Advertisment

ଭାରତୀୟ ସେନାରେ ନିଯୁକ୍ତି : ଘୂରିବୁଲୁଛି ମିଛ ଖବର

ଭାରତୀୟ୍ ସେନାରେ ନିଯୁକ୍ତି ନେଇ ଏକ ମିଛ ଖବର ସାମ୍ନାକୁ ଆସିଛି। ଭାରତୀୟ ସେନାରେ ବୟସ ସୀମା କୋହଳ ହେବାର ଏକ ମିଥ୍ୟା ଖବର ଆସିଛି। ଭାରତ ସରକାର ୨ ବର୍ଷର ବୟସ ସୀମା କୋହଳ କରିଛନ୍ତି ବୋଲି ଏକ ମିଥ୍ୟା ଖବର ନିକଟରେ ପ୍ରଚାର କରାଯାଇଛି।

author-image
Pramod Behera
Indian Army Recruitment 2022: 'No Relaxation In Age Limit'- PIB Fact Check Busts Fake News

Indian Army Recruitment 2022: 'No Relaxation In Age Limit'- PIB Fact Check Busts Fake News

ଦେଶରେ କୋଭିଡ-୧୯ ସ୍ଥିତିରେ ସୁଧାର ଆସିବା ପରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମୟରେ, ଅନ୍‌ଲାଇନ୍ ଠକେଇ ଓ ମିଥ୍ୟା ଖବରର ବୃଦ୍ଧି ମଧ୍ୟ ଦେଖିବାକୁ ମିଳିଛି​। ଏହା ମଧ୍ୟରେ ଭାରତୀୟ ସେନା କ୍ଷେତ୍ରରେ ବୟସ ସୀମା କୋହଳ ହେବାର ଏକ ମିଥ୍ୟା ଖବର ମଧ୍ୟ ସାମ୍ନାକୁ ଆସିଛି।

Advertisment

ସେନା ନିଯୁକ୍ତି ୨୦୨୨ ପାଇଁ ଭାରତ ସରକାର ୨ ବର୍ଷର ବୟସ ସୀମା କୋହଳ କରିଛନ୍ତି ବୋଲି ଏକ ମିଥ୍ୟା ଖବର ନିକଟରେ ପ୍ରଚାର କରାଯାଇଥିଲା। ତେବେ ସରକାରର ଏକ ଫ୍ୟାକ୍ଟ ଚେକ୍ ଏଜେନ୍ସି ଏହି ଖବରକୁ ଖଣ୍ଡନ କରିଛି।

Advertisment

PIB ଫ୍ୟାକ୍ଟ ଚେକ୍ ଏହାର ଟୁଇଟର୍‌ ହ୍ୟାଣ୍ଡେଲରେ ଏହି ମିଥ୍ୟା ଖବରର ଏକ ସ୍କ୍ରିନ୍‌ସଟ୍‌ ସେୟାର କରିଛି। “ଏହି ଫଟୋ ଦାବି କରିଛି ଯେ ୨୦୨୨ ସେନା ନିଯୁକ୍ତି କ୍ଷେତ୍ରରେ ଭାରତ ସରକାର ବୟସ ସୀମାରେ ୨ ବର୍ଷ କୋହଳ କରିଛନ୍ତି। #PIBFactCheck ଏହି ଖବର ମିଥ୍ୟା। ବୟସ ସୀମାରେ ସେପରି କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି PIB ଫ୍ୟାକ୍ଟ ଚେକ୍ ଟ୍ୱିଟରେ କହିଛି।

ଏହାସହ ଏଥିରେ କୁହାଯାଇଛି ଯେ ଭାରତୀୟ ସେନାର ବିଭିନ୍ନ ପଦବୀ ପାଇଁ ଆବେଦନ କରିବା ପାଇଁ ବର୍ତ୍ତମାନର ବୟସ ସୀମା ମଧ୍ୟରେ କୌଣସି ସଂଶୋଧନ କରାଯାଇ ନାହିଁ। ଲୋକଙ୍କୁ ଏପରି ମିଥ୍ୟା ଖବରକୁ ଏଡାଇବାକୁ PIB ପରାମର୍ଶ ଦେଇଛି।

ଜଣେ ଏପରି ମିଥ୍ୟା ଖବରର ଶିକାର ସେତେବେଳେ ହୋଇଥାଏ ଯେତେବେଳେ ସେ ସଠିକ୍ ତଥ୍ୟ ନ ଖୋଜେ ଏବଂ ପ୍ରାମାଣିକ ଉତ୍ସ କିମ୍ବା ଅଫିସିଆଲ୍ ସାଇଟ୍‌ ଠାରୁ ଦୂରେଇ ରୁହେ। ତେଣୁ ଭାରତୀୟ ସେନାରେ ଚାକିରି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ନିଯୁକ୍ତି ପ୍ରକ୍ରିୟାର ବିବରଣୀ ପାଇଁ ଅଫିସିଆଲ୍ ୱେବ୍‌ସାଇଟ୍‌କୁ ଅନୁସରଣ କରିବା ଆବଶ୍ୟକ।

JOB Indian Army Recruitment 2022
Advertisment
Advertisment