Advertisment

India Post Recruitment: ଦଶମ ପାଶ୍ କରିଥିଲେ ଭାରତୀୟ ଡାକରେ ଚାକିରି; ଦରମା ୮୦ ହଜାର ପରେ

ଭାରତୀୟ ଡାକ ବିଭାଗରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ଦଶମ ପାଶ୍ କରି ସରକାରୀ ଚାକିରି ଆଶାରେ ଅଛନ୍ତି ସେମାନେ ମଧ୍ୟ ଏହାର ଫାଇଦା ନେଇ ପାରିବେ।

author-image
Pramod Behera
India Post announces biggest recruitment apply for Around 2000 post

India Post announces biggest recruitment apply for Around 2000 post

ଭାରତୀୟ ଡାକ ବିଭାଗରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ଦଶମ ପାଶ୍ କରି ସରକାରୀ ଚାକିରି ଆଶାରେ ଅଛନ୍ତି ସେମାନେ ମଧ୍ୟ ଏହାର ଫାଇଦା ନେଇ ପାରିବେ। ସବୁଠାରୁ ବଡ କଥା ହେବା ଏହି ନିଯୁକ୍ତି ପ୍ରକ୍ରିୟାରେ ପାଖାପାଖି ୨୦୦୦ ପ୍ରାର୍ଥୀ ନିଯୁକ୍ତି ପାଇବେ।

Advertisment

ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ଡାକର ଅଫିସିଆଲ୍ ୱେବସାଇଟ୍, indiapost.gov.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ India Post announces biggest recruitment Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୦ ନଭେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୯ ଡିସେମ୍ବର ୨୦୨୩
  • ଆବେଦମ ଫର୍ମ ସଂଶୋଧନ – ୧୦ ଡିସେମ୍ବର ରୁ ୧୪ ଡିସେମ୍ବର
Advertisment

ଖାଲି ପଦବୀ:

  • ପୋଷ୍ଟାଲ୍ ଆସିଷ୍ଟାଣ୍ଟ୍ – ୫୯୮ଟି ପୋଷ୍ଟ୍‌
  • ସର୍ଟିଙ୍ଗ୍‌ ଆସିଷ୍ଟାଣ୍ଟ୍ – ୧୪୩ଟି ପୋଷ୍ଟ୍‌
  • ପୋଷ୍ଟମ୍ୟାନ୍ – ୫୮୫ ଟି ପୋଷ୍ଟ
  • ମେଲ୍ ଗାର୍ଡ – ୩ଟି ପୋଷ୍ଟ୍‌
  • ମଲ୍ଟି ଟାସ୍କିଂ ଷ୍ଟାଫ୍ (MTS) – ୫୭୦ଟି ପୋଷ୍ଟ୍
  • ମୋଟ୍ ପଦବୀ – ୧,୮୯୯ ପୋଷ୍ଟ୍

ଯୋଗ୍ୟତା:

  • ପଦବୀ ଅନୁଯାୟୀ ଦଶମ / ଦ୍ୱାଦଶ / ସ୍ନାତକୋତ୍ତର
  • ଏହା ବ୍ୟତୀତ କିଛି ପୋଷ୍ଟ ପାଇଁ କମ୍ପ୍ୟୁଟର ଜ୍ଞାନ ମଧ୍ୟ ଆବଶ୍ୟକ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୭ ବର୍ଷ (MTS ପୋଷ୍ଟ ପାଇଁ ୨୫ ବର୍ଷ)

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୧୦୦ ଟଙ୍କା
  • ମହିଳା, ଟ୍ରାନ୍ସଜେଣ୍ଡର, ଏବଂ SC, ST, PwBD ଏବଂ EWS – ଦେୟମୁକ୍ତ

ଦରମା:

  • ପୋଷ୍ଟାଲ୍ ଆସିଷ୍ଟାଣ୍ଟ୍ – ୨୫,୫୦୦ – ୮୧,୧୦୦ ଟଙ୍କା
  • ସର୍ଟିଙ୍ଗ୍‌ ଆସିଷ୍ଟାଣ୍ଟ୍ – ୨୫,୫୦୦ – ୮୧,୧୦୦ ଟଙ୍କା
  • ପୋଷ୍ଟମ୍ୟାନ୍ – ୨୧,୭୦୦ – ୬୯,୧୦୦ ଟଙ୍କା
  • ମେଲ୍ ଗାର୍ଡ – ୨୧,୭୦୦ – ୬୯,୧୦୦ ଟଙ୍କା
  • ମଲ୍ଟି ଟାସ୍କିଂ ଷ୍ଟାଫ୍ (MTS) – ୧୮,୦୦୦ – ୫୬,୯୦୦ ଟଙ୍କା
Govt Jobs Indian Postal Recruitment
Advertisment
Advertisment