ରେଳ ସୂଚନା କେନ୍ଦ୍ର (CRIS) ରେ ଚାକିରି କରିବାକୁ ଯୋଜନା କରୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ଏଥିପାଇଁ CRIS ଆସିଷ୍ଟାଣ୍ଟ ସଫ୍ଟୱେୟାର ଇଞ୍ଜିନିୟର୍ସ ଏବଂ ଆସିଷ୍ଟାଣ୍ଟ ଡାଟା ଆନାଲିଷ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି CRISର ଅଫିସିଆଲ୍ ୱେବ୍ସାଇଟ୍ cris.org.in ପରିଦର୍ଶନ କରି ଆବେଦନ କରିପାରିବେ। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ମେ ୨୫ ରହିଛି।
ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://cris.org.in/crisweb/design1/index.jsp ମାଧ୍ୟମରେ ସିଧାସଳଖ ଆବେଦନ କରିପାରିବେ। ସେହିପରି ଏହି ଲିଙ୍କ୍ https://cdn.digialm.com//per/g01/pub/726/EForms/image/Image ଉପରେ ମଧ୍ୟ କ୍ଲିକ୍ କରି ଆପଣ ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୫୦ଟି ପଦବୀ ପୂରଣ ହେବ।
Also Read
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଆବେଦନ କରିବାର ଆରମ୍ଭ ତାରିଖ - ଏପ୍ରିଲ୍ ୨୫
- ଆବେଦନ କରିବାର ଶେଷ ତାରିଖ – ମେ ୨୫
ଖାଲି ପଦବୀ:
- ଆସିଷ୍ଟାଣ୍ଟ୍ ସଫ୍ଟୱେୟାର ଇଞ୍ଜିନିୟର (ASE): ୧୪୪ ଟି ପୋଷ୍ଟ୍
- ଆସିଷ୍ଟାଣ୍ଟ ଡାଟା ଆନାଲିଷ୍ଟ (ADA): ୬ଟି ପୋଷ୍ଟ୍
ଯୋଗ୍ୟତା:
- ପ୍ରାର୍ଥୀମାନଙ୍କ ସରକାରୀ ବିଜ୍ଞପ୍ତିରେ ଦିଆଯାଇଥିବା ସମ୍ପୃକ୍ତ ଯୋଗ୍ୟତା ରହିବା ଉଚିତ
ବୟସ ସୀମା:
- ପ୍ରାର୍ଥୀଙ୍କ ବୟସ ସୀମା ୨୨ ବର୍ଷରୁ ୨୭ ବର୍ଷ ମଧ୍ୟରେ ହେବା ଉଚିତ୍
ଚୟନ ପ୍ରକ୍ରିୟା:
- ଆଇଆଇଟି ଖଡଗପୁର ଦ୍ୱାରା ପରିଚାଳିତ GATE ୨୦୨୨ ସ୍କୋର୍ ଆଧାରରେ ପ୍ରାର୍ଥୀ ଚୟନ କରାଯିବ