• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଭାରତରେ ସାଧାରଣତଃ ବ୍ୟାଙ୍କ୍ ଚାକିରିକୁ ସମ୍ମାନର ସହିତ ନିଆଯାଏ । ଆପଣ ଯଦି ବ୍ୟାଙ୍କରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ସୁଯୋଗ ହାତମୁଠାରେ । ଏନେଇ  Indian Bank ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।

ଏହି ନିଯୁକ୍ତି ମାଧ୍ୟମରେ Indian Bankରେ ଲୋକାଲ ବ୍ୟାଙ୍କ ଅଫିସର ପଦବୀ ପୂରଣ ହେବ । ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ । ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ । ଗ୍ରାଜୁଏସନ ଡିଗ୍ରୀ ଥିବା ପିଲା ଏହାର ସୁଯୋଗ ନେଇପାରିବେ । 

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ Indian Bankର ଅଫିସିଆଲ୍ ୱେବ୍‌ସାଇଟ୍‌ https://Indianbank.inକୁ ଯାଇ ଆବେଦନ କରିପାରିବେ । ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଇଣ୍ଡିଆନ ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ www.indianbank.inରେ Recruitment of Local Bank Officer 2024 ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ ।

Also Read

      ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନଲାଇନ୍ ଆବେଦନ ଆରମ୍ଭ – ୧୩ ଅଗଷ୍ଟ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨ ସେପ୍ଟେମ୍ବର ୨୦୨୪

       ଖାଲି ପଦବୀ:

  • ତାମିଲନାଡୁ/ପୁଡୁଚେରୀ: ୧୬୦ ପୋଷ୍ଟ
  • କର୍ଣ୍ଣାଟକ: ୩୫ ପୋଷ୍ଟ
  • ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା: ୫୦
  • ମହାରାଷ୍ଟ୍ର: ୪୦ ପୋଷ୍ଟ
  • ଗୁଜରାଟ: ୧୫ ପୋଷ୍ଟ 

ଶିକ୍ଷାଗତ ଯୋଗ୍ୟତା:
ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନେ ଗ୍ରାଜୁଏସନ କରିଥିବା ଆବଶ୍ୟକ ଓ ସେ ସମ୍ବନ୍ଧୀୟ କୌଣସି କ୍ଷେତ୍ରରେ ଅଭିଜ୍ଞତା ଥିବା ଆବଶ୍ୟକ । ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

     ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବୟସ ଗଣନା ୦୧ ଜୁଲାଇ ୨୦୨୪ ଅନୁସାରେ ହେବ
  •  ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ ।

     ଆବେଦନ ଶୁଳ୍କ:

  • ଏହା ସବୁ ବର୍ଗ ପାଇଁ ଦେୟଯୁକ୍ତ
  • ସାଧାରଣ ବର୍ଗ/EWS – ୧୦୦୦ ଟଙ୍କା
  • SC/ ST/ OBC/ PWBD – ୧୭୫ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

     ଚୟନ ପ୍ରକ୍ରିୟା:

  • ମେରିଟ୍ ମିଷ୍ଟ୍
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

   କିପରି କରିବେ ଆବେଦନ:

  • Indian Bankର ଅଫିସିଆଲ୍ ୱେବସାଇଟ’କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Careerର ଅପ୍ସନ ଚୟନ କରନ୍ତୁ
  • ସ୍କ୍ରିନ୍‌ରେ ଆପଣ ପଞ୍ଜୀକରଣ ଫର୍ମ ପୂରଣ କରିବାର ଅପ୍ସନ ପାଇବେ, ସେଠାକୁ ଯାଆନ୍ତୁ ଏବଂ ନିଜକୁ ପଞ୍ଜୀକରଣ କରନ୍ତୁ ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ
  • ଫର୍ମ Submit କରନ୍ତୁ
  • ଫର୍ମ ଦାଖଲ ହେବା ପରେ ଏହାକୁ ଡାଉନଲୋଡ୍ କରନ୍ତୁ ଏବଂ ଏହାର ଏକ କପି ପାଖରେ ରଖନ୍ତୁ