Advertisment

Indian Army SSC Officer Recruitment: ଭାରତୀୟ ସେନାରେ ଚାକିରି ସୁଯୋଗ: ଦରମା ୨ଲ‍କ୍ଷ ୫୦ହଜାର

ଭାରତୀୟ ସେନା ନେଇ ଆସିଛି ଚାକିରି ସୁଯୋଗ। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
Indian Army SSC Officer Recruitment

Indian Army SSC Officer Recruitment

Advertisment

ଭାରତର ଅନେକ ଯୁବପିଢିଙ୍କ ଇଛା ଥାଏ ସେନାରେ ଯୋଗ ଦେଇ ଦେଶ ସେବା କରିବା। ଆପଣ ଭାରତୀୟ ସେନାରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ସେନା(Indian Army) ଏହି ସୁଯୋଗ ନେଇଆସିଛି। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଭାରତୀୟ ସେନାରେ ସର୍ଟ ସର୍ଭିସ୍ କମିଶନ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ଅବିବାହିତ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୩୫୦ରୁ ଅଧିକ ପଦବୀ ପୂରଣ ହେବ। ସ୍ନାତକ ପାଶ୍ କରିଥିବା ପ୍ରାର୍ଥୀମାନେ ମଧ୍ୟ ଏହାର ସୁଯୋଗ ନେଇପାରିବେ।

ଭାରତୀୟ ସେନା ପୁରୁଷମାନଙ୍କ ପାଇଁ ୬୫ତମ ସର୍ଟ ସର୍ଭିସ୍‌ କମିଶନ (ଟେକ୍) ଏବଂ ମହିଳାମାନଙ୍କ ପାଇଁ ୩୬ତମ ସର୍ଟ ସର୍ଭିସ୍‌ କମିଶନ (ଟେକ୍) ନିଯୁକ୍ତି ଘୋଷଣା କରିଛି।

Advertisment

ଅଧିକ ପଢ଼ନ୍ତୁ: ଏହି Degrees କରିବାକୁ ଚିନ୍ତା କରୁଛନ୍ତି କି… ବେକାର ହୋଇପାରେ କ୍ୟାରିୟର୍

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବ୍‌ସାଇଟ୍‌ joinindianarmy.nic.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Indian Army SSC Officer Recruitment 2025 apply for 381 post Notification ରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୭ ଜାନୁଆରୀ ୨୦୨୫
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୫ ଫେବୃଆରୀ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • SSC ସର୍ଟ ସର୍ଭିସ୍‌ କମିଶନ୍‌ ୬୫ ପୁରୁଷ – ୩୫୦ଟି ପୋଷ୍ଟ୍‌
  • SSC ସର୍ଟ ସର୍ଭିସ୍‌ କମିଶନ୍‌ ୩୬ ମହିଳା – ୨୯ଟି ପୋଷ୍ଟ୍‌
  • SSC (W) ଟେକ୍ – ୦୧ଟି ପୋଷ୍ଟ୍‌
  • SSC (W) ନନ୍-ଟେକ୍, Non-UPSC – ୦୧ଟି ପୋଷ୍ଟ୍‌
  • ମୋଟ ପ୍ରାର୍ଥୀ – ୩୮୧ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ମେକାନିକାଲ୍ ଇଞ୍ଜିନିୟରିଂ / ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ / କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ / ସିଭିଲ୍ ଇଞ୍ଜିନିୟରିଂ / ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ ଯୋଗାଯୋଗ କିମ୍ବା ସୂଚନା ପ୍ରଯୁକ୍ତିବିଦ୍ୟାରେ ଇଞ୍ଜିନିୟରିଂ ଡିଗ୍ରୀ
  • ଅନ୍ତିମ ବର୍ଷର ଛାତ୍ରମାନେ ଆବେଦନ କରିବାକୁ ଯୋଗ୍ୟ, କିନ୍ତୁ ସେମାନେ ୦୧ ଏପ୍ରିଲ ୨୦୨୫ ସୁଦ୍ଧା ସେମିଷ୍ଟାର ମାର୍କ ସିଟ୍ ସହିତ ପାଶ୍ କରିବାର ପ୍ରମାଣ ଦାଖଲ କରିବା ଜରୁରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ପ୍ରଥମ ଚେଷ୍ଟାରେ ସାକ୍ଷାତକାରରେ ପାସ୍ ହେବାକୁ ଚାହୁଁଛନ୍ତି କି… ଆପଣଙ୍କ ପାଇଁ ୫ଟି ଟିପ୍ସ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୨୭ ବର୍ଷ
  • ବୟସ ଗଣନା ୧୦ ଜାନୁଆରୀ ୨୦୨୫ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୬୫,୧୦୦ ଟଙ୍କା
  • ସର୍ବାଧିକ ଦରମା – ୨,୫୦, ୦୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସବୁ ବର୍ଗ – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମେରିଟ୍ ଲିଷ୍ଟ୍
  • ବ୍ୟକ୍ତିଗତ ସାକ୍ଷାତକାର
  • ଶାରିରୀକ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ joinindianarmy.nic.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Apply Online ଟ୍ୟାପ୍ ଉପରେ କ୍ଲିକ୍ କରନ୍ତୁ
  • ନିଜକୁ ପଞ୍ଜିକରଣ କରନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: ଦ୍ୱାଦଶ ପରେ କ’ଣ କରିବେ ଚିନ୍ତାରେ ଅଛନ୍ତି କି… କରନ୍ତୁ ଏହି କୋର୍ସ, ସାଙ୍ଗେ ସାଙ୍ଗେ ମିଳିବ ଚାକିରି

Indian Army Govt Jobs Indian Army Recruitment Govt Job Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ