରତୀୟ ନୌସେନା ବିଜ୍ଞପ୍ତି ଜାରି କରିଛି। ଇଛୁକ ପ୍ରାର୍ଥୀମାନେ ଭାରତୀୟ ନୌସେନାର ଅଫିସିଆଲ୍ ୱେବସାଇଟ୍ joinindiannavy.gov.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି ଠାରୁ ଯଥା ଅକ୍ଟୋବର ୨୧ରୁ ଆରମ୍ଭ ହୋଇଯାଇଛି। ପ୍ରାର୍ଥୀମାନେ ନଭେମ୍ବର ୬ ପର୍ଯ୍ୟନ୍ତ ଆବେଦନ କରିବାକୁ ସୁଯୋଗ ଦିଆଯାଇଛି।

Advertisment

ମୋଟ୍ ପଦବୀ:

  • ସମୁଦାୟ ୨୧୨ଟି ପଦବୀରେ ନିଯୁକ୍ତ କରାଯିବ।
  • ସାଧାରଣ ସେବାରେ - ୫୬ ଟି
  • ଏୟାର ଟ୍ରାଫିକ କଣ୍ଟ୍ରୋଲର - ୫ ଟି
  • ନାଭାଲ ଏୟାର ଅପରେସନ ଅଫିସର - ୧୫ ଟି
  • ପାଇଲଟରେ – ୨୫ ଜଣ
  • ଲଜିଷ୍ଟିକ୍ସରେ - ୨୦ ଟି
  • ଶିକ୍ଷାରେ - ୧୨ ଟି
  • ଇଞ୍ଜିନିୟରିଂରେ - ୨୫ ଟି
  • ଇଲେକ୍ଟ୍ରିକାଲରେ - ୪୫ ଟି
  • ନାଭାଲ କନଷ୍ଟ୍ରକ୍ଟରରେ - ୧୪ ଟି

ଯୋଗ୍ୟତା :

ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍ joinindiannavy.gov.in ପରିଦର୍ଶନ କରି ନିଯୁକ୍ତି ସମ୍ବନ୍ଧୀୟ ଯୋଗ୍ୟତା ଏବଂ ଅନ୍ୟାନ୍ୟ ସୂଚନା ଯାଞ୍ଚ କରିପାରିବେ।

Advertisment

ଚୟନ ପ୍ରକ୍ରିୟା :

  • ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ମାର୍କ ଆଧାରରେ ପ୍ରାର୍ଥୀ ଚୟନ କରାଯିବ।
  • ପ୍ରାପ୍ତ ମାର୍କଗୁଡ଼ିକୁ ପ୍ରଥମେ ତାଲିକାଭୁକ୍ତ କରାଯିବ।
  • ଏହି ଆଧାରରେ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯିବ ଏବଂ SSB ସାକ୍ଷାତକାର ପାଇଁ ଡକାଯିବ।
  • ସାକ୍ଷାତକାର ସୂଚନା ପ୍ରାର୍ଥୀମାନଙ୍କୁ ମେଲ କିମ୍ବା SMS ମାଧ୍ୟମରେ ପଠାଯିବ

କିପରି କରିବେ ଆବେଦନ:

  • ଷ୍ଟେପ୍ ୧: ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ପ୍ରଥମେ ଅଫିସିଆଲ୍ ୱେବ୍‌ସାଇଟ୍ joinindiannavy.gov.in କୁ ଯାଆନ୍ତୁ
  • ଷ୍ଟେପ୍ ୨: ବର୍ତ୍ତମାନ ପ୍ରାର୍ଥୀ ମେଲ୍ id ଆଦି ଏଣ୍ଟ୍ରୀ କରି ପଞ୍ଜିକରଣ କରନ୍ତୁ
  • ଷ୍ଟେପ୍ ୩: ଏହା ପରେ ପ୍ରାର୍ଥୀମାନେ ସମ୍ପୃକ୍ତ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରନ୍ତୁ
  • ଷ୍ଟେପ୍ ୪: ବର୍ତ୍ତମାନ ପ୍ରାର୍ଥୀମାନଙ୍କୁ ଆବଶ୍ୟକ ବିବରଣୀ ଏବଂ ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବାକୁ ପଡିବ
  • ଷ୍ଟେପ୍ ୫: Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଷ୍ଟେପ୍ ୬: ଫର୍ମର ଏକ ପ୍ରିଣ୍ଟ ବାହାର କରି ରଖନ୍ତୁ
Govt Jobs Indian Navy Recruitment 2022
Advertisment
Advertisment