Advertisment

୧୦ମ, ୧୨ଶ ପାଶ୍‌ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ନୌସେନାରେ ପାଇପାରିବେ ଚାକିରି

ନୌସେନାରେ ଚାକିରି ପାଇବାର ଏକ ସୁବର୍ଣ୍ଣ ସୁଯୋଗ। ବିଶେଷ କରି ଏହି ନିଯୁକ୍ତି ପାଇଁ ୧୦ମ, ୧୨ଶ ପାଶ୍ ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ। ଏଭଳି ପରିସ୍ଥିତିରେ, ସମୟ ନଷ୍ଟ ନକରି ଆବେଦନ ପାଇଁ ତୁରନ୍ତ ପ୍ରସ୍ତୁତ ହୋଇଯାଆନ୍ତୁ।

author-image
Pramod Behera
Indian navy agniveer ssr mr recruitment

Indian navy agniveer ssr mr recruitment

ଭାରତୀୟ ନୌସେନାରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ବିଶେଷ କଥା ହେଉଛି ଏହି ନିଯୁକ୍ତି ପାଇଁ ଦଶମ, ଦ୍ୱାଦଶ ପାଶ୍ ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ। ଏଭଳି ପରିସ୍ଥିତିରେ, ସମୟ ନଷ୍ଟ ନକରି ଆଶାୟୀମାନେ ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଯଥାଶୀଘ୍ର ଯାଞ୍ଚ କରିବା ଉଚିତ ଏବଂ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ଫର୍ମ ପୂରଣ କରିବା ଉଚିତ। ଖାଲି ପଦବୀ, ଯୋଗ୍ୟତା, ଚୟନ ପ୍ରକ୍ରିୟା, ଆବେଦନ ସହିତ ସମସ୍ତ ବିବରଣୀ ନିମ୍ନରେ ଦିଆଯାଇଛି। ପଢନ୍ତୁ ଓ ତୁରନ୍ତ ଆବେଦନ ପାଇଁ ପ୍ରସ୍ତୁତ ହୁଅନ୍ତୁ।

Advertisment

କେଉଁ ପୋଷ୍ଟରେ ହେବ ନିଯୁକ୍ତି:

ଭାରତୀୟ ସୌସେନା ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ସିନିୟର ସେକେଣ୍ଡାରୀ ରିକ୍ୟୁଟର(SSR),, ଏସ୍‌ଆର୍‌ଏସ୍‌ ଏବଂ ମାଟ୍ରିକ ରିକ୍ୟୁଟର୍‌(MR), ଏମ୍‌ଆର ପଦବୀ ପୂରଣ ହେବ। ଏହି ନିଯୁକ୍ତି ଅଗ୍ନିବୀର୍ ଅଧୀନରେ କରାଯାଉଛି। ଏଥିରେ ୧୪୦୦ ଟି SSR ଏବଂ ୧୦୦ ଟି MR ର ପୋଷ୍ଟ ରହିଛି।

ଯୋଗ୍ୟତା କ’ଣ ହେବା ଉଚିତ୍:

  • SSR ପୋଷ୍ଟଗୁଡିକ ପାଇଁ ଗଣିତ ଏବଂ ପଦାର୍ଥ ବିଜ୍ଞାନରେ ଦ୍ୱାଦଶ ପାଶ୍ ଆବଶ୍ୟକ। ଆବେଦନକାରୀଙ୍କ ବୟସ ୧୭ ରୁ ୨୩ ବର୍ଷ ମଧ୍ୟରେ ହେବା ଉଚିତ।
  • ସେହିପରି ଦଶମ ପାଶ୍‌ କରିଥିବା ପ୍ରାର୍ଥୀ MR ପୋଷ୍ଟ ପାଇଁ ଆବେଦନ କରିପରିବେ। ଆବେଦନକାରୀଙ୍କ ବୟସ ସୀମା ମଧ୍ୟ ସାଢେ ୧୭ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଦରକାର।
Advertisment

କିପରି ମିଳିବ ଚାକିରି:

  • ଆବେଦନ କରିଥିବା ପ୍ରାର୍ଥୀଙ୍କୁ ପ୍ରଥମେ ଲିଖିତ ପରୀକ୍ଷାରେ ହାଜର ହେବାକୁ ପଡ଼ିବ।
  • ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ଶାରୀରିକ ପରୀକ୍ଷା ପାଇଁ ଡକାଯିବ।
  • ଏହା ପରେ ଚୂଡ଼ାନ୍ତ ନିଯୁକ୍ତି ପରୀକ୍ଷା ମାଧ୍ୟମରେ ଏହି ଚାକିରି ମିଳିବ।

କିପରି କରିବେ ଆବେଦନ:

  • ଆଗ୍ରହୀ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଅଫିସିଆଲ୍ ୱେବସାଇଟ୍ joinindiannavy.gov.in କୁ ଯାଆନ୍ତୁ
  • ଏଠାରେ, ସର୍ବପ୍ରଥମେ, ରେଜିଷ୍ଟ୍ରେସନ କରନ୍ତୁ
  • ଏହା ପରେ “Current Opportunities” ଟ୍ୟାବ୍‌କୁ ଯାଆନ୍ତୁ
  • ନିଯୁକ୍ତି ଲିଙ୍କ୍‌ରୁ ଅନଲାଇନ୍ ଆବେଦନ ଦାଖଲ କରନ୍ତୁ
  • ଏହା ପରେ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଏବଂ ଫର୍ମ ଦାଖଲ କରନ୍ତୁ
  • ପୋଷ୍ଟଗୁଡିକ ପାଇଁ ଆବେଦନ ଶୁଳ୍କ ୫୫୦ ପୈଠ କରନ୍ତୁ

କେବେଠାରୁ କରିବେ ଆଦେଦନ:

  • ଅନଲାଇନ୍ ଆବେଦନର ଆରମ୍ଭ ତାରିଖ - ଡିସେମ୍ବର ୮
  • ଅନଲାଇନ୍ ଆବେଦନର ଶେଷ ତାରିଖ - ଡିସେମ୍ବର ୧୭

ଗୁରୁତ୍ୱପୂର୍ଣ୍ଣ ସୂଚନା:

  • ନୌସେନା ଅଗ୍ନିବୀର SSR ନିଯୁକ୍ତି ପାଇଁ ଏହି ଲିଙ୍କ୍‌କୁ http://davp.nic.in/WriteReadData/ADS/Eng_10701_15_2223b.pdf ଯାଆନ୍ତୁ।
  • ସେହିପରି ନୌସେନା MR ନିଯୁକ୍ତି ପାଇଁ ଏହି ଲିଙ୍କକୁ http://davp.nic.in/WriteReadData/ADS/Eng_10701_16_2223b.pdf ଯାଆନ୍ତୁ।
Govt Jobs Indian Navy Recruitment 2022
Advertisment
Advertisment