Advertisment

ଭାରତୀୟ ସେନାରେ ପ୍ରକାଶ ପାଇଲା ବିଜ୍ଞପ୍ତି: ଦଶମ ପାସ୍‌ କରିଥିଲେ ମିଳିବ ଚାକିରି

ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର। ଭାରତୀୟ ସେନାରେ ଯଦି ଆପଣ ଯୋଗଦାନ କରିବା ପାଇଁ ଇଚ୍ଛା ରଖିଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ସେନାରେ କୁକ୍, କାର୍ପେଟର, ଚୌକିଦାର, ରେଞ୍ଜ ଚୌକିଦାର ଏବଂ ବାରବର୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଜେଟ ରେଜିମେଣ୍ଟାଲ୍ ସେଣ୍ଟର୍, ବରେଲି କ୍ୟାଣ୍ଟରେ ଚାଲିଥିବା ନେଇ ସୂଚନା ମିଳିଛି।

author-image
Sarbeswar
ଅଦ୍ୟତନ ହୋଇଛି
undefined

afghanistan-army

ନୂଆଦିଲ୍ଲୀ: ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର। ଭାରତୀୟ ସେନାରେ ଯଦି ଆପଣ ଯୋଗଦାନ କରିବା ପାଇଁ ଇଚ୍ଛା ରଖିଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ସେନାରେ କୁକ୍, କାର୍ପେଟର, ଚୌକିଦାର, ରେଞ୍ଜ ଚୌକିଦାର ଏବଂ ବାରବର୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଜେଟ ରେଜିମେଣ୍ଟାଲ୍ ସେଣ୍ଟର୍, ବରେଲି କ୍ୟାଣ୍ଟରେ ଚାଲିଥିବା ନେଇ ସୂଚନା ମିଳିଛି। ଗ୍ରୁପ୍ ସି ପୋଷ୍ଟଗୁଡିକରେ ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶର ୨୧ ଦିନ ପର୍ଯ୍ୟନ୍ତ କରାଯାଇପାରିବ ବୋଲି କୁହାଯାଇଛି।

Advertisment

ଏହି ପଦବୀ ଗୁଡ଼ିକର ବିଜ୍ଞପ୍ତି ୪ ସେପ୍ଟେମ୍ବର ୨୦୨୧ରେ ଜାରି କରାଯାଇଥିଲା। ୧୮ ରୁ ୨୫ ବର୍ଷ ମଧ୍ୟରେ ଯୁବକମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଯଦି ଆପଣଙ୍କୁ ୧୮ ରୁ ୨୫ ବର୍ଷ ମଧ୍ୟରେ ବୟସ ତେବେ ଆପଣ ମଧ୍ୟ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ। ସଂରକ୍ଷିତ ବର୍ଗ ପ୍ରାର୍ଥୀମାନେ ନିୟମ ଅନୁଯାୟୀ ଆବେଦନ କରିପାରିବେ ଅର୍ଥାତ୍‌ ସଂରକ୍ଷିତ ବର୍ଗ ଅନ୍ତର୍ଗତ ପ୍ରାର୍ଥୀମାନେ ୨୫ ବର୍ଷରୁ ଅଧିକ ବୟସ୍କ ହୋଇଥିଲେ ମଧ୍ୟ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଜଟ୍ ରେଜିମେଣ୍ଟାଲ୍ ସେଣ୍ଟରରେ ଏହି ନିଯୁକ୍ତିରେ ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଭାଇବା ପରୀକ୍ଷା ଆଧାରରେ କରାଯିବ। ଏହି ନିଯୁକ୍ତି ପାଇଁ ଆବେଦନ କେବଳ ଅଫଲାଇନରେ କରାଯିବ।

Advertisment

ଯଦି ଆପଣ ଏହି ନିଯୁକ୍ତି ପାଇଁ ଆବେଦନ କରୁଛନ୍ତି ତେବେ ଠିକଣା ଲେଖିରଖନ୍ତୁ। 

କମାଣ୍ଡାଣ୍ଟ, ଜଟ୍ ରେଜିମେଣ୍ଟାଲ୍ ସେଣ୍ଟର, ବରେଲି କ୍ୟାଣ୍ଟ -2430001 (ୟୁ.ପି.)

ବିଜ୍ଞପ୍ତି ପାଇଥିବା ପୋଷ୍ଟର ତାଲିକା

କୁକ- ୦୩ ପୋଷ୍ଟ

କାର୍ପେଟର- ୦୧ ପୋଷ୍ଟ

ଚୌକିଦାର-୦୧ ପୋଷ୍ଟ

ବାରବର୍- ୦୨ ପୋଷ୍ଟ

ଦରମା….

ରେଷେୟା – ୧୯.୯୦୦ / -

ପେଂଟର - ୧୯୯୦୦ / -

ରେଞ୍ଜ ଚୌକିଦାର-୧୮୦୦୦ / -

ଶିକ୍ଷାଗତ ଯୋଗ୍ୟତା

ରୋଷେୟା - ରୋଷେଇରେ ଡିପ୍ଲୋମା ସହିତ ଦଶମ ପାସ୍ ହୋଇଥିବା ଦରକାର

କାର୍ପେଟର - କାର୍ପେଣ୍ଟର ବାଣିଜ୍ୟରେ ITI ସହିତ ଦଶମ ପାସ୍ କରିଥିବା ଦରକାର

ରେଂଜ୍‌ ଚୌକିଦାର - ଏକ ବର୍ଷର ଅଭିଜ୍ଞତା ସହିତ ଦଶମ ପାସ୍ ମଧ୍ୟ ଆବଶ୍ୟକ

Indian Army Jobs JOB
Advertisment
Advertisment