Advertisment

ଆପଣଙ୍କ ପାଖରେ ଅଛି କି ଏହି ଯୋଗ୍ୟତା; UPSC ରେ ଅଛି ଚାକିରି

ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନରେ ବାହାରିଛି ଅନେକ ପଦବୀ। ମୋଟ ୧୬୧ଟି ପଦବୀ ପୂରଣ ହେବ। କେବେ ଅଛି ଆବେଦନର ଶେଷ ତାରିଖ ଓ କିପରି କରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ...

author-image
Pramod Behera
If you have this qualification then you can get govt job in upsc

If you have this qualification then you can get govt job in upsc

ଡ୍ରଗ୍ ଇନ୍ସପେକ୍ଟର, ମାଷ୍ଟର୍‌, ମିନେରାଲ୍ ଅଫିସର୍‌, ଆସିଷ୍ଟାଣ୍ଟ ସିପିଂ ମାଷ୍ଟର୍‌ ଏବଂ ଆସିଷ୍ଟାଣ୍ଟ ଡାଇରେକ୍ଟର, ସିନିୟର ଅଧ୍ୟାପକ (ଟେକ୍ସଟାଇଲ୍ ପ୍ରକ୍ରିୟାକରଣ) ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ UPSC ର ଅଫିସିଆଲ୍ ୱେବ୍‌ସାଇଟ୍, upsc.gov.in ପରିଦର୍ଶନ କରି ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://upsconline.nic.in/ora/VacancyNotice ଉପରେ କ୍ଲିକ୍ କରି ଏହି ପୋଷ୍ଟଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ। ଏଥିସହ, ଆପଣ ଏହି ଲିଙ୍କ୍ https://www.upsc.gov.in/sites/default/files/Advt-No-10-2022-engl ମାଧ୍ୟମରେ ଅଫିସିଆଲ୍ ବିଜ୍ଞପ୍ତି (UPSC ନିଯୁକ୍ତି 2022) ମଧ୍ୟ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୬୧ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନଲାଇନ୍ ଆବେଦନର ଶେଷ ତାରିଖ: ୧୬ ଜୁନ୍ ୨୦୨୨

ଖାଲି ପଦବୀ:

  • ଡ୍ରଗ୍ ଇନ୍ସପେକ୍ଟର - ୩ଟି ପୋଷ୍ଟ୍‌
  • ଆସିଷ୍ଟାଣ୍ଟ୍‌ କିପର – ୧ଟି ପୋଷ୍ଟ୍‌
  • ମାଷ୍ଟର – ୧ଟି ପୋଷ୍ଟ୍‌
  • ମିନେରାଲ୍ ଅଫିସର - ୨୦ ଟି ପୋଷ୍ଟ୍‌
  • ଆସିଷ୍ଟାଣ୍ଟ୍‌ ସିପିଂ ମାଷ୍ଟର ଏବଂ ଆସିଷ୍ଟାଣ୍ଟ୍‌ ଡାଇରେକ୍ଟର୍ - ୨୦ଟି ପୋଷ୍ଟ୍‌
  • ବରିଷ୍ଠ ଅଧ୍ୟାପକ (ଟେକ୍ସଟାଇଲ୍ ପ୍ରକ୍ରିୟାକରଣ) - ୨ଟି ପୋଷ୍ଟ୍‌
  • ଭାଇସ୍ ପ୍ରିନ୍‌ସିପାଲ୍ - ୧୩୧ଟି ପୋଷ୍ଟ୍‌
  • ବରିଷ୍ଠ ଅଧ୍ୟାପକ (କମ୍ୟୁନିଟି ମେଡିସିନ୍) – ୧ଟି ପୋଷ୍ଟ୍‌
Advertisment

ଯୋଗ୍ୟତା:

  • ବିଭିନ୍ନ ପଦବୀ ପାଇଁ ଗ୍ରାଜୁଏସନ୍‌, ମାଷ୍ଟର ଡିଗ୍ରୀ ସହିତ ଅନ୍ୟାନ୍ୟ ଡିଗ୍ରୀ ରହିବା ଜରୁରୀ। ବିସ୍ତାର ଭାବେ ଜାଣିବା ପାଇଁ ୱେବ୍‌ସାଇଟ୍‌କୁ ଯାଆନ୍ତୁ।

ବୟସ ସୀମା:

  • ଡ୍ରଗ୍ ଇନ୍ସପେକ୍ଟର - ୩୦ ବର୍ଷ
  • ଆସିଷ୍ଟାଣ୍ଟ୍‌ କିପର – ୩୦ ବର୍ଷ
  • ମାଷ୍ଟର – ୩୮ ବର୍ଷ
  • ମିନେରାଲ୍ ଅଫିସର - ୩୦ ବର୍ଷ
  • ଆସିଷ୍ଟାଣ୍ଟ୍‌ ସିପିଂ ମାଷ୍ଟର ଏବଂ ଆସିଷ୍ଟାଣ୍ଟ୍‌ ଡାଇରେକ୍ଟର୍ - ୩୦ ବର୍ଷ
  • ବରିଷ୍ଠ ଅଧ୍ୟାପକ (ଟେକ୍ସଟାଇଲ୍ ପ୍ରକ୍ରିୟାକରଣ) – ଏସ୍‌ସି କ୍ଷେତ୍ରରେ ୪୦ ବର୍ଷ ଓ ଓବିସି କ୍ଷେତ୍ରରେ ୩୮ ବର୍ଷ
  • ଭାଇସ୍ ପ୍ରିନ୍‌ସିପାଲ୍ - ୩୫ ବର୍ଷ
  • ବରିଷ୍ଠ ଅଧ୍ୟାପକ (କମ୍ୟୁନିଟି ମେଡିସିନ୍) – ୫୫ ବର୍ଷ
UPSC Jobs Govt Jobs
Advertisment
Advertisment