/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676124576.jpg)
Indian Bank Recruitment for specialist officer
ଇଣ୍ଡିଆନ୍ ବ୍ୟାଙ୍କ(Indian Bank)ରେ ସ୍ପେଶାଲିଷ୍ଟ୍ ଅଫିସର୍(SO) ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ୨୦୦ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବ୍ୟାଙ୍କ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ଆଗ୍ରହୀ ପ୍ରାର୍ଥୀମାନେ ଯେଉଁମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଇଣ୍ଡିଆନ୍ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ indianbank.in କୁ ଯାଇ ଆବେଦନ କରିପାରିବେ।
Advertisment
ଆବେଦନ ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଏହି ପଦରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ୧୬ ଫେବୃଆରୀ ୨୦୨୩ରୁ ଆରମ୍ଭ ହେବ।
ଖାଲି ପଦବୀ:
- ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୨୨୦ ସ୍ପେଶାଲିଷ୍ଟ ଅଫିସର ପଦବୀ ପୂରଣ ହେବ
Advertisment
ଅଧିକ ପଢ଼ନ୍ତୁ: ପ୍ରତିରକ୍ଷା ମନ୍ତ୍ରଣାଳୟରେ ୧୭୯୩ ପଦବୀ ଖାଲି, ଦରମା ୬୦ ହଜାର ଉପରେ
ଯୋଗ୍ୟତା:
- ପଦବୀ ଅନୁଯାୟୀ ଯୋଗ୍ୟତା ରହିଛି
- ପ୍ରାର୍ଥୀମାନେ CA ରୁ MBA, ସ୍ନାତକ ଡିଗ୍ରୀ କରିଥିବେ
- ୫ ରୁ ୭ ବର୍ଷର ଅଭିଜ୍ଞତା ଥିବ
ବୟସ ସୀମା:
- ସର୍ବନିମ୍ନ ବୟସ – ୨୧ ବର୍ଷ
- ସର୍ବାଧିକ ବୟସ – ୪୦ ବର୍ଷ
ଦରମା:
- ସ୍କେଲ୍ ୧ – ୩୬,୦୦୦ ରୁ ୬୩,୮୪୦ ଟଙ୍କା
- ସ୍କେଲ୍ ୨ – ୪୮,୭୭୦ ରୁ ୬୯,୮୧୦ ଟଙ୍କା
- ସ୍କେଲ୍ ୩ – ୬୩,୮୪୦ ରୁ ୭୮,୨୩୦ ଟଙ୍କା
- ସ୍କେଲ୍ ୪ – ୭୬,୦୧୦ ରୁ ୮୯,୮୯୦ ଟଙ୍କା
ଚୟନ ପ୍ରକିୟା:
- ସାକ୍ଷାତକାର କିମ୍ବା ଲିଖିତ ପରୀକ୍ଷା ଆଧାରରେ ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରାଯିବ
- ଲିଖିତ ପରୀକ୍ଷାରେ ୧୦୦ ମାର୍କ ପାଇଁ ପ୍ରଶ୍ନ ରହିବ
- ପରୀକ୍ଷାର ଅବଧି ୨ ଘଣ୍ଟା ହେବ
- ସାକ୍ଷାତକାର ପାଇଁ ୧୦୦ ମାର୍କ ରହିବ
ଆବେଦନ ଶୁଳ୍କ:
- ସାଧାରଣ ବର୍ଗର ସମସ୍ତ ପ୍ରାର୍ଥୀ – ୮୦୦ ଟଙ୍କା
- SC / ST / PWBD ପ୍ରାର୍ଥୀ – ୧୭୫ ଟଙ୍କା
- ଅନ୍ଲାଇନ୍ ମୋଡ୍ ମାଧ୍ୟମରେ ଏହି ଦେୟ ପ୍ରଦାନ କରାଯିବ
- ପ୍ରାର୍ଥୀମାନେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଏହି ଦେୟ ପ୍ରଦାନ କରିପାରିବେ
ଆବେଦନ ସମୟ:
ଇଣ୍ଡିଆନ୍ ବ୍ୟାଙ୍କରେ SO ନିଯୁକ୍ତି ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ୧୬ ଫେବୃଆରୀରୁ ଆରମ୍ଭ ହେବାକୁ ଥିବା ବେଳେ ଆଗ୍ରହୀ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ୨୮ ଫେବୃଆରୀ ୨୦୨୩ ସୁଦ୍ଧା ଆବେଦନ କରିପାରିବେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)