Advertisment

ଦଶମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର: ଭାରତୀୟ ଡାକ ବିଭାଗରେ ଏହିସବୁ ପଦବୀ ପାଇଁ କରନ୍ତୁ ଆବେଦନ...

ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ପାଇଁ ଭାରତୀୟ ଡାକ ବିଭାଗ ବିଜ୍ଞପ୍ତି ଜାରି କରିଛି। ସ୍ପୋର୍ଟସ୍‌ କୋଟା ଅଧୀନରେ ଏହିସବୁ ପଦବୀ ପୂରଣ ହେବ।

author-image
Rajalaxmi Sahoo
India Post recruitment

India Post recruitment

ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ପାଇଁ ଭାରତୀୟ ଡାକ ବିଭାଗ ବିଜ୍ଞପ୍ତି ଜାରି କରିଛି। ପୋଷ୍ଟାଲ୍‌ ଆସିଷ୍ଟାଣ୍ଟ୍‌, ସର୍ଟିଂ ଆସିଷ୍ଟାଣ୍ଟ୍‌, ପୋଷ୍ଟମ୍ୟାନ୍‌, ମେଲ୍‌ ଗାର୍ଡ ଓ Multi Tasking Staff(MTS)ରେ ଖାଲି ପଡ଼ିଥିବା ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ପୋର୍ଟସ୍‌ କୋଟା ଅଧୀନରେ ଏହିସବୁ ପଦବୀ ପୂରଣ ହେବ। ଗୁଜରାଟ ସର୍କଲରେ ଥିବା ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ୍‌ ଅଫିସ୍‌ରେ ଏହିସବୁ ପଦବୀ ଖାଲି ପଡ଼ିଛି। ଏଥିପାଇଁ ଅକ୍ଟୋବର ୨୩ରୁ ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୨୨ ହେଉଛି ଆବେଦନର ଶେଷ ତାରିଖ। 

Advertisment

ଖାଲି ପଡ଼ିଥିବା ପଦବୀ...

  • ପୋଷ୍ଟାଲ୍‌ ଆସିଷ୍ଟାଣ୍ଟ୍‌/ସର୍ଟିଂ ଆସିଷ୍ଟାଣ୍ଟ୍‌- ୭୧ ପଦବୀ
  • ପୋଷ୍ଟମ୍ୟାନ୍‌/ମେଲ୍‌ ଗାର୍ଡ- ୫୬ ପଦବୀ
  • ଏମ୍‌ଟିଏସ୍‌- ୬୧ ପଦବୀ

ସମୁଦାୟ- ୧୮୮ ପଦବୀ

ଶିକ୍ଷାଗତ ଓ ଅନ୍ୟାନ୍ୟ ଯୋଗ୍ୟତା...

  • ପୋଷ୍ଟାଲ୍‌ ଆସିଷ୍ଟାଣ୍ଟ୍‌/ସର୍ଟିଂ ଆସିଷ୍ଟାଣ୍ଟ୍‌, ପୋଷ୍ଟମ୍ୟାନ୍‌/ମେଲ୍‌ ଗାର୍ଡ ପଦବୀ- ଏଥିପାଇଁ ଆଶାୟୀ ପ୍ରାର୍ଥୀ ଅତି କମ୍‌ରେ ସ୍ୱୀକୃତିପ୍ରାପ୍ତ ବୋର୍ଡ/ ୟୁନିଭର୍ସିଟିରୁ ଦ୍ୱାଦଶ ପାସ୍‌ କରିଥିବା ଜରୁରୀ
  • ଅତି କମ୍‌ରେ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍‌ କରିଥିବା ଜରୁରୀ
Advertisment

ଦରମା...

  • ପୋଷ୍ଟାଲ୍‌ ଆସିଷ୍ଟାଣ୍ଟ୍‌/ସର୍ଟିଂ ଆସିଷ୍ଟାଣ୍ଟ୍‌: ୨୫,୫୦୦ ଟଙ୍କାରୁ ୮୧,୧୦୦ ଟଙ୍କା- ଲେବଲ୍‌ ୪
  • ପୋଷ୍ଟମ୍ୟାନ୍‌/ମେଲ୍‌ ଗାର୍ଡ: ୨୧,୭୦୦ ଟଙ୍କାରୁ ୬୯,୧୦୦ ଟଙ୍କା- ଲେବଲ୍‌ ୩
  • ଏମ୍‌ଟିଏସ୍‌: ୧୮,୦୦୦ ଟଙ୍କାରୁ ୫୬,୯୦୦ ଟଙ୍କା- ଲେବଲ୍‌ ୧

ବୟସ ସୀମା

  • ପୋଷ୍ଟାଲ୍‌ ଆସିଷ୍ଟାଣ୍ଟ୍‌/ସର୍ଟିଂ ଆସିଷ୍ଟାଣ୍ଟ୍‌: ୧୮ ବର୍ଷରୁ ୨୭ ବର୍ଷ
  • ପୋଷ୍ଟମ୍ୟାନ୍‌/ମେଲ୍‌ ଗାର୍ଡ: ୧୮ ବର୍ଷରୁ ୨୭ ବର୍ଷ
  • ଏମ୍‌ଟିଏସ୍‌: ୧୮ ବର୍ଷରୁ ୨୫ ବର୍ଷ

ନିୟମ ଅନୁସାରେ, ବିଭିନ୍ନ ବର୍ଗ ପାଇଁ ବୟସ ସୀମାରେ କୋହଳ କରାଯିବ। 

ଚୟନ ପ୍ରକ୍ରିୟା- ଆଶାୟୀ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ବୟସ ମାନଦଣ୍ଡ ଅନୁସାରେ ଚୟନ କରାଯିବ। 

କେମିତି କରିବେ ଆବେଦନ ?

ଆଶାୟୀ ପ୍ରାର୍ଥୀ ଡାକ ବିଭାଗର ୱେବ୍‌ସାଇଟ୍‌- https://dopsportsrecruitment.in କୁ ଯାଇ ଅନ୍‌ଲାଇନ୍‌ରେ ହିଁ କେବଳ ଆବେଦନ କରିପାରିବେ। 

India Post Recruitment
Advertisment
Advertisment