Advertisment

ବିନା ପରୀକ୍ଷାରେ ନୌସେନାରେ ଚାକିରି; ମହିଳାମାନେ ବି କରିପାରିବେ ଆବେଦନ

ଭାରତୀୟ ନୌସେନାରେ ନିଯୁକ୍ତି ନେଇ ଏକ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ, SSB ସାକ୍ଷାତକାରରୁ ପ୍ରାର୍ଥୀ ଚୟନ କରାଯିବ। ମହିଳାମାନେ ବି କରିପାରିବେ ଆବେଦନ।

author-image
Pramod Behera
Indian Navy Recruitment 2023 for ssc executive

Indian Navy Recruitment 2023 for ssc executive

ସେନାରେ ଯୋଗଦେବାକୁ ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ଭାରତୀୟ ନୌସେନାରେ ନିଯୁକ୍ତି ନେଇ ଏକ ସୁବର୍ଣ୍ଣ ସୁଯୋଗ। ବିଶେଷ କଥା ହେଉଛି ଏହି ନିଯୁକ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ, ବରଂ SSB ସାକ୍ଷାତକାରରୁ ପ୍ରାର୍ଥୀ ଚୟନ କରାଯିବ। SSB କାର୍ଯ୍ୟନିର୍ବାହୀ ପଦବୀ ନିଯୁକ୍ତି ପାଇଁ ଭାରତୀୟ ନୌସେନା ଏକ ବିଜ୍ଞପ୍ତି ଜାରି କରିଛି। ଉଭୟ ପୁରୁଷ ଏବଂ ମହିଳା ପ୍ରାର୍ଥୀ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ।

Advertisment

ଏହି ପ୍ରକ୍ରିୟା ମାଧ୍ୟମରେ ମୋଟ ୭୦ଟି ପୋଷ୍ଟ୍‌ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆବେଦନ କରିବାର ଶେଷ ତାରିଖ ଫେବୃଆରୀ ୫ ରହିଛି। ପ୍ରାର୍ଥୀମାନେ ନୌସେନାର ଅଫିସିଆଲ୍ ୱେବସାଇଟ୍, joinindiannavy.gov.in କୁ ଯାଇ ନିଯୁକ୍ତି ପାଇଁ ପଞ୍ଜୀକରଣ କରିପାରିବେ।

ଯୋଗ୍ୟତା:

  • ପ୍ରାର୍ଥୀ ନିଶ୍ଚିତ ଭାବରେ ସର୍ବନିମ୍ନ ୬୦% ମାର୍କ ସହିତ MSc / BE / B Tech / M Tech କିମ୍ବା BCA / BSc ସହିତ ଡିଗ୍ରୀ ହାସଲ କରିବା ଆବଶ୍ୟକ।
  • ଏହା ବ୍ୟତୀତ ଏନ୍‌ସିସି ପ୍ରାର୍ଥୀଙ୍କୁ କଟ୍ ଅଫ୍ ମାର୍କରେ ୫ ଶତକଡା କୋହଳ ମଧ୍ୟ ଦିଆଯିବ।
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ: ୨୧ ବର୍ଷ
  • ସର୍ବାଧିକ ବୟସ: ୪୦ ବର୍ଷ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ ଆରମ୍ଭ ତାରିଖ: ୨୧/୦୧/୨୦୨୩
  • ଆବେଦନ ଶେଷ ତାରିଖ: ୦୫/୦୨/୨୦୨୩

ଚୟନ ପ୍ରକ୍ରିୟା:

  • ପ୍ରାର୍ଥୀମାନେ ନିଜ ନିଜ ଡିଗ୍ରୀରେ ମିଳିଥିବା ମାର୍କ ଆଧାରରେ ସର୍ଟଲିଷ୍ଟ୍‌ ହେବେ
  • ପରେ ସେମାନଙ୍କୁ SSB ସାକ୍ଷାତକାର ପାଇଁ ଡକାଯିବ
  • SSB ରେ ପ୍ରାପ୍ତ ମାର୍କ ଆଧାରରେ ଅନ୍ତିମ ମେରିଟ୍ ତାଲିକା ପ୍ରସ୍ତୁତ ହେବ

କିପରି କରିବେ ଆବେଦନ:

  • ପ୍ରାର୍ଥୀମାନେ ନୌସେନାର ଅଫିସିଆଲ୍ ୱେବସାଇଟ୍, joinindiannavy.gov.in କୁ ଯାଇ ପଞ୍ଜୀକରଣ କରିପାରିବେ।
Govt Jobs Indian Navy Recruitment
Advertisment
Advertisment