/odishatv-khabar/media/post_attachments/uploadimage/library/16_9/16_9_0/army_1668928850.jpg)
army
ଭାରତୀୟ ସେନାରେ ଚାକିରି ସୁଯୋଗ । ବୈଷୟିକ ସ୍ନାତକ ପାଠ୍ୟକ୍ରମ (TGC-137) ଜୁଲାଇ ୨୦୨୩ ଅଧୀନରେ ଅଫିସର୍ ପଦବୀ ଖାଲି ପଡ଼ିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟ୍ joinindianarmy.nic.in ଭିଜିଟ୍ କରି ଆବେଦନ କରିପାରିବେ । ତେବେ ୧୬ ନଭେମ୍ବର ହିଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।
ଯୋଗ୍ୟ ପ୍ରାର୍ଥୀ https://joinindianarmy.nic.in/index.htm ଉପରେ କ୍ଲିକ୍ କରି ସିଧାସଳଖ ଅଫିସର୍ ପୋଷ୍ଟ ପାଇଁ ଆବେଦନ କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୪୦ଟି ପଦବୀ ପୂରଣ ହୋଇପାରିବ ।
ଗୁରୁତ୍ୱପୂର୍ଣ୍ଣ ତାରିଖ
ଅନଲାଇନ୍ ଆବେଦନ ପାଇଁ ଆରମ୍ଭ ତାରିଖ - ୧୬ ନଭେମ୍ବର
ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ - ୧୫ ଡିସେମ୍ବର
ଯୋଗ୍ୟତା
ସରକାରୀ ବିଜ୍ଞପ୍ତିରେ ଅନୁସାରେ ପ୍ରାର୍ଥୀମାନେ ସମ୍ମନ୍ଧିତ ବ୍ରାଞ୍ଚରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଇଞ୍ଜିନିୟରିଂ ଡିଗ୍ରୀ ପାଠ୍ୟକ୍ରମର ଅନ୍ତିମ ବର୍ଷର ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ ।
ବୟସ
ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୦ ବର୍ଷରୁ ୨୭ ବର୍ଷ ବୟସ ମଧ୍ୟରେ ହେବା ଦରକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)