Advertisment

India Post Office GDS Vacancy: ଭାରତୀୟ ଡାକ ବିଭାଗରେ ନିଯୁକ୍ତି; ପୂରଣ ହେବ ୪୪ ହଜାରରୁ ଅଧିକ ପଦବୀ

ଅଧିକାଂଶ ଯୁବକ ଭାରତୀୟ ଡାକ ସେବାରେ ଚାକିରି କରିବାର ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଭାରତୀୟ ଡାକରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

author-image
Pramod Behera
India Post Office GDS Vacancy

India Post Office GDS Vacancy

ଅଧିକାଂଶ ଯୁବକ ଭାରତୀୟ ଡାକ ସେବାରେ ଚାକିରି କରିବାର ସ୍ୱପ୍ନ ଦେଖନ୍ତି। ଆପଣ ଯଦି ଭାରତୀୟ ଡାକରେ(India Post) ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ India Post Office ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଗ୍ରାମୀଣ ଡାକ ସେବକ(GDS) ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଦଶମ ପାଶ୍ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୪୪ ହଜାରରୁ ଅଧିକ ପଦବୀ ପୂରଣ ହେବ। ଏହି ନିଯୁକ୍ତିରେ ଓଡ଼ିଶାରେ ମଧ୍ୟ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ Indian Post ର ଅଫିସିଆଲ୍ ୱେବ୍‌ସାଇଟ୍‌ indiapostgdsonline.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ India Post Office Recruitment Apply for 44228 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୫ ଜୁଲାଇ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୫ ଅଗଷ୍ଟ ୨୦୨୪

ଖାଲି ପଦବୀ:

  • ବ୍ରାଞ୍ଚ୍ ପୋଷ୍ଟ ମାଷ୍ଟର୍ ଓ ଆସିଷ୍ଟାଣ୍ଟ୍ ବ୍ରାଞ୍ଚ୍ ପୋଷ୍ଟ ମାଷ୍ଟର୍ ପଦବୀ ପୂରଣ ହେବ
  • ମୋଟ୍ – ୪୪,୨୨୮ ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାଶ୍
  • କମ୍ପ୍ୟୁଟର ଦକ୍ଷତା
  • ଏହା ସହିତ ସାଇକେଲ ଚାଳନା ଆସୁଥିବା ଦରକାର
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୪୦ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ବ୍ରାଞ୍ଚ୍ ପୋଷ୍ଟ ମାଷ୍ଟର୍ – ୧୨,୦୦୦ - ୨୯,୩୮୦ ଟଙ୍କା
  • ଆସିଷ୍ଟାଣ୍ଟ୍ ବ୍ରାଞ୍ଚ୍ ପୋଷ୍ଟ ମାଷ୍ଟର୍ – ୧୦,୦୦୦ - ୨୪,୪୭୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC/ST/PwD/ମହିଳା – ଦେୟମୁକ୍ତ
  • ଅନ୍ୟମାନେ – ୧୦୦ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମେରିଟ୍ ଲିଷ୍ଟ୍
  • ଆଞ୍ଚଳିକ ଭାଷା ଜ୍ଞାନ
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Govt Jobs Job Seekers Indian Postal Recruitment
Advertisment
Advertisment