/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655122080.jpg)
If you hold this degree then you can become an officer in air force
ଭାରତୀୟ ବାୟୁସେନା (IAF) ରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ଏଥିପାଇଁ ସର୍ଟ ସର୍ଭିସ୍ କମିଶନ(SSC) ଗ୍ରାଉଣ୍ଡ୍ ଡ୍ୟୁଟି ଶାଖାରେ ଫ୍ଲାଇଙ୍ଗ୍ ବ୍ରାଞ୍ଚ୍ ଓ ପର୍ମାନେଟ୍ କମିଶନ (PC) ଅଧୀନରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ IAF AFCAT ର ଅଫିସିଆଲ୍ ୱେବ୍ସାଇଟ୍ afcat.cdac.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଜୁନ୍ ୩୦ ରହିଛି।
ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://afcat.cdac.in/AFCAT/ ମାଧ୍ୟମରେ ଏହି ପୋଷ୍ଟ୍ଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ। ଏହା ସହିତ ଏହି ଲିଙ୍କ୍ https://afcat.cdac.in/AFCAT/assets/images/news/JUN_22/ Notification ଉପରେ କ୍ଲିକ୍ କରି ଆପଣ ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୨୮୩ ଟି ପଦବୀ ପୂରଣ ହେବ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ରେ ଆବେଦନ କରିବାର ଆରମ୍ଭ ତାରିଖ - ଜୁନ୍ ୦୧
- ଅନ୍ଲାଇନ୍ ଆବେଦନ କରିବାର ଶେଷ ତାରିଖ - ଜୁନ୍ ୩୦
ଖାଲି ପଦବୀ:
- ମୋଟ ପୋଷ୍ଟ ସଂଖ୍ୟା - ୨୮୩
ଯୋଗ୍ୟତା:
- ଗ୍ରାଜୁଏସନ ଓ ବିଭିନ୍ନ କ୍ଷେତ୍ରରେ ଡିଗ୍ରୀର ଆବଶ୍ୟକତା ଥିବାବେଳେ ଅଧିକ ଜାଣିବା ପାଇଁ ପ୍ରାର୍ଥୀମାନେ ସରକାରୀ ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଦେଖିପାରିବେ।
ବୟସ ସୀମା:
- ଫ୍ଲାଇଙ୍ଗ୍ ଶାଖା- ପ୍ରାର୍ଥୀଙ୍କ ବୟସ ସୀମା ୨୦ ରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ
- ଗ୍ରାଉଣ୍ଡ ଡ୍ୟୁଟି ଶାଖା- ପ୍ରାର୍ଥୀଙ୍କ ବୟସ ସୀମା ୨୦ ରୁ ୨୬ ବର୍ଷ ମଧ୍ୟରେ ହେବା ଉଚିତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)