Advertisment

Indian Bank Recruitment 2024: ବ୍ୟାଙ୍କ୍ ଚାକିରି, ପୂରଣ ହେବ ୧୫୦୦ ପଦବୀ; ଜାଣନ୍ତୁ ଓଡ଼ିଶାରୁ କେତେ

ଆପଣ ଯଦି ବ୍ୟାଙ୍କରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଏହି ସୁଯୋଗ ନେଇ ଆସିଛି ଇଣ୍ଡିଆନ୍ ବ୍ୟାଙ୍କ୍(Indian Bank)। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
Indian Bank Recruitment 2024

Indian Bank Recruitment 2024

ସରକାରୀ ଚାକିରି କିଏ ବା କରିବାକୁ ବ ଚାହେଁ। ଯଦି ବ୍ୟାଙ୍କ ଚାକିରି ଥାଏ ତେବେ ଏ ସୁଯୋଗ କିଏ ବା ହାତ ଛଡା କରିବ। ଆପଣ ଯଦି ବ୍ୟାଙ୍କରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଏହି ସୁଯୋଗ ନେଇ ଆସିଛି ଇଣ୍ଡିଆନ୍ ବ୍ୟାଙ୍କ୍(Indian Bank)। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଗ୍ରାଜୁଏସନ କରିଥିବା ପିଲା ଏହାର ସୁଯୋଗ ନେବେ। ଏହି ନିଯୁକ୍ତି ମାଧ୍ୟମରେ ୧୫୦୦ ପଦବୀ ପୂରଣ ହେବ। ଓଡ଼ିଶାରୁ ପୂରଣ ହେବ ୫୦ ପଦବୀ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ Indian Bank ର ଅଫିସିଆଲ୍ ୱେବ୍‌ସାଇଟ୍‌ ibpsonline.ibps.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Indian Bank Recruitment Apply for 1500 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୦ ଜୁଲାଇ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୧ ଜୁଲାଇ ୨୦୨୪

ଖାଲି ପଦବୀ:

  • ସାଧାରଣ ବର୍ଗ – ୬୮୦
  • OBC – ୩୫୧
  • EWS – ୧୩୭
  • SC – ୨୫୫
  • ST – ୭୭
  • ମୋଟ୍ – ୧୫୦୦ ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାଶ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୨୮ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ମେଟ୍ରୋ/ ସହରୀ ବ୍ରାଞ୍ଚ୍ – ୧୫,୦୦୦ଟଙ୍କା
  • ଗ୍ରାମୀଣ ବ୍ରାଞ୍ଚ୍ – ୧୨,୦୦୦ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୫୦୦ଟଙ୍କା
  • SC/ST/PwD – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଅନ୍‌ଲାଇନ୍ ପରୀକ୍ଷା
  • ଅନ୍‌ଲାଇନ୍ ଟେଷ୍ଟ୍
  • ଆଞ୍ଚଳିକ ଭାଷା ଜ୍ଞାନ
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ ibpsonline.ibps.in କୁ ଯାଆନ୍ତୁ
  • ନିଯୁକ୍ତି ବିଭାଗକୁ ଯାଇ Appentice Vaccancy ଉପରେ କ୍ଲିକ୍ କରନ୍ତୁ
  • ନିଜକୁ ପଞ୍ଜିକରଣ କରି ୱେବ୍‌ସାଇଟ୍‌ରେ ଲଗ୍ ଇନ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ସ୍କାନ୍ ହୋଇଥିବା ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଏବଂ ଆବେଦନ ଶୁଳ୍କ ଦିଅନ୍ତୁ
  • ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ ଏବଂ ଏକ ପ୍ରିଣ୍ଟ ଆଉଟ୍ ନିଅନ୍ତୁ
Govt Jobs Bank Jobs Indian Bank Recruitment
Advertisment
Advertisment